ETV Bharat / bharat

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଖୁଲାସା, ଖୁବଶୀଘ୍ର ଆସିବ CAAର ନୂଆ ନିୟମ - ଗଜେନ୍ଦ୍ର ସିଂ ଶେଖାୱତ

ନାଗରିକତ୍ବ ସଂଶୋଧନ ଅଧିନିୟମ (CAA)ର ନୂଆ ନିୟମ ଖୁବଶୀଘ୍ର ଆସିବ ବୋଲି କହିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଅଧିକ ପଢନ୍ତୁ

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ

author img

By

Published : Nov 21, 2021, 1:07 PM IST

ଜୟପୁର: ନାଗରିକତ୍ବ ସଂଶୋଧନ ଅଧିନିୟମ (CAA)ର ନୂଆ ନିୟମ ଖୁବଶୀଘ୍ର ଆସିବ ବୋଲି କହିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଶନିବାର ପାକିସ୍ତାନୀ ବିସ୍ଥାପିତ ହିନ୍ଦୁ ପରିବାରର 'ଦିୱାଲି ସ୍ନେହ ମିଲାନ' ସମାରୋହରେ ଏହା କହିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ । ହିନ୍ଦୁ ପ୍ରବାସୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରିବାକୁ ନିଶ୍ଚିନ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ସେ ଆହୁରି କହିଛନ୍ତି 2014 ରେ ମୁଁ ସଂସଦରେ ପାକିସ୍ତାନର ଗରିବ ହିନ୍ଦୁ ଭାଇମାନଙ୍କ ପାଇଁ ସ୍ବର ଉଠାଇଥିଲି । ବିସ୍ଥାପିତ ହିନ୍ଦୁ ଭାଇମାନେ ସହଜରେ ନାଗରିକତା ପାଇନାହାଁନ୍ତି। ସେମାନେ କୌଣସି ପ୍ରକାରର ସୁବିଧା ପାଇ ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମସ୍ୟାକୁ ବୁଝିଥିଲେ । ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଉଦ୍ୟମ ପାଇଁ ହିନ୍ଦୁ ପ୍ରବାସୀମାନେ କିଛି ସୁବିଧା ମଧ୍ୟ ପାଇଥିଲେ। କିନ୍ତୁ ଏହା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ । ତେଣୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ନାଗରିକତ୍ବ ସଂଶୋଧନ ଆଇନ ଆଣିଛନ୍ତି ବୋଲି କହିଛନ୍ତି ଜଳଶକ୍ତି ମନ୍ତ୍ରୀ ।

ଗଜେନ୍ଦ୍ର ସିଂ ଶେଖାୱତ ଆହୁରି କହିଛନ୍ତି ବିରୋଧୀ ଦଳ କଂଗ୍ରେସ ସମେତ ଆମ ଆଦମି ପାର୍ଟି ନାଗରିକତ୍ବ ସଂଶୋଧନ ବିରୋଧରେ ଧାରଣା ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ସତ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରିଛନ୍ତି । ସେମାନେ ଆମର ସମ୍ବଳ ଅକ୍ତିଆର କରିଛନ୍ତି । ଏହା ଆଶ୍ଚର୍ଯ୍ୟଜନକ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଅନୁପ୍ରବେଶକାରୀଙ୍କ ସପକ୍ଷରେ ରାଲି କରିଥିବା କହିଛନ୍ତି ଜଳଶକ୍ତି ମନ୍ତ୍ରୀ ।

'ଦିୱାଲି ସ୍ନେହ ମିଲାନ' ସମାରୋହରେ ଶେଖାୱାତ କହିଛନ୍ତି ଯେ ବିଭାଜନ ସମୟରେ ଭାରତ ଏବଂ ପାକିସ୍ତାନର ଶାସକମାନେ ନିଶ୍ଚିତ କରିଥିଲେ ଯେ ଧର୍ମ ଆଧାରରେ କୌଣସି ଭେଦଭାବ ହେବ ନାହିଁ । ସ୍ବାଧୀନତାର 75 ବର୍ଷ ପରେ ଭାରତ ସମାନ ନୀତି ଅନୁଯାୟୀ ଚାଲିଛି। ଆମେ କୌଣସି ଧର୍ମ ପ୍ରତି ଉଦାସୀନତା ଦେଖାଇ ନାହୁଁ, କିନ୍ତୁ ପାକିସ୍ତାନ-ବାଂଲାଦେଶରେ ହିନ୍ଦୁ ଜନସଂଖ୍ୟା 28% ରୁ 2% କୁ ହ୍ରାସ ପାଇଛି। ଧର୍ମ ନାମରେ ଅତ୍ୟାଚାର ଆଜି ମଧ୍ୟ ଜାରି ରହିଥିବା କହିଛନ୍ତି ଜଳଶକ୍ତି ମନ୍ତ୍ରୀ ।

ରାଜସ୍ଥାନ, ଆସାମ ଏବଂ ପଶ୍ଚିମବଙ୍ଗରେ ଅବସ୍ଥାପିତ ପାକିସ୍ତାନ ଏବଂ ବାଂଲାଦେଶରୁ ହିନ୍ଦୁ ବିସ୍ଥାପିତ ଲୋକଙ୍କ ଯନ୍ତ୍ରଣା ମୁଁ ଅନୁଭବ କରିଛି। ଯେତେବେଳେ କି ଆମ ଦେଶରେ ଅନେକ ଦଶନ୍ଧି ଧରି ଏପରି କୌଣସି ଘଟଣା ଘଟି ନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.