1. ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ 3ଟି ଉଚ୍ଚସ୍ତରୀୟ ବୈଠକ । କୋଭିଡ ସ୍ଥିତି ନେଇ ହେବ ଆଲୋଚନା ।
2. କୋରୋନା ବିରୋଧରେ ହେବ ଅନ୍ତିମ ଲଢେଇ । ଆଜି ସ୍ପୁଟନିକ-ଭି ପ୍ରଥମ ପର୍ଯ୍ୟାୟ ଟିକା ନୂଆଦିଲ୍ଲୀରେ ପହଞ୍ଚିବ ।
3. ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । 1923 ମସିହାରେ ଦେଶରେ ପ୍ରଥମେ 'ଲେବର କିସାନ ପାର୍ଟି ଅଫ ହିନ୍ଦୁସ୍ତାନ' ପକ୍ଷରୁ ପାଳିତ ହୋଇଥିଲା ଏହି ଦିବସ ।
4. ଆଜିଠୁ ମେ 31 ପର୍ଯ୍ୟନ୍ତ ବଢିଲା ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା । ପୂର୍ବରୁ ଏପ୍ରିଲ 30 ପର୍ଯ୍ୟନ୍ତ ଲାଗିଥିଲା କଟକଣା ।
5. ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।
6. ଟିକା ଅଭାବରୁ ଆଜି ରାଜ୍ୟରେ 3ଟି ଜିଲ୍ଲା ବୌଦ୍ଧ, କୋରାପୁଟ ଓ ସମ୍ବଲପୁରରେ ଟୀକାକରଣ ବନ୍ଦ ।
7. ଆଜିଠୁ ଝାରସୁଗୁଡ଼ାରୁ ବିହାରର ପାଟନା ଓ ଆସାମର ଗୌହାଟିକୁ ଉଡିବ ବିମାନ ।
8. ଆଜିଠୁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଜୁଲାଇ 31 ପର୍ଯ୍ୟନ୍ତ ବନ୍ଦ ।
9. ଆଜି କିଛି ଜିଲ୍ଲାରେ କାଳବୈଶାଖୀ ସହ 3 ଜିଲ୍ଲାରେ କୁଆପଥର ବର୍ଷା ସମ୍ଭବନା । ଆଭ୍ୟନ୍ତରୀଣ ଜିଲ୍ଲାରେ ଜାରି ରହିବ ତାତି ।
10. ଆଜି ଆଇପିଏଲରେ ମୁମ୍ବାଇ-ଚେନ୍ନାଇ ମଧ୍ୟରେ କଡା ମୁକାବିଲା ।