୧- ଆଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମଧ୍ୟ ପ୍ରଦେଶ ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି ।
୨- ଆଜି ଜାତୀୟ ହସ୍ତତନ୍ତ ଦିବସ । ବୁଣାକାରଙ୍କୁ ଉତ୍ସାହିତ କରିବା ଓ ହସ୍ତତନ୍ତ ବୟନ ଶିଳ୍ପକୁ ବିଶ୍ବ ଦରବାରରେ ପହଞ୍ଚାଇବା ଏହାର ଲକ୍ଷ୍ୟ ।
୩- ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ଦେଶର ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ସମୀକ୍ଷା କରିବେ ଗୃହମନ୍ତ୍ରୀ ।
୪- ଆଜି ସଂଧ୍ୟା ୬ଟାରେ ଗ୍ରୁଫ ଅଫ ମିନିଷ୍ଟର ଗୋଷ୍ଠୀ ବୈଠକ । ବିଭିନ୍ନ ଯୋଜନାର ତ୍ବରାନ୍ବିତ ଉପରେ ହେବ ବଡ ନିଷ୍ପତ୍ତି ।
୫- ଆଜି ଜାତୀୟ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ସଂପ୍ରତି ରାଜନୈତିକ ସ୍ଥିତି ନେଇ ଦଳ ଡାକିଛି ବୈଠକ ।
୬- ଆଜି ଅଲମ୍ପିକ୍ସରେ ୪ଟି ଇଭେଣ୍ଟରେ ଭାଗ ନେବେ ଭାରତୀୟ ଆଥେଲେଟିକ୍ସ ।
୭- ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଆଜି ଚତୁର୍ଥ ଦିବସ ।
୮- ଆଜି ସୁନ୍ଦରଗଡ ଓ ଝାରସୁଗୁଡା ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ଓ ୫T ସଚିବ ।
୯-ଆଜି ଇଷ୍ଟର୍ଣ୍ଣ ଲଦାଖ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବେ VCOAS ସିପି ମହାନ୍ତି ।
୧୦- ଆଜିଠୁ ଅଗଷ୍ଟ ୧୫ ଯାଏଁ ରାଜ୍ୟରେ ହେବନି ବର୍ଷା । ପାଣିପାଗ ବିଭାଗର ସୂଚନା ।