ETV Bharat / bharat

New Orange Vande Bharat Express: ଆସିଲା ନୂଆ ବନ୍ଦେ ଭାରତର ଝଲକ

author img

By

Published : Aug 19, 2023, 10:36 PM IST

ନୂଆ ଲୁକ (ଅରେଞ୍ଜ-ଗ୍ରେ ରଙ୍ଗ) ରେ ଆସିଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ଟ୍ରାକରେ ପରୀକ୍ଷଣ ପାଇଁ ଇଣ୍ଟେଗ୍ରାଲ କୋଚ ଫ୍ୟାକଟ୍ରି ପକ୍ଷରୁ ଟ୍ରାକକୁ ଅଣାଯାଇଥିଲା । ନୂଆ ଲୁକରେ ଆସିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଇଣ୍ଟରିୟର ଡିଜାଇନରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ସୁରକ୍ଷା ଓ ସେବା ସମ୍ବନ୍ଧୀୟ କ୍ଷେତ୍ରରେ 25 ଟି ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ

ଆସିଲା ନୂଆ ବନ୍ଦେ  ଭାରତର ଝଲକ
ଆସିଲା ନୂଆ ବନ୍ଦେ ଭାରତର ଝଲକ
ଆସିଲା ନୂଆ ବନ୍ଦେ ଭାରତର ଝଲକ

ଚେନ୍ନାଇ : New Orange Vande Bharat Express: ଅରେଞ୍ଜ-ଗ୍ରେ ରଙ୍ଗରେ ରଙ୍ଗାୟିତ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରାକକୁ ଓହ୍ଲାଇଛି । ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ ଫ୍ୟାକଟ୍ରି (Integral Coach Factory ) ର ଟ୍ରାକକୁ ନୂଆ ବନ୍ଦେ ଭାରତ ଏକ୍ସପ୍ରେସକୁ ଅଣାଯାଇଛି । ନୂଆ ଲୁକରେ ଆସିଥିବା ଏହି ଟ୍ରେନ ବନ୍ଦେ ଭାରତର 31 ତମ ଟ୍ରେନ ହେବ । କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଫ୍ୟାକଟ୍ରିକୁ ଯାଇ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ନୀରିକ୍ଷଣ କରିବା ସହିତ ଏହାର ଫଟୋ ଟ୍ବିଟ କରି ଆଗାମୀ ଦିନରେ ଅରେଞ୍ଜ ଗ୍ରେ ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରେସ ଆସିବ ବୋଲି ସୂଚନା ଦେଇଥିଲେ । ଯାହାର ଝଲକ ଆଜି ଦେଖିବାକୁ ମିଳିଛି । ଯଦିଓ ଏହି ଟ୍ରେନ କେଉଁ ରୁଟରେ କେବେ ଶୁଭାରମ୍ଭ ହେବ ସ୍ପଷ୍ଟ ସୂଚନା ଆସିନାହିଁ... କିନ୍ତୁ ଆଜି ଅରେଞ୍ଜ -ଗ୍ରେ ରଙ୍ଗର ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଝଲକ ସାମାନାକୁ ଆସିଛି ।

ଏହାବି ପଢନ୍ତୁ- ନୂଆ ରଙ୍ଗରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ଜାଣନ୍ତୁ କାହିଁକି ବଦଳିଲା କଲର

ନୂଆ ଲୁକ (ଅରେଞ୍ଜ-ଗ୍ରେ ରଙ୍ଗ) ରେ ଆସିଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ଟ୍ରାକରେ ପରୀକ୍ଷଣ ପାଇଁ ଇଣ୍ଟେଗ୍ରାଲ କୋଚ ଫ୍ୟାକଟ୍ରି ପକ୍ଷରୁ ଟ୍ରାକକୁ ଅଣାଯାଇଥିଲା । ନୂଆ ଲୁକରେ ଆସିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଇଣ୍ଟରିୟର ଡିଜାଇନରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ସୁରକ୍ଷା ଓ ସେବା ସମ୍ବନ୍ଧୀୟ କ୍ଷେତ୍ରରେ 25 ଟି ପରିବର୍ତ୍ତନ କରାଯାଇଛି । ଯାତ୍ରୀଙ୍କ ଠାରୁ ମିଳିଥିବା ମତାମତ ଓ ବିଭିନ୍ନ ବୈଷୟିକ ସ୍ଥିତିକୁ ଅନୁଧ୍ୟାନ କରି ଏହାର ପରିବର୍ତ୍ତନ କରାଯାଇଛି ।

ପରିବର୍ତ୍ତନରେ ଯାତ୍ରୀ ବସିବା ସିଟ ଠାରୁ ଆରମ୍ଭ କରି, ମୋବାଇଲ ଚାର୍ଜିଂ ପଏଣ୍ଟ, ଶୌଚାଳୟ ଟ୍ୟାପ, ଫୁଟ ଷ୍ଟେଚ, ସହ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଯାତ୍ରୀଙ୍କ ସର୍ବୋତ୍ତମ ସେବା ସୁରକ୍ଷାକୁ ନିଶ୍ଚିତ କରି ଏହା ପରିବର୍ତ୍ତନ କରାଯାଇଛି । ଯାହା ଯାତ୍ରୀ ଯାତ୍ରା ବେଳେ ନୂଆ ଅନୁଭବ ପାଇବେ ବୋଲି ରେଳବାଇ ଆଶା କରିଛି । ବର୍ତ୍ତମାନ ନୂଆ ବନ୍ଦେ ଭାରତର ପରୀକ୍ଷଣ ଚାଲିଥିବା ବେଳେ ଆସନ୍ତା ମାସରୁ ଏକାଧିକ ନୂଆ ବନ୍ଦେ ଭାରତ ଟ୍ରେନକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏଣିକି ଶୁଭାରମ୍ଭ ହେବାକୁ ଥିବା ସମସ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଅରେଞ୍ଜ-ଗ୍ରେ ରଙ୍ଗର ହିଁ ହେବ । ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ ଫ୍ୟାକଟ୍ରିରେ ଏହାର ନିର୍ମାଣ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହାସହ ଆଇସିଏଫ ବନ୍ଦେ ଭାରତର ସ୍ଲିପର କୋଚର ଡିଜାଇନକୁ ମଧ୍ୟ ଚୂଡାନ୍ତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.