ETV Bharat / bharat

କୋଭିଡ-19 ପରେ କାର୍ଯ୍ୟକ୍ଷେତ୍ରର ଭବିଷ୍ୟତ-ନୂଆ ଚାକିରି, ନୂଆ ଦାୟିତ୍ବ ଏବଂ ନୂଆ କ୍ୟାରିୟର

ମହାମାରୀ ସାରା ବିଶ୍ବରେ ୱାର୍କ ଫ୍ରମ୍ ହୋମ୍, ଇ-କମର୍ସ, ଭର୍ଚୁଆଲ ମିଟିଂ, ଅନଲାଇନ ଏଜୁକେସନ ଏବଂ ଅଟୋମେସନ୍ ଭଳି ଅନେକ ନୂଆ ନୂଆ ଟ୍ରେଣ୍ଡ ବା ଧାରା ସୃଷ୍ଟି କରିଛି । ଅନେକ କମ୍ପାନି ଏବେ ‘ରିମୋଟ୍’ ଏବଂ ‘ଅନ୍-ସାଇଟ୍’ ୱାର୍କିଂ ନେଇ ଏକ ନୂଆ ମଡେଲ ନେଇ ଯୋଜନା କରୁଛନ୍ତି । ଏକ ହାଇବ୍ରି଼ଡ୍ ଭର୍ଚୁଆଲ ମଡେଲରେ କିଛି କର୍ମଚାରୀ କମ୍ପାନି ଅଫିସକୁ ଆସିବେ ଏବଂ ଅନ୍ୟମାନେ ଘରୁ କାମ କରିବେ ।

author img

By

Published : Apr 3, 2021, 12:59 PM IST

କୋଭିଡ-19 ପରେ କାର୍ଯ୍ୟକ୍ଷେତ୍ରର ଭବିଷ୍ୟତ-ନୂଆ ଚାକିରି, ନୂଆ ଦାୟିତ୍ବ ଏବଂ ନୂଆ କ୍ୟାରିୟର
କୋଭିଡ-19 ପରେ କାର୍ଯ୍ୟକ୍ଷେତ୍ରର ଭବିଷ୍ୟତ-ନୂଆ ଚାକିରି, ନୂଆ ଦାୟିତ୍ବ ଏବଂ ନୂଆ କ୍ୟାରିୟର

