ETV Bharat / bharat

Modi Mango: ୨୪ ନିର୍ବାଚନ ଫଳାଫଳକୁ ଅପେକ୍ଷା, ପୂର୍ବରୁ ଫଳାଇଛନ୍ତି ମୋଦି ୱାନ-ଟୁ ଆମ୍ବ - ପ୍ରଧାନମନ୍ତ୍ରୀ ମୋଦି

ପୁଣି ଚର୍ଚ୍ଚାରେ ବିହାର ଭାଗଲପୁରର ମ୍ୟାଙ୍ଗୋ ମ୍ୟାନ ଅଶୋକ । ୨୦୧୪, ୨୦୧୯ରେ ମୋଦି ସରକାର ଆସିବା ପରେ ସେ ନୂଆ ଭେରାଇଟି ଆମ୍ବର ନାମ ମୋଦି ୱାନ-ଟୁ ଆମ୍ବ ରଖିଥିଲେ । ଏବେ ସେ ୨୦୨୪ ନିର୍ବାଚନ ଫଳକୁ ଅପେକ୍ଷା କରିଥିବା କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 17, 2023, 8:52 PM IST

୨୪ ନିର୍ବାଚନ ଫଳାଫଳକୁ ଅପେକ୍ଷା

ପାଟନା: ବିହାରର ଭାଗଲପୁରଠାରେ ଏବେଠୁ ଦେଖିବାକୁ ମିଳିଲାଣି ୨୦୨୪ ନିର୍ବାଚନୀ ହାୱା । ମୋଦିପ୍ରେମୀ ଆମ୍ବ ଚାଷୀ ପ୍ରଧାନମନ୍ତ୍ରୀଙ୍କ ବିଜୟଧାରାକୁ ଚାହିଁବସିଛନ୍ତି । ଏହି ନିର୍ବାଚନରେ ପୁଣି କେନ୍ଦ୍ରରେ ମୋଦି ସରକାର ଆସିଲେ ସେ 'ମୋଦି ୱାନ, ମୋଦି ଟୁ' ପରି ଚଳିତ ଥର ଏକ ଭିନ୍ନ ପ୍ରଜାତିର ଆମ୍ବ ଚାଷ କରିବେ ବୋଲି କହିଛନ୍ତି । ସେ ଭାଗଲପୁରର ମ୍ୟାଙ୍ଗୋ ମ୍ୟାନ ବୋଲି ଜଣାଶୁଣା ଥିବା ବେଳେ ତାଙ୍କ ଆମ୍ବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରପତି ମଧ୍ୟ ଚାଖିଥାନ୍ତି । ସେ ହାଇବ୍ରିଡ ମାଧ୍ୟମରେ ସୁସ୍ବାଦୁ ଆମ୍ବ ଚାଷ କରୁଥିବା ବେଳେ ସାରା ଦେଶରେ ତାଙ୍କ ଆମ୍ବର ଚାହିଦା ରହିଛି ।

୨୦୧୪ରେ ଚାଷ କରିଥିଲେ 'ମୋଦି-୧':- ୨୦୧୪ ମସିହାରେ ଯେତେବେଳେ କେନ୍ଦ୍ରରେ ମୋଦି ସରକାର ଆସିଥିଲେ ସେତେବେଳେ ମ୍ୟାଙ୍ଗୋ ମ୍ୟାନ ଅଶୋକ ଚୌଧୁରୀ ଏକ ନୂଆ ପ୍ରଜାତିର ଆମ୍ଭ ଚାଷ କରିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତାଙ୍କ କାର୍ଯ୍ୟଶୈଳୀରେ ସେ ପ୍ରଭାବିତ ହୋଇ ଏହି ପ୍ରଜାତିର ଆମ୍ବର ନାମ 'ମୋଦି-୦୧' ଦେଇଥିଲେ । ଏହି ଆମର ସ୍ବତନ୍ତ୍ରତା ହେଉଛି ଏହା ଦେଖିବାକୁ ଯେତିକି ସୁନ୍ଦର, ଏହାର ସ୍ବାଦ ବେଶ ମଧୁର । ମିଠା ସ୍ବାଦ ସାଙ୍ଗକୁ ଦେଖିବାକୁ ଏହା ଗୋଲାକାର । ଏହାର ସ୍ବତନ୍ତ୍ରତା ରହିଥିବାରୁ ଧୀରେ ଧୀରେ ଏହି ଆମ୍ବର ଚାହିଦା ବଢିଥିଲା ।

