ETV Bharat / bharat

କିନ୍ନୌରରେ ଭୂସ୍ଖଳନ: ୫ ନମ୍ବର ଜାତୀୟ ରାଜପଥ ବନ୍ଦ - ଭୂସ୍ଖଳନ

ଭୂସ୍ଖଳନରେ ଥରିଲା ଦେବଭୂମି । ହିମାଚଳପ୍ରଦେଶର କିନ୍ନୌର ଚୌରରେ ଭୂସ୍ଖଳନ ହୋଇଛି । ଫଳରେ ୫ ନମ୍ବର ଜାତୀୟ ରାଜପଥ ବନ୍ଦ । ଅଧିକ ପଢନ୍ତୁ...

କିନ୍ନୌରରେ ଭୂସ୍ଖଳନ; ୫ ନମ୍ବର ଜାତୀୟ ରାଜପଥ ବନ୍ଦ

author img

By

Published : Sep 18, 2021, 7:03 AM IST

ସିମଲା : ଭୂସ୍ଖଳନରେ ଥରିଲା ଦେବଭୂମି । ହିମାଚଳ ପ୍ରଦେଶର କିନ୍ନୌର ଚୌରରେ ଭୂସ୍ଖଳନ ହୋଇଛି । ଫଳରେ ୫ ନମ୍ବର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ଆସନ୍ତା ୭୫ ଘଣ୍ଟା ପର୍ଯ୍ୟନ୍ତ ଗମନାଗମନ ବନ୍ଦ ରହିବ । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ହିମାଚଳ ପ୍ରଦେଶର କିନ୍ନୌର ଚୌରରେ ମଙ୍ଗଳବାର ବଡ ଧରଣର ଭୂସ୍ଖଳନ ହୋଇଛି । ବଡ ବଡ ପଥର ଖଣ୍ତ ରାସ୍ତା ଉପରେ ପଡିବାରୁ ରାସ୍ତା ଅବରୋଧ ହୋଇଯାଇଛି । ଭୂସ୍ଖଳନ ହେବା ଯୋଗୁଁ ଯାନବାହନ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ରାସ୍ତାର ସଫେଇ କାର୍ଯ୍ୟ ଜାରି ରହିଥିବାବେଳେ ଫସିଥିବା ଲୋକଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି । ପାଦଚଲା ରାସ୍ତା ପାଇଁ ବ୍ୟବସ୍ଥା କରାଯାଇଛି । ଆଜି ରାତି କି ଆସନ୍ତାକାଲି ସକାଳ (ଶନିବାର) ସୁଦ୍ଧା ଯାନବାହନ ଚଳାଚଳ ସ୍ବାଭାବିକ ହେବ ବୋଲି ଆଶା ରଖିଛୁ । ଏନେଇ ଏମଏଚଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରବଳ ବର୍ଷା ହେତୁ ବାରମ୍ବାର ଭୂସ୍ଖଳନ ଘଟୁଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.