କୋଭିଡ-19 ମହାମାରୀ 2020ରେ ସାରା ବିଶ୍ବରେ ନିଯୁକ୍ତି କ୍ଷେତ୍ରକୁ ବିପର୍ଯ୍ୟସ୍ତ କରି ଦେଇଛି । ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଚାକିରି ହରାଇଛନ୍ତି ଏବଂ ଅଫିସ ସବୁ ବନ୍ଦ ହୋଇଯିବାରୁ ଅନେକ ଲୋକ ଘରୁ କାମ କରି କୌଣସିମତେ ନିଜର ବୃତ୍ତିକୁ ବଜାୟ ରଖିଛନ୍ତି । ଯେଉଁ କ୍ଷେତ୍ରରେ ବ୍ୟକ୍ତିଗତ ସମ୍ପର୍କ ଜରୁରୀ ସେସବୁ ପଦ ପଦବୀରେ ଚାକିରି କରୁଥିବା ଲୋକେ ସମ୍ଭବତଃ ଅଧିକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ବିଶ୍ବରେ ଯେତିକି ଲୋକ ବିଭିନ୍ନ ବୃତ୍ତିରେ ଅଛନ୍ତି, ତାହାର ପ୍ରାୟ 25 ପ୍ରତିଶତ ମହାମାରୀ ପୂର୍ବରୁ ଯେଉଁସବୁ କାମରେ ନିୟୋଜିତ ଥିଲେ ସେମାନେ ଏବେ ଏହା ବଦଳାଇବାକୁ ଚାହୁଁଛନ୍ତି । ଏପରି ପରିସ୍ଥିତି ଯୋଗୁଁ ନୂତନ ଜ୍ଞାନକୌଶଳ ଗ୍ରହଣ କରିବାକୁ ପଡ଼ିବ ଯାହାଦ୍ବାରା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଅଟୋମେସନ, ଡିଜିଟାଲ ଟେକନୋଲୋଜି, ଡାଟା ସିକ୍ୟୁରିଟି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନସ ସମ୍ପର୍କିତ ପରିବର୍ତ୍ତିତ କ୍ଷେତ୍ର ଦ୍ବାରା ନୂଆ ନୂଆ ପଦବୀ, କ୍ୟାରିୟର ଏବଂ ଦାୟିତ୍ବ ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଆଗାମୀ ଦିନରେ କାମ କରିବାର ଉପାୟ ଓ ଦକ୍ଷତାରେ ପରିବର୍ତ୍ତନ ଦେଖିବାକୁ ମିଳିବ । ବିଭିନ୍ନ ପ୍ରକାର ବୈଷୟିକ ଦକ୍ଷତା ହେଉ, ସ୍ବତନ୍ତ୍ର ଶିଳ୍ପ ଦକ୍ଷତା ଏବଂ କୋର୍ ବିଜିନେସ୍ ଦକ୍ଷତା ସବୁ କ୍ଷେତ୍ରରେ ଆଗକୁ ନୂଆ ନୂଆ ଚ୍ୟାଲେଞ୍ଜ ରହିଛି । ସାରା ବିଶ୍ବ ଲକ୍ ଡାଉନ୍ ହୋଇଥିବା ବେଳେ ଆମେ ଯେଉଁ ଢଙ୍ଗରେ କାମ କରୁଥିଲେ, ଯେପରି ଶିକ୍ଷା ଲାଭ କରୁଥିଲେ, କିଣାବିକା କରୁଥିଲେ, ସାମାଜିକ ଗଣମାଧ୍ୟମରେ ରହୁଥିଲେ, ମନୋରଂଜନ କରୁଥିଲେ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିପାରେ ।

ମହାମାରୀ ସାରା ବିଶ୍ବରେ ୱାର୍କ ଫ୍ରମ୍ ହୋମ୍, ଇ-କମର୍ସ, ଭର୍ଚୁଆଲ ମିଟିଂ, ଅନଲାଇନ ଏଜୁକେସନ ଏବଂ ଅଟୋମେସନ୍ ଭଳି ଅନେକ ନୂଆ ନୂଆ ଟ୍ରେଣ୍ଡ ବା ଧାରା ସୃଷ୍ଟି କରିଛି । ଅନେକ କମ୍ପାନି ଏବେ ‘ରିମୋଟ୍’ ଏବଂ ‘ଅନ୍-ସାଇଟ୍’ ୱାର୍କିଂ ନେଇ ଏକ ନୂଆ ମଡେଲ ନେଇ ଯୋଜନା କରୁଛନ୍ତି । ଏକ ହାଇବ୍ରି଼ଡ୍ ଭର୍ଚୁଆଲ ମଡେଲରେ କିଛି କର୍ମଚାରୀ କମ୍ପାନି ଅଫିସକୁ ଆସିବେ ଏବଂ ଅନ୍ୟମାନେ ଘରୁ କାମ କରିବେ । ନୂଆ ମଡେଲରେ ଅଧିକ କାର୍ଯ୍ୟ ଦକ୍ଷତା ପ୍ରଦର୍ଶର ସୁଯୋଗ, ଉତ୍ପାଦିକତା ବୃଦ୍ଧି, ଛୋଟ ଛୋଟ ଟିମ୍ ନିୟୋଜିତ କରିବା, କମ୍ପାନି ଖର୍ଚ୍ଚ ହ୍ରାସ ସହିତ ଏହା ମଧ୍ୟ ପରିବର୍ତ୍ତନଶୀଳ। ଉଦାହରଣ ସ୍ବରୂପ “ନେଚର” ପତ୍ରିକାର ସର୍ଭେ ଅନୁଯାୟୀ କୋଭିଡ ମହାମାରୀ ପରେ ବି ବୈଜ୍ଞାନିକମାନେ ଏବେ ସାରା ବିଶ୍ବରେ ଭର୍ଚୁଆଲ ବୈଠକ ଜାରି ରହିବା ଚାହୁଁଛନ୍ତି ।

