ETV Bharat / bharat

ମାରାତ୍ମକ ଟ୍ରିପଲ ମ୍ୟୁଟାଣ୍ଟ; ନାକପାଟିରୁ ରକ୍ତସ୍ରାବ ସହ ନୀଳ ପଡୁଛି ଆଙ୍ଗୁଳି

author img

By

Published : Apr 23, 2021, 8:18 PM IST

ଏବେ ଭୟ ବଢାଇଛି କୋରୋନାର ନୂଆ ରୂପ । B.1.618 ଅର୍ଥାତ ଟ୍ରିପଲ ମ୍ୟୁଟାଣ୍ଟ ଏବେ ସମସ୍ତଙ୍କୁ ଆତଙ୍କିତ କରିଛି । RTPCR ଟେଷ୍ଟରେ ଚିହ୍ନଟ ହେଉନାହିଁ ନୂଆ ମ୍ୟୁଟାଣ୍ଟ । ଅଧିକ ପଢନ୍ତୁ...

ବିପଦଜନକ କୋରୋନାର ନୂଆ ରୂପ; ନାକପାଟିରୁ ରକ୍ତସ୍ରାବ ସହ ନୀଳ ପଡୁଛି ଆଙ୍ଗୁଳି

ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଛି ମହାମାରୀ କୋରୋନା ଦ୍ବିତୀୟ ଲହରୀ । ବର୍ତ୍ତମାନସୁଦ୍ଧା ଦେଶବାସୀଙ୍କ ମନରେ କୋରୋନାର ଡବଲ ମ୍ୟୁଟାଣ୍ଟ, ବ୍ରିଟେନ, ବ୍ରାଜିଲ ସମେତ ଅନ୍ୟ ଦେଶରୁ ଆସିଥିବା ଭ୍ୟାରିଏଣ୍ଟ ଚିନ୍ତାର ବିଷୟ ପାଲଟିଥିଲା । ହେଲେ ଏବେ ଭୟ ବଢାଇଛି କୋରୋନାର ନୂଆ ରୂପ ।

କୋରୋନାର ନୂଆ ରୂପ B.1.618 ଅର୍ଥାତ ଟ୍ରିପଲ ମ୍ୟୁଟାଣ୍ଟ ଏବେ ସମସ୍ତଙ୍କୁ ଆତଙ୍କିତ କରିଛି । ଏହି ଭ୍ୟାରିଏଣ୍ଟ ପଶ୍ଚିମବଙ୍ଗରେ ବ୍ୟାପକସ୍ତରରେ ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ମତରେ ଭାଇରସର ଏହି ନୂଆ ରୂପ ଅନ୍ୟ ପ୍ରକାର ତୁଳନାରେ ଅଧିକ ସଂକ୍ରାମକ ହୋଇପାରେ ।

ଭାଇରସର ନୂଆ ରୂପକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଭୟାବହ । ଡାକ୍ତରଙ୍କ କହିବା ଅନୁଯାୟୀ, RTPCR ଟେଷ୍ଟରେ ଚିହ୍ନଟ ହେଉନାହିଁ ନୂଆ ମ୍ୟୁଟାଣ୍ଟ । ଏକା ସାଙ୍ଗରେ ଡବଲ ଏବଂ ଟ୍ରିପଲ ମ୍ୟୁଟାଣ୍ଟ କିସମ ରହିଥିବା ଏବଂ ସଂରଚନାରେ ପରିବର୍ତ୍ତନ ହେତୁ, RTPCR ଟେଷ୍ଟରେ ଏହା ଚିହ୍ନଟ ହେଉନାହିଁ । ନୂତନ କିସମଗୁଡିକ ନୂତନ ଲକ୍ଷଣ ସୃଷ୍ଟି କରୁଥିବା ପରିଲକ୍ଷିତ ହେଉଛି ।

ନୂଆ ଭାଇରସ ଭ୍ୟାରିଏଣ୍ଟ ସଂକ୍ରମଣ ଯୋଗୁଁ, ଝାଡାବାନ୍ତି ତଳିପେଟ ଯନ୍ତ୍ରଣା, ଦେହହାତ ଫଳିଯିବା, କନଫ୍ୟୁଜନ ଅବସ୍ଥା, ବ୍ରେନ ଫଗ୍‌, ଆଙ୍ଗୁଳିରେ ନୀଳ ରଙ୍ଗ ଦେଖାଯିବା, ସାଧାରଣ ଲକ୍ଷଣ ବ୍ୟତୀତ ନାକ ଏବଂ ପାଟିରୁ ରକ୍ତସ୍ରାବ ଲକ୍ଷଣ ରହିଛି । ଏହାସହିତ ଶରୀର, ଗଳାରେ ଯନ୍ତ୍ରଣା, ଜ୍ବର ହେବା, ସ୍ବାଦ ଓ ଆଘ୍ରାଣ ଶକ୍ତି ହରାଇବା ଭଳି ଲକ୍ଷଣ ଦେଖାଦେଉଥିବା ଡାକ୍ତର ମତ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.