ETV Bharat / bharat

ଦୁର୍ଦ୍ଦାନ୍ତ ଅପରାଧୀ ଭୋଗିବେ କଳା ପାଣି ସଜା, ଖୁବଶୀଘ୍ର ହେବେ ସିଫ୍ଟ

author img

By

Published : Jul 2, 2023, 7:51 PM IST

କଳାପାଣି ସଜା କାଟିବେ ଉତ୍ତର ଭାରତ ଜେଲରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀ । ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁମତି ଲୋଡ଼ିଲା ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । ଅଧିକ ପଢନ୍ତୁ

Shift Gangsters to Andaman
Shift Gangsters to Andaman

ନୂଆଦିଲ୍ଲୀ: ଉତ୍ତର ଭାରତର ଜେଲ୍‌ରେ ସଜା କାଟୁଥିବା ଅପରାଧୀଙ୍କୁ ଖୁବଶୀଘ୍ର ପଠାଯିବ ଆଣ୍ଡାମାନ । ଜେଲ୍‌ ମଧ୍ୟରେ ରହି ବି ସେମାନଙ୍କ ଅପରାଧିକ କାର୍ଯ୍ୟକଳାପରେ ରୋକ ଲାଗୁନାହିଁ । ଦୁର୍ଦ୍ଦାନ୍ତ ଅପରାଧୀମାନେ ଜେଲ୍‌ ଭିତରେ ରହି ଅପରାଧିକ ନେଟୱର୍କ ଚଲାଇଛନ୍ତି । ଏହି କୁଖ୍ୟାତ ଅପରାଧୀଙ୍କୁ ସାବାଡ କରିବା ଲାଗି ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛି । ମନ୍ତ୍ରଣାଳୟ ପକ୍ଷରୁ ଚିଠି ମିଳିବା ମାତ୍ରେ ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତୁରନ୍ତ ସ୍ଥାନାନ୍ତରଣ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହେବ ।

ଜେଲ ଭିତରେ ରହି ମଧ୍ୟ ପାକିସ୍ତାନଠୁ ଦୁବାଇ ପର୍ଯ୍ୟନ୍ତ ନିଜ ଅପରାଧିକ କାର୍ଯ୍ୟ ଚଲାଇଥିଲେ କଏଦୀ । ଉତ୍ତର ଭାରତର ଜେଲ ମଧ୍ୟରେ ଥିବା ସମସ୍ତ କୁଖ୍ୟାତ ଅପରାଧୀଙ୍କୁ କଳାପାଣି ଜେଲ୍‌ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁସାରେ ଦିଲ୍ଲୀର ତିହାର ଜେଲରେ 10ରୁ 12 କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ଓ ନିକୋବର ଦ୍ବିପପୁଞ୍ଜ ଜେଲକୁ ପଠାଯିବ । ଏହି ଅପରାଧୀମାନେ ସଜା କାଟିବା ପରେ ମଧ୍ୟ ଅପରାଧ ଉପରେ ରୋକ ଲଗାଇନଥିଲେ କି ପଶ୍ଚାଚାପ କରିନଥିଲେ । ଜେଲ ମଧ୍ୟରେ ଅନ୍ୟ ଜଣେ କଏଦୀଙ୍କୁ ନୃଶଂସ ଭାବେ ହତ୍ୟା କରିଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏଣୁ ଏମାନଙ୍କୁ ସାବାଡ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି NIA ।

Shift Gangsters to Andaman
କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ

ଏହା ବି ପଢନ୍ତୁ- ଦିବ୍ୟସିଂହ ଦେବଙ୍କ କଳାପାଣି କାହାଣୀ: ପରିଚୟ ଖୋଜୁଛି ସମାଧି ପୀଠ, ଗୁପ୍ତ ସୁଡଙ୍ଗ

