1.ଟିଭିରେ ରଥଯାତ୍ରା ଦେଖିଲେ ନବୀନ, ପୁରୀବାସୀଙ୍କୁ ଦେଲେ ଧନ୍ୟବାଦ
ଟିଭିରେ ଦେଖିଲେ ଘୋଷଯାତ୍ରା, ସେବାୟତଙ୍କ ସହ ପ୍ରଶାସନ ଓ ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।
2. ସେପ୍ଟେମ୍ବର 12ରେ NEET ୟୁଜି ପରୀକ୍ଷା
ସେପ୍ଟେମ୍ବର 12 ରେ ହେବ ନିଟ (ୟୁଜି)ପରୀକ୍ଷା । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
3.କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟରର ଶିଳାନ୍ୟାସ କଲେ ନବୀନ
ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । କ୍ୟାନ୍ସର ହସ୍ପିଟାଲ ଓ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ନିର୍ମାଣ ଲାଗି ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
4.ପୂର୍ବତନ CJIଙ୍କ ବିରୋଧରେ ଷଡଯନ୍ତ୍ର ମାମଲା, ଅଭିଯୁକ୍ତ ମୁକେଶ ଜୈନଙ୍କୁ ସର୍ତ୍ତମୂଳକ ଜାମିନ
ଭାରତର ପୂର୍ବତନ ବିଚାରପତି ଏସଏ ବୋବଡେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ମୁକେଶ ଜୈନଙ୍କୁ ଓଡିଶା ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ।
5.ଶ୍ରୀଗୁଣ୍ଡିଚାରେ ପହଞ୍ଚିଲା ଶ୍ରୀଜୀଉଙ୍କ ତିନି ରଥ, ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ
ଗୁଣ୍ଡିଚା ମନ୍ଦିରରେ ଲାଗିଛି ତିନି ଠାକୁରଙ୍କ ରଥ । ମଙ୍ଗଳବାର ଅପରାହ୍ନରେ ଶ୍ରୀଜୀଉଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ହେବ।
6.ଭିକ୍ଷୁକମୁକ୍ତ ଭୁବନେଶ୍ବର, ସ୍ବାଭିମାନ ସହ ବଞ୍ଚିବାକୁ ବାଟ ଦେଖାଇବ ଚକୁଳିଆ ପଣ୍ଡା ଉପାଖ୍ୟାନ
ସ୍ମାର୍ଟସିଟିକୁ ଭିକାରୀ ମୁକ୍ତ କରିବା ପାଇଁ ଅଭିନବ ଉପାୟରେ ସଚେତନତା ଅଭିଯାନ ଆରମ୍ଭ । ଭିକ୍ଷା ବୃତ୍ତି ନକରିବା ପାଇଁ ବୁଲି ବୁଲି ସଚେତନତା କରାଯାଇଛି ।
7.ମୌସୁମୀ ଅଧିବେଶନରେ ଆଗତ ହେବ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ! କଣ ରହିଛି ବ୍ଲୁ ପ୍ରିଣ୍ଟ ?
ମୌସୁମୀ ଅଧିବେଶନରେ ପୁରା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଉପରେ ହେବ ଚର୍ଚ୍ଚା । ଜନସଂଖ୍ୟା ନିୟନ୍ତ୍ରଣ ବିଲ୍କୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି କେନ୍ଦ୍ର ସରକାର ।
8. ଲୋକସଭାରେ ବଦଳିବ କଂଗ୍ରେସର ନେତୃତ୍ବ, ରେସ୍ରେ G-23 ନେତା !
ଜୁଲାଇ 14ରେ ବସିବ କଂଗ୍ରେସର ସଂସଦୀୟ ରଣନୀତି ଗ୍ରୁପ ବୈଠକ । ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବସୁଥିବା ଏହି ବୈଠକରେ ଲୋକସଭାରେ ନେତୃତ୍ବ ପରିବର୍ତ୍ତନ ଉପରେ ନିଆଯାଇପାରେ ବଡ ନିଷ୍ପତ୍ତି ।
9.ଅଲମ୍ପିକ ମେଡାଲ ବିଜେତାଙ୍କ ପାଇଁ ଯୋଗୀ ସରକାରଙ୍କ ଲୋଭନୀୟ ପୁରସ୍କାର ଘୋଷଣା
ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ 6 କୋଟି, ରୌପ୍ୟ ବିଜେତାଙ୍କ 4 କୋଟି ଓ କାଂସ୍ୟ ପଦକ ବିଜେତା ଖେଳାଳିଙ୍କୁ 2 କୋଟି ପୁରସ୍କାର ଦେବେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ।
10. ବିଜୟ ଖୁସିରେ ଘାସ ଖାଆନ୍ତି ଏହି ଖେଳାଳି...
ୱିମ୍ବଲଡନ ଫାଇନାଲରେ ଇଟାଲିର ମାଟ୍ଟେଓ ବେରେଟିନିଙ୍କୁ 6-7(4), 6-4, 6-4, 6-3 ସେଟ୍ରେ ହରାଇ ଷଷ୍ଠଥର ୱିମ୍ବଲଡନ ଟ୍ରଫି ହାତେଇଛନ୍ତି ସର୍ବିୟାନ ଟେନିସ ଷ୍ଟାର ନୋଭାକ ଜୋକଭିକ ।