ଏହା ବି ପଢନ୍ତୁ- ଗାଲରେ ତ୍ରିରଙ୍ଗା ଚିତ୍ର ଯୋଗୁଁ ସ୍ବର୍ଣ୍ଣ ମନ୍ଦିରକୁ ଯାଇପାରିଲେନି ଯୁବତୀ, ଅଟକାଇଲେ ଷ୍ଟାଫ

'ମୋଦି-୨'ର ଥିଲା ବେଶ ଚାହିଦା:- ଏହାପରେ ମ୍ୟାଙ୍ଗୋ ମ୍ୟାନ ଅଶୋକ ବିଭିନ୍ନ ପ୍ରଜାତିର ଆମ୍ବ ଚାଷ ଉପରେ କାମ କରିବା ଆରମ୍ଭ କରିଥିଲେ । ଏହି ଆମ୍ବର ରଙ୍ଗ ଲାଲ ଥିବା ବେଳେ ଏହା ସ୍ବାଦ ବହୁତ ମିଠା ଥିଲା । ଅମଳ ପରେ ଆମ୍ବ ନାମକରଣ କରିବାର ସମୟ ଆସିଯାଇଥିବା ବେଳେ ୨୦୧୯ ମସିହାରେ ପୁଣି ଦ୍ବିତୀୟ ଥର ପାଇଁ କେନ୍ଦ୍ରରେ ଆସିଥିଲା ମୋଦି ସରକାର । ସେହି ସମୟରେ ଏହି ଆମ୍ବର ନାମ 'ମୋଦି-୨' ରଖିଥିଲେ । ଏହି ଆମ୍ବ ଏହାର ସ୍ବାଦ ଏବଂ ସୌନ୍ଦର୍ଯ୍ୟ ପ୍ରତି ଗଣମାଧ୍ୟମରର ହେଡଲାଇନରେ ରହିଥିଲା । ଗୁଜୁରାଟ ସମେତ ଅନେକ ରାଜ୍ୟରେ ମଧ୍ୟ ଏହି ପ୍ରଜାତିର ଆମ୍ବ ଚାଷ କରାଯାଇଥିଲା ।

୩ୟ ଆମ୍ବ ଚାଷ ସରିଥିବା ବେଳେ ନିର୍ବାଚନ ଫଳାଫଳକୁ ଅପେକ୍ଷା:- ମ୍ୟାଙ୍ଗୋ ମ୍ୟାନ ଅଶୋକ ୩ୟ ପ୍ରଜାତିର ଆମ୍ବକୁ ଚାଷ ଆରମ୍ଭ କରିଛନ୍ତି । ଏହାର କ୍ରସିଂ ମଧ୍ୟ କରାଯାଇଛି । ଯଦି ୨୦୨୪ ନିର୍ବାଚନରେ ପୁଣି ମୋଦି ସରକାରଙ୍କ ବିଜୟ ହୁଏ, ତେବେ ଅଶୋକ ଏହି ଆମ୍ବର ନାମ 'ମୋଦି-୩' ରଖିବେ ବୋଲି କହିଛନ୍ତି । ଅଶୋକ ବିଭିନ୍ନ ଚାହିଦାଯୁକ୍ତ ଆମ୍ବ ପ୍ରଜାତି ମଧ୍ୟରେ କ୍ରସିଂ କରି ନୂଆ ନୂଆ ଭେରାଇଟିର ଆମ୍ବ ଫଳାଇଥାନ୍ତି । ଆମେରିକାନ ଆମ୍ବ ଇରୱିନ ଓ ଭାରତୀୟ ପ୍ରଜାତି ଗୁଲାବ ମଧ୍ୟରେ କ୍ରସିଂ କରାଯାଇ 'ମୋଦି-୨' ଆମ୍ବ ଫଳାଇଥିଲେ ଅଶୋକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.