ETV Bharat / bharat

ହିମାଚଳପ୍ରଦେଶ ରାମପୁରରେ ଭୂସ୍ଖଳନ, ପାହାଡ ଧସି ରାସ୍ତା ବନ୍ଦ - ଭୂସ୍ଖଳନ

ହିମାଚଳ ପ୍ରଦେଶର ସିମଲା ଜିଲ୍ଲାର ରାମପୁରଠାରେ ଭୂସ୍ଖଳନ ହୋଇଛି । ପାହାଡ ଧସି ହୋଇ ୫ ନମ୍ବର ଜାତୀୟ ରାଜପଥ ବନ୍ଦ ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ । ଅଧିକ ପଢନ୍ତୁ...

ହିମାଚଳପ୍ରଦେଶ ରାମପୁରରେ ଭୂସ୍ଖଳନ, ୫ ନମ୍ବର ଜାତୀୟ ରାଜପଥ ଅବରୋଧ

author img

By

Published : Sep 6, 2021, 1:39 PM IST

ସିମଲା: ହିମାଚଳ ପ୍ରଦେଶର ସିମଲାର ରାମପୁର ଠାରେ ଭୂସ୍ଖଳନ ହୋଇଛି । ପାହାଡ ଧସି ହୋଇ ୫ ନମ୍ବର ଜାତୀୟ ରାଜପଥ ବନ୍ଦ ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ଏ ପର୍ଯ୍ୟନ୍ତ ଭୂସ୍ଖଳନରେ କେହି ମୃତାହତ ହୋଇନଥିବା ବେଳେ ଅଳ୍ପକିଛି ଗାଡି ଭାଙ୍ଗିରୁଜି ଯାଇଛି । ଭୂସ୍ଖଳନ ପରେ ଏନଏଚଆଇ ତରଫରୁ ରାସ୍ତା ସଫେଇ କାର୍ଯ୍ୟ ଜାରି ରହିଛି ।

ହିମାଚଳପ୍ରଦେଶ ରାମପୁରରେ ଭୂସ୍ଖଳନ, ୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଗତ କିଛି ଦିନ ତଳେ କନୌର ଜିଲ୍ଲାରେ ବହୁବାର ଭୂସ୍ଖଳନ ହୋଇଛି । ନିଗୁଳସାରିରେ ପାହାଡ ଭାଙ୍ଗିବାରୁ ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ପାଖାପାଖି ୨୦ ଜଣ ପ୍ରାଣ ହରାଇଥିଲେ । ଗତ କିଛି ଦିନ ଧରି ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଥିଲା । ଏଥର ହିମାଚଳ ପ୍ରଦେଶରେ ଭୂସ୍ଖଳନ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି। ପାହାଡ ଅଞ୍ଚଳ ଦେଇ ଯାଉଥିବା ଲୋକଙ୍କୁ ରାସ୍ତାରେ ସତର୍କତାର ସହିତ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.