ETV Bharat / bharat

ଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ: CBDT - ଟ୍ୟାକ୍ସ ଦେୟ

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂତନ ଅନଲାଇନ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ । ସୂଚନା ଦେଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ । ଅଧିକ ପଢନ୍ତୁ...

ଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ: CBDTଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ: CBDT
ଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ: CBDT
author img

By

Published : Jun 6, 2021, 11:17 AM IST

ନୂଆଦିଲ୍ଲୀ: ଏଣିକି ଅନଲାଇନରେ ପଇଠ କରି ହେବ ଟ୍ୟାକ୍ସ । ଏନେଇ ଉନ୍ନତ ଇ-ଫାଇଲିଂ ୱେବସାଇଟରେ ଏକ ମୋବାଇଲ ଆପ୍ ଏବଂ ନୂତନ ଅନଲାଇନ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଜୁନ 18 ତାରିଖରୁ ଏହି ୱେବସାଇଟ ସକ୍ରିୟ ହେବ । ଶନିବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(CBDT)ପକ୍ଷରୁ ଏନେଇ ସୂଚନା ମିଳିଛି ।

ନୂତନ E-filing ଲିଙ୍କ -- www.incometax.gov.in HYPERLINK "http://existing ଜୁନ 7 ରୁ www.incometaxindiaefiling.gov.inକୁ ପରିବର୍ତ୍ତିତ ହେବ । ତେବେ CBDT ସ୍ପଷ୍ଟ କରିଛି ଯେ ଟ୍ୟାକ୍ସଦାତାଙ୍କ କୌଣସି ପ୍ରକାର ଅସୁବିଧା ଏଡାଇବାକୁ ଟ୍ୟାକ୍ସ କିସ୍ତି ପଇଠ ତାରିଖ ପୂର୍ବରୁ ଚଳିତ ମାସ 18 ତାରିଖରୁ ନୂତନ ଅନଲାଇନ ଟ୍ୟାକ୍ସ ଦେୟ ବ୍ୟବସ୍ଥା ଆରମ୍ଭ ହେବ ।

ଏହା ପୂର୍ବରୁ କୁହାଯାଇଥିଲା ଯେ ଉକ୍ତ ୱେବସାଇଟ ଦ୍ବାରା ଯେକୌଣସି ବ୍ୟାଙ୍କରେ ଟ୍ୟାକ୍ସଦାତାଙ୍କ ଯେକୌଣସି ଆକାଉଣ୍ଟରୁ ନେଟ୍ ବ୍ୟାଙ୍କିଙ୍ଗ, UPI, କ୍ରେଡିଟ କାର୍ଡ ଏବଂ RTGS / NEFT ବ୍ୟବହାର କରି ଏକାଧିକ ନୂତନ ଦେୟ ବିକଳ୍ପ ମାଧ୍ୟମରେ ଅନଲାଇନ ଟ୍ୟାକ୍ସ ପେମେଣ୍ଟ କାର୍ଯ୍ୟକ୍ଷମ ହୋଇପାରିବ । ଏଥିସହ ପୋର୍ଟାଲର ଲଞ୍ଚ ପରେ ଟ୍ୟାକ୍ସଦାତାମାନଙ୍କୁ ଏହାର ଫିଚର ସହ ପରିଚିତ କରାଇବାକୁ ମୋବାଇଲ ଆପ ମଧ୍ୟ ରିଲିଜ୍ କରାଯିବ ବୋଲି CBDT ଜଣାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଫ୍ରେମ ପଲିସି ଆୟକର ବିଭାଗ ଏବଂ ଇ-ଫାଇଲିଂ ୱେବସାଇଟ ପାଇଁ ଟିକସଦାତାଙ୍କ ଦ୍ବାରା ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା ସହ ଅନ୍ୟାନ୍ୟ କାରବାର ପାଇଁ ବ୍ୟବହୃତ ହୁଏ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.