ETV Bharat / bharat

ଅମିତ ଶାହଙ୍କ ଦାବି, ଆଗାମୀ ୩୦ରୁ ୪୦ ବର୍ଷ ବିଜେପି ଯୁଗ ରହିବ

author img

By

Published : Jul 3, 2022, 5:49 PM IST

ଆଗାମୀ ୩୦ରୁ ୪୦ ବର୍ଷ ଯାଏଁ ଦେଶରେ ବିଜେପି ଯୁଗ ରହିବ । ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ଦାବି କଲେ ଅମିତ ଶାହ । ଅଧିକ ପଢନ୍ତୁ

ଅମିତ ଶାହଙ୍କ ଦାବି, ଆଗାମୀ ୩୦ରୁ ୪୦ ବର୍ଷ ରହିବ ବିଜେପି ଯୁଗ

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦ ସହରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି । ବୈଠକର ଦ୍ବିତୀୟ ଦିନରେ ରାଜନୈତିକ ସଂକଳ୍ପ ଉପରେ ଆଲୋଚନା କରାଯାଇଛି । ଏହି ସମୟରେ ବରିଷ୍ଠ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଆଗାମୀ ୩୦ରୁ ୪୦ ବର୍ଷ ଯାଏଁ ଦେଶରେ ବିଜେପି ଯୁଗ ରହିବ(Next 30 to 40 years will be era of BJP) ଏବଂ ଭାରତ ଏକ ବିଶ୍ବଗୁରୁ ହେବ । ସେ ଦାବି କରିଛନ୍ତି ଯେ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଚାଲିଥିବା ପରିବାରବାଦ ଶାସନକୁ ବିଜେପି ଶେଷ କରିଦେବ । ଏଥିସହ ୨୦୧୪ରେ ସରକାର ଗଠନ ପରଠୁ ଅଣବିଜେପି ଶାସିତ ରହିଥିବା ରାଜ୍ୟ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡିଶାରେ ଦଳ କ୍ଷମତାକୁ ଆସିବ ।

ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ''ପରିବାରବାଦ, ଜାତିବାଦ ଏବଂ ତୁଷ୍ଟିକରଣ ରାଜନୀତି ଦେଶ ପାଇଁ ବଡ ଅଭିଶାପ ଥିଲା । ଏଭଳି ରାଜନୀତି ବର୍ଷ ବର୍ଷ ଧରି ଭାରତର କଷ୍ଟର କାରଣ ରହିଥିଲା । ଆଗାମୀ ଦିନରେ ବିଜେପି ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପରିବାରବାଦ ରାଜନୀତିର ଉଚ୍ଛେଦ କରିବ ଏବଂ ଆଗମୀ ୩୦ରୁ ୪୦ ବର୍ଷ ଯାଏଁ ଦେଶରେ ସତ୍ତାସୀନ ରହିବ ।'' କହିରଖୁଛୁ କି, ଦୀର୍ଘ 18 ବର୍ଷ ପରେ ହାଇଦ୍ରାବାଦରେ ପୁଣି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ବିଜେପିର ପ୍ରଦର୍ଶନ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକରେ ଦୁର୍ବଳ ରହିଥିବା ବେଳେ ଆଗକୁ ଏଠାରେ ପ୍ରଭାବ ବିସ୍ତାର କରିବା ନେଇ ଦଳ ରଣନୀତି ଆରମ୍ଭ କରିସାରିଛି । ଆଗାମୀ ଦିନରେ ବିଜେପି ଦକ୍ଷିଣ ଭାରତରେ ମୂଳଦୁଆ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.