ETV Bharat / bharat

ଶପଥ ଗ୍ରହଣ ପରେ ପ୍ରଥମ କ୍ୟାବିନେଟ ବୈଠକ ଡକାଇଲେ ପୁଷ୍କର ସିଂ ଧାମି - ପ୍ରଥମ କ୍ୟାବିନେଟ ବୈଠକ

ଶପଥ ଗ୍ରହଣ ପରେ ରବିବାର ପ୍ରଥମ କ୍ୟାବିନେଟ ବୈଠକ ଡକାଇଥିଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଅଧିକ ପଢନ୍ତୁ...

ଶପଥ ଗ୍ରହଣ ପରେ ପ୍ରଥମ କ୍ୟାବିନେଟ ବୈଠକ ଡକାଇଲେ ପୁଷ୍କର ସିଂ ଧାମୀ

author img

By

Published : Jul 5, 2021, 8:40 AM IST

ପୁଡୁଚେରୀ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମୀ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ପରେ ରବିବାର ପ୍ରଥମ କ୍ୟାବିନେଟ ବୈଠକ ଡକାଇଥିଲେ ଧାମୀ । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଯୁବକ ମାନଙ୍କ ସହ କାର୍ଯ୍ୟ କରିଆସୁଛି ସେମାନଙ୍କ ସମସ୍ୟାକୁ ମୁଁ ଭଲ ଭାବେ ବୁଝି ପାରୁଛି । କୋରୋନା ମହାମାରୀ ଜୀବିକା ଉପରେ ପ୍ରଭାବ ପକାଇଛି । ଆମେ ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରିବୁ ।

ତେବେ ପୁଷ୍କର ସିଂଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିବା ପରେ ଦଳର ବିଧାୟକମାନେ ଅସନ୍ତୋଷ ବ୍ୟକ୍ତ କରିଥଲେ । ଏନେଇ ସେ କହିଛନ୍ତି ଯେ ମୁଁ ବୟସରେ ସାନ, ହେଲେ ଅଭିଜ୍ଞ। ମୋ ଦଳ ପାଇଁ ମୋତେ ଏହି ସୁଯୋଗ ମିଳିଛି । ମୋ ଦଳ ଏବଂ ରାଜ୍ୟକୁ ଆଗକୁ ନେବା ମୋର କର୍ତ୍ତବ୍ୟ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳର ଆଶା ପୂରଣ କରିବାକୁ ମୁଁ ଚେଷ୍ଟା କରିବି, ଯାହା ମୋତେ ଉତ୍ତରାଖଣ୍ଡର ଲୋକଙ୍କ ସେବା କରିବାକୁ ମନୋନୀତ କରିଛି। ବର୍ତ୍ତମାନ ଅସୁବିଧା ଯୋଗୁଁ ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିଛି ଏବଂ ରାଜ୍ୟ ପାଇଁ ଚାରିଧାମ ଯାତ୍ରା ସମ୍ପୂର୍ଣ୍ଣ ଆବଶ୍ୟକ ରହିଛି।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବୋଦ ୟୁନିୟାଲ କହିଛନ୍ତି ଯେ ବୈଠକରେ ଯୁବ ତଥା ବେକାର ବ୍ୟକ୍ତିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.