ETV Bharat / bharat

ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ ମୁହାଁ ପିଲା

author img

By

Published : Jun 26, 2022, 9:23 AM IST

Updated : Jun 26, 2022, 10:08 AM IST

ରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ ମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ । ଗୁଜୁରାଟରେ ଆରମ୍ଭ ହୋଇଛି ଏହି ନୂଆ ଟ୍ରେଣ୍ଡ । ଅଧିକ ପଢନ୍ତୁ

ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ ମୁହାଁ ପିଲା
ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ ମୁହାଁ ପିଲା

ଗାନ୍ଧୀନଗର: ଆଜିକାଲି ଦେଶରେ ଛତୁ ଫୁଟିଲା ପରି ମୁଣ୍ଡ ଟେକିଛି ଘରୋଇ ସ୍କୁଲ । ସରକାରୀ ସ୍କୁଲରେ ପଢାଇବାକୁ ଅମଙ୍ଗ ହେଉଛନ୍ତି ଅଭିଭାବକ । ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ବାପାମାଆ ବି ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଲକ୍ଷ୍ୟରେ ଘରୋଇ ଶିକ୍ଷାନୁଷ୍ଠାନକୁ ବାଛୁଛନ୍ତି । ଯେଉଁ କାରଣରୁ ଗାଁ ଗଣ୍ଡାରେ ଥିବା ସ୍କୁଲରେ ଏବେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମି କମି ଯାଉଛି । କିନ୍ତୁ ଦେଶରେ ଏଭଳି ଏକ ରାଜ୍ୟ ଅଛି, ଯେଉଁଠି ବର୍ତ୍ତମାନ ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ ମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ । ଏହି ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି ଗୁଜୁରାଟରେ ।

ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗୁଣବତ୍ତାରେ ଉନ୍ନତି ଏବଂ ଆନୁସଙ୍ଗିକ ସୁବିଧା ସୁଯୋଗ ମିଳୁଥିବାରୁ ଗୁଜୁରାଟର ପିଲାମାନେ ଘରୋଇ ସ୍କୁଲ ଛାଡି ସେଠାରେ ନାମ ଲେଖାଉଛନ୍ତି । ଗୁଜୁରାଟ ଗଣଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, ୨୦୧୮-୧୯ ଶିକ୍ଷାବର୍ଷରେ ଗୁଜୁରାଟରେ ୩୩,୮୨୨ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ଛାଡି ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିଲେ ସେହିପରି ୨୦୧୯-୨୦ରେ ଏହି ସଂଖ୍ୟା ୩୧,୩୮୨ ରହିଥିଲା । ଗୁରୁଜାଟ ବନାସକାଣ୍ଠା ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ କହିଛନ୍ତି, ଘରୋଇ ସ୍କୁଲରୁ ସରକାରୀ ସ୍କୁଲକୁ ପିଲାଙ୍କ ସ୍ଥାନାନ୍ତରଣ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଛି । ସରକାରୀ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ବିକାଶ ପିଲାଙ୍କୁ ଏଠାକୁ ଟାଣି ଆଣୁଛି । ଯାହାଫଳରେ ଚଳିତ ବର୍ଷ ଜିଲ୍ଲାରେ ୬ଟି ଘରୋଇ ସ୍କୁଲରେ ତାଲା ଝୁଲିଛି ।

ଏବେ ଏହି ଜିଲ୍ଲାରେ ୨,୩୫୨ ସରକାରୀ ସ୍କୁଲ ଥିବାବେଳେ ୩.୫୦ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । 'ମିଶନ ସ୍କୁଲ ଏକ୍ସିଲେନ୍ସ ଜରିଆରେ' ସ୍କୁଲଗୁଡିକରେ ଉନ୍ନତିକରଣ କରାଯାଇଛି । ଫଳରେ ଅଧିକରୁ ଅଧିକ ପିଲା ସରକାରୀ ସ୍କୁଲ ମୁହାଁ ହେଉଛନ୍ତି ।

Last Updated : Jun 26, 2022, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.