କୋଭିଡ-19 ପରେ ଫ୍ୟୁଚର ଅଫ୍ ୱାର୍କ ଉପରେ ମେକିନସେର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଠଟି ପ୍ରମୁଖ ରାଷ୍ଟ୍ର ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଜାପାନ, ସ୍ପେନ୍, ବ୍ରିଟେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ 10 କୋଟିରୁ ଅଧିକ ଶ୍ରମିକଙ୍କୁ 2030 ସୁଦ୍ଧା ସେମାନଙ୍କ ବୃତ୍ତି ବଦଳାଇବାକୁ ପଡ଼ିବ । ସର୍ବମୋଟ ଏହି ଆଠଟି ରାଷ୍ଟ୍ରର ଜନସଂଖ୍ୟା ମୋଟ ବିଶ୍ବ ଜନସଂଖ୍ୟାର ଅଧା ଏବଂ ଏସବୁ ରାଷ୍ଟ୍ରର ଜିଡିପି ମୋଟ ବିଶ୍ବ ଜିଡିପିର 62 ପ୍ରତିଶତ । କୋଭିଡ-19 ମହାମାରୀ 1 କୋଟି 80 ଲକ୍ଷ ଲୋକଙ୍କୁ 2030 ସୁଦ୍ଧା ନୂଆ ବୃତ୍ତି ଖୋଜି ବାହାର କରିବାକୁ ପଡ଼ିବ ବୋଲି ମେକିନସେ ରିପୋର୍ଟରେ କୁହାଯାଇଛି ।

ମହାମାରୀ ସମୟରେ “ୱାର୍କ ଫ୍ରମ୍ ହୋମ୍”ରୁ ସୁଫଳ ମିଳିବା ପରେ ଅନେକ କମ୍ପାନି ଏବେ ପରିବର୍ତ୍ତନଶୀଳ “ୱାର୍କ ସ୍ପେସେସ୍ ” ପାଇଁ ନୂଆ ଯୋଜନା କରୁଛନ୍ତି । 2020 ଅଗଷ୍ଟରେ ମେକିନସେ 278 ଜଣ ଅଧିକାରୀଙ୍କୁ ନେଇ କରିଥିବା ଏକ ସର୍ଭେରୁ ଜାଣିବାକୁ ପାଇଛି ଯେ, ଅନେକ ସଂସ୍ଥା ସେମାନଙ୍କର ଅଫିସ ସ୍ପେସ୍ 30 ପ୍ରତିଶତ କମାଇବାକୁ ଯୋଜନା କରୁଛନ୍ତି। ଏହା ଫଳରେ ରେସ୍ତୋରାଁ ଏବଂ ପରିବହନ କ୍ଷେତ୍ରରେ ଚାହିଦା କମିପାରେ । ମେକିନସେର ଟ୍ରାଭେଲ ପ୍ରାକ୍ଟିସ୍ ଆକଳନ ଅନୁଯାୟୀ ଏୟାରଲାଇନସ ପାଇଁ ସବୁଠାରୁ ଆକର୍ଷଣୀୟ ସେଗମେଣ୍ଟ ବିଜିନେସ୍ ଟ୍ରାଭେଲର ପ୍ରାୟ 20 ପ୍ରତିଶତ ହୁଏତ ଫେରିନପାରେ। ଏହାଦ୍ବାରା ବିମାନଯାତ୍ରା ସହ ସମ୍ପୃକ୍ତ ବିମାନବନ୍ଦର, ହସ୍ପିଟାଲିଟି ଏବଂ ଫୁଡ୍ ସର୍ଭିସେସ ଆଦି କ୍ଷେତ୍ରରେ କର୍ମନିଯୁକ୍ତି ପ୍ରଭାବିତ ହୋଇପାରେ । ଅନ୍ୟପକ୍ଷରେ ଟେଲିମେଡିସିନ, ଅନଲାଇନ ବ୍ୟାଙ୍କିଙ୍ଗ ଏବଂ ଷ୍ଟ୍ରିମିଙ୍ଗ ଏଣ୍ଟରନେଣ୍ଟମେଣ୍ଟ ଆଦି ଭର୍ଚୁଆଲ କାରବାର ବୃଦ୍ଧି ପାଇଛି । ଉଦାହରଣ ସ୍ବରୁପ ଭାରତର ଏକ ଟେଲି-ହେଲଥ କମ୍ପାନି ପ୍ରାକ୍ଟୋ ଜରିଆରେ ଲୋକେ ଅନଲାଇନରେ ଡାକ୍ତର ପରାମର୍ଶ ନେଇଥାନ୍ତି । ଏହି ଅନଲାଇନ କମ୍ପାନି ପ୍ରାକ୍ଟୋ 2020 ଏପ୍ରିଲରୁ ନଭେମ୍ବର ମଧ୍ୟରେ ତାହାର କାରବାର ଦଶ ଗୁଣା ବୃଦ୍ଧି କରିଛି ।

