ETV Bharat / bharat

କାୟା ମେଲାଉଛି କୋରୋନା, ଆଗାମୀ 10 ଦିନ ମୁମ୍ବାଇ ପାଇଁ କର ବା ମର ସ୍ଥିତି - ମୁମ୍ବାଇ କୋରୋନା ମାମଲା

ଗୋଟିଏ ଦିନରେ ମୁମ୍ବାଇରୁ ସାମ୍ନାକୁ ଆସିଛି 1167 ମାମଲା, ଯାହାକି 100 ଦିନ ମଧ୍ୟରେ ସର୍ବାଧିକ । ସେପଟେ ମୋଟ 80 ମୃତ୍ୟୁ ମାମଲା ମଧ୍ୟରୁ ଗତ 48 ଘଣ୍ଟା ମଧ୍ୟରେ ପ୍ରାଣ ହରାଇଛନ୍ତି 27 ଜଣ । ଅଧିକ ପଢନ୍ତୁ...

କାୟା ମେଲାୁଛି କୋରୋନା, ଆଗାମୀ 10 ଦିନ ମୁମ୍ବାଇ ପାଇଁ କର ବା ମର ସ୍ଥିତି

author img

By

Published : Feb 25, 2021, 9:06 PM IST

ମୁମ୍ବାଇ: ମହାମାରୀ କୋରୋନା ବିପର୍ଯ୍ୟୟକୁ ବର୍ଷେ ପୁରିବାକୁ ବସିଲାଣି । ହେଲେ ଥମୁନି ଏହାର ଆତଙ୍କ । ପୁନର୍ବାର ମହାରାଷ୍ଟ୍ରରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଗୋଟିଏ ଦିନରେ ମୁମ୍ବାଇରୁ ସାମ୍ନାକୁ ଆସିଛି 1167 ମାମଲା, ଯାହାକି 100 ଦିନ ମଧ୍ୟରେ ସର୍ବାଧିକ । ସେପଟେ ମୋଟ 80 ମୃତ୍ୟୁ ମାମଲା ମଧ୍ୟରୁ ଗତ 48 ଘଣ୍ଟା ମଧ୍ୟରେ ପ୍ରାଣ ହରାଇଛନ୍ତି 27 ଜଣ । ବାକି ମୃତ୍ୟୁ ଗତ ସପ୍ତାହରେ ରେକର୍ଡ ହୋଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ଆଗାମୀ 10 ଦିନ ମହାରାଷ୍ଟ୍ର ପାଇଁ କର ବା ମର ସ୍ଥିତି ବୋଲି ଆଶଙ୍କା ବ୍ୟକ୍ତି କରିଛନ୍ତି ଏକ୍ସପର୍ଟ ।

ମହାରାଷ୍ଟ୍ରରର ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ, ସଂକ୍ରମଣ ବୃଦ୍ଧି ହେବାର 7ରୁ 14 ଦିନ ମଧ୍ୟରେ ସଙ୍କଟର ସ୍ଥିତି ଉପୁଜିଛି । ତେବେ ଆଗାମୀ 10 ଦିନ ମୁମ୍ବାଇ ପାଇଁ କର ବା ମର ପରିସ୍ଥିତି । ଡାକ୍ତର କହିଛନ୍ତି, ପାଖାପାଖି 2 ମାସ ପରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ଅଚାନକ ବଢିବାରେ ଲାଗିଛି ।

ସେପଟେ ବୁଧବାର 21 ହଜାରରୁ ଅଧିକ ଟେଷ୍ଟ୍‌ କରାଯାଇଥିଲା । ସଂକ୍ରମଣରେ 6 ପ୍ରତିଶତର ଦ୍ରୁତ ବୃଦ୍ଧି ଘଟିଛି । ତେବେ ସ୍ଥିତି ଉପରେ କଡା ନଜର ରଖାଯାଇଥିବା କହିଛନ୍ତି ଡାକ୍ତର । ସ୍ବାସ୍ଥ୍ୟ ବିଭାଗର କହିବା ଅନୁଯାୟୀ, ସଂକ୍ରମଣ ମାମଲା ବୃଦ୍ଧି ସତ୍ତ୍ବେ ମୃତ୍ୟୁ ହାର କମ ରହିଛି । ଜାନୁଆରୀରେ ସଂକ୍ରମଣ ସଂଖ୍ୟା ହାରାହାରି 2973 ରହିଥିଲା । ତେବେ ଫେବୃଆରୀରେ ଦୈନିକ ହାରାହାରି 2 ହଜାର 247 ମାମଲା ସାମ୍ନାକୁ ଆସୁଥିବା ବେଳେ ଏହି ମାସରେ ମୃତ୍ୟୁ ସଂଖ୍ୟା 775 ରହିଛି ।

ବୁଧବାର ମୁମ୍ବାଇରେ 2018ଟି ମାମଲା ସାମ୍ନାକୁ ଆସିଥିଲା । ଏହା ରାଜ୍ୟରେ ସର୍ବାଧିକ । ମୁମ୍ବାଇ ପଛକୁ ରହିଛି ପୁଣେ, ଯେଉଁଠି ସମାନ ଦିନ 1811ଟି ମାମଲା ରେକର୍ଡ ହୋଇଛି । ରାଜ୍ୟର କେତେକ ଅଞ୍ଚଳରେ କୋରୋନାର ପ୍ରକୋପ ବୃଦ୍ଧି ପାଉଥିବାରୁ ଆଗାମୀ 7 ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.