ETV Bharat / bharat

ନୂଆ ସଂସଦ ଭବନ ଉଦଘାଟନ ବିବାଦ: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର - ସଂସଦ ଭବନ ଉଦଘାଟନ ନେଇ ସୁପ୍ରିମକୋର୍ଟରେ ମାମଲା

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦଘାଟନକୁ ବିରୋଧ କରି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର । ଅଧିକ ପଢନ୍ତୁ

ନୂଆ ସଂସଦ ଭବନ ଉଦଘାଟନ ବିବାଦ
ନୂଆ ସଂସଦ ଭବନ ଉଦଘାଟନ ବିବାଦ
author img

By

Published : May 25, 2023, 1:20 PM IST

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଉଦଘାଟନକୁ ନେଇ ତେଜିବାରେ ଲାଗିଛି ବିବାଦ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନକୁ ବିରୋଧି ଦଳଗୁଡିକୁ ତୀବ୍ର ବିରୋଧ କରୁଛନ୍ତି । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନୁହଁନ୍ତି, ରାଷ୍ଟ୍ରପତି ମୁର୍ମୁ ନବନିର୍ମିତ ସଂସଦ ଭବନ ଉଦଘାଟନ କରନ୍ତୁ ବୋଲି ଦାବି କରାଯାଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ୨୦ ବିରୋଧି ଦଳ ଉଦଘାଟନୀ କାର୍ଯ୍ୟକ୍ରମକୁ ବୟକଟ କରିବା ପାଇଁ ଘୋଷଣା କରିବା ପରେ ଆଜି ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି ।

ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି, ନୂତନ ସଂସଦ ଭବନର ଉଦଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ନକରି ଲୋକସଭା ସଚିବାଳୟ ସମ୍ବିଧାନର ଉଲ୍ଲଘଂନ କରିଛି । ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ସଂସଦ ବିଲ୍ଡିଂର ଉଦଘାଟନ କରାଯାଉ ।

ତେବେ ବିରୋଧି ଦଳଙ୍କ ବୟକଟ ଘୋଷଣା ପରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମ ବର୍ଜନ କରିବା ପାଇଁ ବିରୋଧି ଦଳଗୁଡିକର ନିଷ୍ପତ୍ତିରେ ଆମେ ମଧ୍ୟ ସାମିଲ ହେବୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମୁଖ୍ୟ । କିନ୍ତୁ ଆସନ୍ତା ମେ' ୨୮ରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ମୋଦି ସରକାର ତାଙ୍କୁ ଆମନ୍ତ୍ରିତ ନକରି ଅଣଦେଖା କରିଛନ୍ତି । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରିତ କରାନଯିବାକୁ ବିରୋଧ କରି ବିରୋଧି ଦଳ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ନହେବାକୁ ସ୍ଥିର କରିଛନ୍ତି ।

ଏହାମଧ୍ୟ ପଢନ୍ତୁ : ସଂସଦ ଭବନ ଉଦଘାଟନୀରେ ସାମିଲ ହେବେ ଅକାଳୀ ଦଳ, YSR କଂଗ୍ରେସ

ଅନ୍ୟପଟେ ୨୦ ବିରୋଧି ଦଳଙ୍କ ବୟକଟ ମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ, ପଞ୍ଜାବର ଅକାଳୀ ଦଳ ଏବଂ ବିଜେଡି ସଂସଦ ଭବନ ଉଦଘାଟନରେ ସାମିଲ ହେବାକୁ ଘୋଷଣା କରିଛନ୍ତି । ସଂସଦ ଆମ ଗଣତନ୍ତ୍ରର ମନ୍ଦିର । ଏହା ଦେଶର ଆତ୍ମାକୁ ପ୍ରତିଫଳିତ କରେ । ସଂସଦ ସମଗ୍ର ଦେଶବାସୀଙ୍କର ଓ ସବୁ ଦଳ । ଉଦଘାଟନୀ ସମାରୋହକୁ ବର୍ଜନ କରିବା ଗଣତନ୍ତ୍ରର ପ୍ରକୃତ ପରିଚାୟକ ନୁହେଁ । ତେଣୁ ସମାରୋହରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛୁ ବୋଲି ଜଗନ ମୋହନ କହିଛନ୍ତି । ବିରୋଧି ଦଳଗୁଡିକ ପକ୍ଷରୁ ଉଠାଯାଇଥିବା ପ୍ରସଙ୍ଗରେ ଆମେ ସହମତ ନୁହେଁ ବୋଲି କହିଛନ୍ତି ଅକାଳୀ ଦଳ ନେତା ।

ଏହାମଧ୍ୟ ପଢନ୍ତୁ : ମୁଁ ବିଶ୍ବବାସୀଙ୍କ ଆଖିରେ ଆଖି ମିଶାଇ ଭାରତ କଥା କୁହେ: ମୋଦି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.