2025 ବେଳକୁ ମାନବ ସମ୍ବଳ, ମେସିନ ଏବଂ ଆଲଗୋରିଥିମ ମଧ୍ୟରେ ଏକ ନୂଆ ଶ୍ରମ ବିଭାଜନକୁ ନେଇ ନିଯୁକ୍ତିର ନୂଆ ନୂଆ ଦାୟିତ୍ବ ସୃଷ୍ଟି ହୋଇପାରେ । ଚାଟା ଆନାଲିଷ୍ଟ, ଡାଟା ସାଇଣ୍ଟିଷ୍ଟ, ଆର୍ଟିଫିସିଆଲ ଇଣ୍ଟେଲିଜେନସ (ଏଆଇ) ଏବଂ ମେସିନ ଲର୍ଣ୍ଣିଂ ସ୍ପେଶାଲିଷ୍ଟ ଏବଂ ରୋବୋଟିକ୍ ଇଂଜିନିୟରଙ୍କ ଚାହିଦା ବଢି ସାରିଲାଣି। 2020 ବେଳକୁ ନିଯୁକ୍ତି ସୁଯୋଗ ଉପରେ ବିଶ୍ବ ଅର୍ଥନୈତିକ ଫୋରମ୍ ରିପୋର୍ଟ ଅନୁଯାୟୀ ଏହା ଆକଳନ କରାଯାଇଛି ଯେ, 2025 ବେଳକୁ ମାନବ ଏବଂ ମେସିନ ମଧ୍ୟରେ ଶ୍ରମ ବିଭଜନ କାରଣରୁ ଯେଉଁ ପରିବର୍ତ୍ତନ ହେବ ସେଥିରେ ସାଢେ 8 କୋଟି ଲୋକ ସେମାନଙ୍କର ଚାକିରୀ ବଦଳାଇପାରନ୍ତି । ମାର୍କେଟିଂ, ସେଲସ ଏବଂ ପ୍ରଡକ୍ସନରେ ମଣିଷର ପ୍ରାଧାନ୍ୟ ବଜାୟ ରହିବ ବୋଲି ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି ।

