ETV Bharat / bharat

ପଞ୍ଜାବ ସରକାରଙ୍କୁ NGT ଛାଟ: ଗଣିବେ 2 ହଜାର କୋଟିର ଫାଇନ

author img

By

Published : Sep 24, 2022, 9:59 AM IST

Updated : Sep 24, 2022, 10:04 AM IST

ପରିବେଶ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ କରିଛନ୍ତି ପଞ୍ଜାବ ସରକାର । 2 ହଜାର କୋଟିର ଫାଇନ ଲଗାଇଲା NGT (NGT imposed a fine of 2000 crores on the Punjab government) । ପୂର୍ବରୁ ମଧ୍ୟ କିଛି ରାଜ୍ୟ ଦେଇ ସାରିଛନ୍ତି ମୋଟା ଅଙ୍କର ଜୋରିମାନା ରାଶି । ଅଧିକ ପଢନ୍ତୁ

ପଞ୍ଜାବ ସରକାରକୁ NGT ଛାଟ: ଗଣିବେ 2 ହଜାର କୋଟିର ଫାଇନ

ଚଣ୍ଡିଗଡ: ପରିବେଶ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ ପାଇଁ ପଞ୍ଜାବ ସରକାରଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଜୋରିମାନା । ଏକାଧିକ ପର୍ଯ୍ୟାବରଣ ସମ୍ପର୍କିତ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ 2,080 କୋଟି ଟଙ୍କା ଗଣିବେ ପଞ୍ଜାବ ସରକାର (NGT imposed a fine of 2000 crores on the Punjab government) । ରାଜ୍ୟରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପଞ୍ଜାବ ସରକାର କିଛି କାର୍ଯ୍ୟପନ୍ଥା ଗ୍ରହଣ କରୁନଥିବାରୁ ଟ୍ରିବ୍ୟୁନାଲ ଏହି ଫାଇନ ଜାରି କରିଥିବା ସୂଚନା ମିଳିଛି । 2018 ରୁ ରାଜ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟା ନିରୀକ୍ଷଣ କରୁଥିଲା ଟ୍ରିବ୍ୟୁନାଲ ଟିମ । ପରିଚାଳନାରେ ତ୍ରୁଟି ଓ ସରକାରଙ୍କ ଦାୟିତ୍ବହୀନତା ସାମ୍ନାକୁ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗତ ତିନି ସପ୍ତାହ ମଧ୍ୟରେ ଏକାଧିକ ରାଜ୍ୟ ଉପରେ ମଧ୍ୟ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏନଜିଟି । ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ମଧ୍ୟ କ୍ଷତିପୂରଣ ପ୍ରଦାନ ନେଇ ନିର୍ଦ୍ଦେଶ ପାଇଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନାରେ ସଠିକ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରିନଥିବା କାରଣ ପାଇଁ ରାଜସ୍ଥାନକୁ 3 ହଜାର କୋଟି, ମହାରାଷ୍ଟ୍ରକୁ 12 ହଜାର କୋଟି ଓ ପଶ୍ଚିମବଙ୍ଗକୁ 3 ହଜାର 5 ଶହ କୋଟି ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିଲେ ଟ୍ରିବ୍ୟୁନାଲ । ପଞ୍ଜାବର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟାକୁ ଅନୁସରଣ କରୁଥିବା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ 22 ତାରିଖରେ ପଞ୍ଜାବକୁ ମଧ୍ୟ ଜୋରିମାନା ଘୋଷଣା କରିଛନ୍ତି (NGT imposed fine)।

ଏନଜିଟି ଆହୁରି ମଧ୍ୟ କହିଛି ଯେ, ଏହି ବର୍ଜ୍ୟବସ୍ତୁ ପରିଚାଳନା ନିୟମରେ ଖିଲାପକାରୀଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । କାର୍ଯ୍ୟରେ ଦାୟିତ୍ବହୀନତା ପ୍ରଦର୍ଶନ କରିଥିବା ସମ୍ପୃକ୍ତ ନିଗମ ଓ ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏମିତିକି ପାଇଁ କୌଣସି ପରଫରମାନ୍ସ ଅଡିଟ ମଧ୍ୟ ହୋଇନାହିଁ । ଏହି ଫାଇନ ଜାରି କରିବା ପୂର୍ବରୁ ପଞ୍ଜାବ ମୁଖ୍ୟ ଶାସନକୁ ମଧ୍ୟ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲା ଟ୍ରିବ୍ୟୁନାଲ । ସନ୍ତୋଷଜନକ ଉତ୍ତର ନମିଳିବା କାରଣରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଟ୍ରିବ୍ୟୁନାଲ ।

ଏହି ଜୋରିମାନା ରାଶି 2 ମାସ ମଧ୍ୟରେ ଦାଖଲ କରିବେ ପଞ୍ଜାବ ସରକାର (Punjab govt fined 2000 crores)। ଏଥି ସହିତ ପଞ୍ଜାବ ସରକାରଙ୍କୁ ପ୍ରକ୍ରିୟା ଅନୁସାରେ କାର୍ଯ୍ୟପନ୍ଥା ସ୍ଥିର କରିବା ଓ ଜିଲ୍ଲା ମାଜିଷ୍ଟ୍ରେଟ ସ୍ତରୀୟ ଅଧିକାରୀଙ୍କ ଦ୍ବାରା ଏହି ପ୍ରକ୍ରିୟାର ନିରୀକ୍ଷଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି ଟ୍ରିବ୍ୟୁନାଲ । 2019ରେ ଟ୍ରିବ୍ୟୁନାଲ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚବଙ୍କୁ ଚିଠି ଲେଖିବା ସହ ପରିବେଶ ସୁରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଥିବା ନିୟମ ଅନୁସାରେ ପ୍ରଭାବୀ କାର୍ଯ୍ୟକାରୀ ପଲିସି ନିର୍ଦ୍ଧାରଣ କରିବା ପାଇଁ ମଧ୍ୟ କହିଥିଲେ । କିଛି ରାଜ୍ୟର ପ୍ରଦର୍ଶନ ଅତି ନିମ୍ନମାନର ହୋଇଥିବା ଯୋଗୁ ସେମାନଙ୍କୁ ଫାଇନ ଲଗାଇଛି ଜାତୀୟ ସବୁଜ ଅଧିକରଣ NGT ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 24, 2022, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.