2ୟ ଥର ପତ୍ର ଲେଖିଲା NIA: - ଏହି ପ୍ରସଙ୍ଗରେ ଦ୍ବିତୀୟ ଥର ଲାଗି ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛି ଏନଆଇଏ । ତଦନ୍ତକାରୀ ଏଜେନ୍ସି ଗତ କିଛି ଦିନ ପୂର୍ବରୁ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା । ବହୁ ଚର୍ଚ୍ଚିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ସମେତ 25 ଜଣ କୁଖ୍ୟାତ ଅପରାଧୀଙ୍କୁ ଦକ୍ଷିଣ ଭାରତ ଜେଲରୁ ସ୍ଥାନାନ୍ତରିତ କରିବା ଲାଗି ଅନୁମତି ଦେବା ଲାଗି ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା । ଏହାପରେ ପୁଣି ଦ୍ବିତୀୟ ଥର ଲାଗି ଚିଠି ଲେଖିଛି ଏନଆଇଏ ।

Shift Gangsters to Andaman
ଜେଲରେ ହତ୍ୟା ହୋଇଥିବା ଗ୍ୟାଙ୍ଗଷ୍ଟାର ଟିଲ୍ଲୁ ତାଜାପୁରିଆ

କେବଳ କଳାପାଣି ଜେଲ ହିଁ କାହିଁକି ? :- ସାଧାରଣତଃ ଯେତେବେଳେ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ କଏଦୀମାନଙ୍କୁ ସ୍ଥାନାନ୍ତରଣ କରାଯାଏ, ସେତେବେଳେ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଲମ୍ବା ପ୍ରକ୍ରିୟା ଚାଲିଥାଏ । 2 ରାଜ୍ୟର ସହମତି ମିଳିଲେ ହିଁ କଏଦୀଙ୍କୁ ଅନ୍ୟ ଏକ ରାଜ୍ୟକୁ ସ୍ଥାନାନ୍ତରିତ କରାଯାଏ । ଯେହେତୁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଏହା କେନ୍ଦ୍ର ସରକାରଙ୍କ ଦ୍ବାରା ଚାଳିତ । ଏଠାରେ କୌଣସି ସରକାରଙ୍କ ଅନୁମତିର ଆବଶ୍ୟକତା ପଡ଼ିନଥାଏ ।

Shift Gangsters to Andaman
ତିହାର ଜେଲରେ ହତ୍ୟା ସମୟର ଦୃଶ୍ୟ

ଜେଲରେ ହେଉଛି ହତ୍ୟା : - ଦିଲ୍ଲୀର ତିହାର ଜେଲରେ ସଜା କାଟୁଥିବା ଗ୍ୟାଙ୍ଗଷ୍ଟାର ଟିଲ୍ଲୁ ତାଜାପୁରିଆକୁ ନୃଶଂସ ଭାବେ ଅନ୍ୟ କଏଦୀମାନେ ହତ୍ୟା କରିଥିଲେ । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ମନ୍ତ୍ରଣାଳୟକୁ ଚିଠି ଲେଖି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସ୍ଥାନାନ୍ତରିତ କରିବା ଲାଗି ଅନୁମତି ଲୋଡ଼ିଥିଲା । ତିହାର ଜେଲରେ ଏହା ପ୍ରଥମ ଘଟଣା ନଥିଲା । ଜେଲର ରେକର୍ଡ ଅନୁସାରେ ଏହା ପୂର୍ବରୁ ଗତ 2020 ମସିହାରେ 3ଜଣ କଏଦୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ତିହାର ଜେଲ ପ୍ରଶାସନର କହିବା ଅନୁସାରେ ଏହା ଅଧୀନରେ 16ଟି ଜେଲ୍‌ ରହିଛି, ଯାହାର କ୍ଷମତା ହେଉଛି 10 ହଜାର । ହେଲେ ଏଠାରେ 20 ହଜାର ଅପରାଧୀ ବନ୍ଦୀ ରହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.