ନୂଆ ଚାକିରି, ଭୂମିକା ଏବଂ କ୍ୟାରିୟର

ସିଆଇଓ ପତ୍ରିକା ଅନୁଯାୟୀ ସିକ୍ୟୁରିଟି ପ୍ରଫେସନାଲ, କ୍ଲାଉଡ୍ ଆର୍କିଟେକ୍ଟ, ଡାଟାବେସ୍ ଆଡମିନିଷ୍ଟ୍ରେଟର, ପ୍ରୋଗ୍ରାମ ଆନାଲିଷ୍ଟ, ସିଷ୍ଟମ ଆନାଲିଷ୍ଟ, ମୋବାଇଲ ଆପ୍ଲିକେସନ ଡେଭଲପର, ନେଟୱର୍କ ଆଡମିନିଷ୍ଟ୍ରେଟର, ସଫ୍ଟୱେର ଡେଭଲପର ପରି ନୂଆ ନୂଆ ଚାକିରି ସକାଶେ ଚାହିଦା ଶୀଘ୍ର ବଢିଥିବା ଦେଖାଯାଉଛି । 800ରୁ ଅଧିକ ପ୍ରମୁଖ ମାନବସମ୍ବଳ ଅଧିକାରୀଙ୍କୁ ନେଇ ହୋଇଥିବା ଗାର୍ଟନର ସର୍ଭେର ଏକ ରିପୋର୍ଟ ଅନୁଯାୟୀ 32 ପ୍ରତିଶତ ସଂସ୍ଥା ଖର୍ଚ୍ଚ କମାଇବା ପଦକ୍ଷେପ କ୍ରମେ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ସ୍ଥାନରେ ସାମୟିକ କର୍ମଚାରୀଙ୍କୁ ନେଇ କାମ କରିବା ଆରମ୍ଭ କରିଛନ୍ତି । ନିକଟରେ ଗାର୍ଟନର କରିଥିବା ଏକ ଜନମତ ଦର୍ଶାଇଛି ଯେ, କୋଭିଡ-19 ପରେ 48 ପ୍ରତିଶତ କର୍ମଚାରୀ ଆଗକୁ ଦୂରରେ ରହି କାମ କରିବାର ସମ୍ଭାବନା ରହିଛି, ମହାମାରୀ ପୂର୍ବରୁ ଏହି ସମ୍ଭାବନା 30 ପ୍ରତିଶତ ଥିଲା ।

“ଏମଆଇଟି ଟେକନୋଲୋଜି ରିଭ୍ୟୁ”ର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସାରା ବିଶ୍ବରେ 3 କୋଟି 20 ଲକ୍ଷରୁ 5 କୋଟି ଯାଏଁ ଚାକିରି ଏଆଇ ଟେକନୋଲୋଜି ସହାୟତାରେ ଚାଲିବ । ଫଳରେ ଅନେକ କାମରେ ସଂପୃକ୍ତି ମାନବ ସମ୍ବଳ ପ୍ରତି ସ୍ବାସ୍ଥ୍ୟଗତ ଯେଉଁ ବିପଦ ରହୁଥିଲା ତାହା କମାଯାଇ ପାରିବ । 2020ରେ ବିଶ୍ବର ବଛା ବଛା ନିର୍ବାହୀ ଅଧିକାରୀଙ୍କୁ ନେଇ ମେକିନସେ କରିଥିବା ଏକ ସର୍ଭେରେ ପ୍ରକାଶ ପାଇଛି ଯେ, ମହାମାରୀ କାରଣରୁ କମ୍ପାନିଗୁଡ଼ିକ ଡିଜିଟାଲ ଟେକନୋଲୋଜିରେ ଅଧିକ ଭାବେ ପୁଞ୍ଜିନିବେଶ କରୁଛନ୍ତି । ଏହାଦ୍ବାରା ବ୍ୟକ୍ତିଗତ ଉପସ୍ଥିତି କମାଇବା ଏବଂ ବ୍ୟବସାୟ ବଢାଇବା ସହ ଅନଲାଇନରେ ଅଧିକ ସଂଖ୍ୟକ ଗ୍ରାହକଙ୍କୁ କିପରି ସେବା ଯୋଗାଇଦେବେ ସେ ଦିଗରେ ଧ୍ୟାନ ଦେଉଛନ୍ତି । ଏବେ ଡିଜିଟାଲ ୱାର୍କର୍ସ (ଏଆଇ-ସକ୍ଷମ ସଫ୍ଟୱେର ପ୍ରୋଗ୍ରାମ୍) ପରି ନୂଆ ଟ୍ରେଣ୍ଡ ଆରମ୍ଭ ହେଲାଣି । କିଛି ପ୍ରଶାସନନି କାର୍ଯ୍ୟକ୍ଷେତ୍ରରେ ଏବଂ ଭାଇରସ ଫ୍ରେଣ୍ଡଲି କଷ୍ଟମର ସର୍ଭିସ ନେଇ ମଣିଷକୁ ସହାୟତା କରିବା ପାଇଁ ଏପରି ପ୍ରୋଗ୍ରାମକୁ କିଣାଯାଉଛି ବା ଭଡ଼ାରେ ଅଣାଯାଉଛି । ଡିଜିଟାଲ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଆସୁଛି ସେଥିପାଇଁ ନୂଆ ନୂଆ ପଦ ପଦବୀର ଆବଶ୍ୟକତା ବଢୁଛି ।

