1. ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ 21 ଦିନିଆ ଭିତର ଚନ୍ଦନ ଯାତ୍ରା ଆରମ୍ଭ ।
2. ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାର ଅନ୍ତିମ ଦିବସ । ହଳଦୀପାଣିରେ କରିବେ ମହାସ୍ନାନ ।
3. ଆଜି ରାଜଧାନୀରେ ଗୋପବନ୍ଧୁ ସ୍ବାସ୍ଥ୍ୟବୀମାଭୁକ୍ତ ସାମ୍ବାଦିକଙ୍କୁ ଦିଆଯିବ 2ୟ ଡୋଜ ଟିକା ।
4. କ୍ଷତିଗ୍ରସ୍ତ ଜମାକାରୀଙ୍କ ବାସ୍ତବ ଜମାରାଶିର ପରିମାଣ ନିରୂପଣ ପାଇଁ ୱେବସାଇଟ । ଆଜି ବି ଅନଲାଇନରେ ଦେଇପାରିବେ ଦରଖାସ୍ତ ।
5. ବିଶ୍ବ ପରିବେଶ ଦିବସ ଅବସରରେ ଆଜି ପରିବେଶ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଭିସି ମାଧ୍ୟମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି ।
6. ଆଜି ଭାଜପା ବିଧାୟକ, ସାଂସଦଙ୍କ ଘର ଆଗରେ ବିକ୍ଷୋଭ କରିବେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ।
7. ମରିସସ ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜୁଗନଥଙ୍କ ବିୟୋଗରେ ଆଜି ସାରାଦିନ ଶୋକ ପାଳିବ ଭାରତ । ଅର୍ଦ୍ଧନମିତ ରହିବ ଜାତୀୟ ପତାକା ।
8. ଆଜି କୋ-ୱିନ ଆପ୍ରେ ଯୋଗ ହୋଇପାରେ ତାମିଲ ଭାଷା । ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
9. ଆଜି ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା । ଆସନ୍ତା 7ରୁ ପ୍ରବଳ ବର୍ଷା ।
10. ଆଜି ବିଶ୍ବ ପରିବେଶ ଦିବସ । ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।