2021 ଫେବ୍ରୁଆରୀ ମାସର ଲିଙ୍କଡିନ୍ ନିଯୁକ୍ତି ପୋଷ୍ଟ ଅନୁଯାୟୀ ମୋଟାମୋଟି ସଫ୍ଟୱେର ଇଂଜିନିୟର, ପଂଜୀକୃତ ନର୍ସ, ସେଲସ ପର୍ସନ, ପ୍ରୋଜେକ୍ଟ ମ୍ୟାନେଜର, ଫୁଡ୍ ଡେଳିଭରି ଡ୍ରାଇଭର, ଫୁଲ୍ ଷ୍ଟାକ ଇଞ୍ଜିନିୟର, ଆନିମଲ ଗ୍ରୁମର, ଯାଭା ସ୍କିପ୍ଟ ଡେଭଲପର ଆଦି ଚାକିରିର ସର୍ବାଧିକ ଆବଶ୍ୟକତା ରହିଛି । 2021 ଜାନୁଆରୀରୁ-ଫେବ୍ରୁଆରୀ ଦୁଇ ମାସରେ ଲିଙ୍କଡଇନ୍ ନିଯୁକ୍ତି ପୋଷ୍ଟ ରିପୋର୍ଟ ଅନୁଯାୟୀ ଏ ସମୟରେ ଆନିମଲ ଗ୍ରୁମର, ଫାର୍ମାସୀ ଟେକନିସିଆନ, ରିଟେଲ୍ ସେଲସପର୍ସନ, ୱେରହାଉସ ଆସୋସିଏଟ, ସିକ୍ୟୁରିଟି ଇଂଜିନିୟର, ୟୁଜର ଇଣ୍ଟରଫେସ୍ ଡିଜାଇନର, ଡାଟା ଆର୍କିଟେକ୍ଟ, ସଫ୍ଟୱେର ଇଂଜିନିୟରିଂ ମ୍ୟାନେଜର, ସର୍ଭିସ୍ ଆସୋସିଏଟ ଚାକିରି ପାଇଁ ଅଧିକ ଚାହିଦା ରହିଥିଲା ।

ଆଇବିଏମ୍ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟ “ସ୍କିଲସ ଟ୍ରାନସଫର୍ମେସନ ଫର୍ ଦି 2021 ୱାର୍କପ୍ଲେସ”ରେ ପ୍ରକାଶ ପାଇଛି ଯେ, 2021 ପାଇଁ ଯେଉଁ ନିଯୁକ୍ତିଦାତା ନିଯୁକ୍ତି ଦେବାକୁ ଚାହୁଁଚନ୍ତି ସେମାନେ ଛାତ୍ରଛାତ୍ରୀଙ୍କଠାରୁ ସର୍ବାଧିକ ଦକ୍ଷତା ଖୋଜୁଛନ୍ତି । ନିଯୁକ୍ତି ବେଳେ ମାନସିକ ବିକାଶ, ଶିଖିବାର ପ୍ରବୃତ୍ତି, ଜଟିଳ ସ୍ଥିତିରେ ଚିନ୍ତା କରିବାର କ୍ଷମତା, ସ୍ଥିରତା, ଉତ୍କଣ୍ଠା, ନମନୀୟତା, କାର୍ଯ୍ୟନିଷ୍ଠା ଆଦି ଉପରେ ଗୁରୁତ୍ବ ଦେଉଛନ୍ତି । 2021 ପାଇଁ ସବୁଠାରୁ ଅଧିକ ଆବଶ୍ୟକତା ଥିବା ସାଇବର ସିକ୍ୟୁରିଟି ଦକ୍ଷତାଗୁଡ଼ିକ ହେଲା ଆପ୍ଲିକେସନ ଡେଭଲପମେଣ୍ଟ ସିକ୍ୟୁରିଟି, ରିସ୍କ ମ୍ୟାନେଜମେଣ୍ଟ, ଥ୍ରେଟ୍ ଇଣ୍ଟେଲିଜେନସ, ଇନସିଡେଣ୍ଟ ରେସପନସ, ଡାଟା ପ୍ରାଇଭେସୀ, ଆସେସ ମ୍ୟାନେଜମେଣ୍ଟ, ସିକ୍ୟୁରିଟି ଷ୍ଟ୍ରାଟେଜି ଏବଂ ହେଲଥ ଇନଫର୍ମେସନ ସିକ୍ୟୁରିଟି ।

ଉପସଂହାର

କେବଳ କୋଭିଡ୍ ନୁହେଁ ଘୋର ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ଆଗାମୀ କିଛି ବର୍ଷ ମଧ୍ୟରେ ସାରା ବିଶ୍ବର କାର୍ଯ୍ୟ କ୍ଷେତରେ ପରିବର୍ତ୍ତନ ଘଟିବ। ଅଧିକ ସଂଖ୍ୟାରେ ଲୋକ ଘରେ ରହି କାମ କରିବେ ଏବଂ ସକାଳ 9ରୁ ସନ୍ଧ୍ୟା 5 ଅଫିସରେ ରହି କାମ କରିବା ଧାରା କମି କମି ଆସୁଛି । ଏପରିକି ନିଯୁକ୍ତିଦାତା ମଧ୍ୟ ଏହା ଚାହୁଁଛନ୍ତି, କାରଣ ଏହାଦ୍ବାରା ସେମାନଙ୍କ ଖର୍ଚ୍ଚ କମୁଛି । ଭର୍ଚୁଆଲ ମିଟିଂ ବିଜିନେସ ଟ୍ରାଭେଲସ ଉପରେ ପ୍ରଭାବ ପକାଇବ ଏବଂ ଲୋକେ ଏବେ ଅଧିକ ସଂଖ୍ୟାରେ ଜୁମିଂ, ସ୍କାଇପିଙ୍ଗ ଉପରେ ନିର୍ଭର କରିବା ଆରମ୍ଭ କରିଦେଲେଣି ।

“ଫ୍ୟୁଚର ଅଫ୍ ଜବସ୍” ସର୍ଭେର ତଥ୍ୟ କହୁଛି, ମୋଟ ଶ୍ରମିକ ସଂଖ୍ୟାର ପାଖାପାଖି 50 ପ୍ରତିଶତ କ୍ଷେତ୍ରରେ ସେମାନଙ୍କର ରିସ୍କିଲିଙ୍ଗ (ପୁନଃଦକ୍ଷତା ହାସଲ)ର ଆବଶ୍ୟକତା ରହିଛି । ପୂର୍ବବର୍ଷ ତୁଳନାଲ ଏହା 4 ପ୍ରତିଶତ ବଢିଛି । ବିଭିନ୍ନ ସଂସ୍ଥା ସେମାନଙ୍କ କର୍ମଚାରଙ୍କର ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିବା ଦ୍ବାରା ଏଥିରୁ ମିଳୁଥିବା ମୂଲ୍ୟକୁ ବୁଝି ପାରିଛନ୍ତି ।

ରୋବୋଟିକ୍ସ, ଅଟୋମେସନ, ଡିଜିଟାଲାଇଜେସନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନସ ପରି ନୂଆ ନୂଆ ଜ୍ଞାନକୌଶଳ ପ୍ରାୟ ସମସ୍ତ ୱାର୍କପ୍ଲେସେସ (କାର୍ଯ୍ୟସ୍ଥାନ)ର ଆବଶ୍ୟକତା ଏବଂ ଷ୍ଚ୍ରାଟେଜିରେ ପରିବର୍ତ୍ତନ ଆଣିଛି । ସାମ୍ପ୍ରତିକ ସ୍ଥିତି ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚାହୁଁଛି ଯେ କର୍ମଜୀବୀମାନଙ୍କୁ ଏକବିଂଶ ଶତାବ୍ଦୀର ୱାର୍କପ୍ଲେସରେ ଖାପ ଖୁଆଇବା ପାଇଁ ଆବଶ୍ୟକ ଦକ୍ଷତା ଶିଖିବା ସହ ଏହାକୁ ପ୍ରୟୋଗ କରିବାରୁ ସହାୟକ ହେବ।

ବିଶ୍ବ ଅର୍ଥନୈତିକ ଫୋରମ ଦ୍ବାରା ପ୍ରକାଶିତ ନ୍ୟୁ ଫ୍ୟୁଚର ଅଫ ଜବସ ରିପୋର୍ଟ ଅନୁଯାୟୀ 2025 ସୁଦ୍ଧା 26ଟି ଦେଶରେ ସାଢେ 8 କୋଟି ଲୋକ ଚାକିରି ହରାଇବେ, ଅନ୍ୟପକ୍ଷରେ 9 କୋଟି 7 ଲକ୍ଷ ଲୋକ ନୂଆ କରି ଚାକିରିରେ ଯୋଗ ଦେବେ। କର୍ମଚାରୀଙ୍କ ଭଲ ପାଇଁ ଓ ସେମାନଙ୍କ ସୁରକ୍ଷା କଥା ବିଚାର କରି କମ୍ପାନି ଏବଂ ସରକାରମାନେ ସାମାଜିକ ସୁରକ୍ଷା ପଦକ୍ଷେପ ଗ୍ରହଣ ପୂର୍ବକ ସେମାନଙ୍କୁ ପୁନଃ ଦକ୍ଷତା କରିବା ଏବଂ ଦକ୍ଷତା ବଢାଇବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା ଉଚିତ୍ ।

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ନୂଆକରି ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେକାରୀ ହାର ଅଧିକ ରହିବ । କାରଣ 2020ର ଅନେକ ଗ୍ରାଜୁଏଟ 2021ରେ ପ୍ରବେଶ କରିବା ପରେ ବି ଏବେ ବେକାର ରହିଛନ୍ତି । ଏବେ 2021ରେ ଯେଉଁମାନେ ଗ୍ରାଜୁଏଟ ହେବାକୁ ଯାଉଛନ୍ତି ସେମାନଙ୍କୁ ନିଯୁକ୍ତି ବଜାରରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଯୋଗ୍ୟ କରିବା ସକାଶେ ଇଣ୍ଟର୍ନସିପ୍ ଏବଂ ଛୋଟ ଛୋଟ ପ୍ରୋଜେକ୍ଟ ଦ୍ବାରା ତାଲିମ୍ ଦିଆଯିବା ଆବଶ୍ୟକ, ଏହାଦ୍ବାରା ସେମାନଙ୍କର ଅଭିଜ୍ଞତା ଓ ଆତ୍ମବିଶ୍ବାସ ବଢ଼ିପାରିବ । ସଫଳ କ୍ୟାରିୟର କରିବାକୁ ହେଲେ 2021 ଗ୍ରାଜୁଏଟମାନଙ୍କୁ ନେଟୱର୍କିଂ ଉପରେ ଅଧିକ ନିର୍ଭର କରିବାକୁ ହେବ ।

ଲିଙ୍କଡିନର 2020 ୱାର୍କପ୍ଲେସ ଲର୍ଣ୍ଣିଂ ରିପୋର୍ଟ ଅନୁଯାୟୀ ଆଗାମୀ 3ରୁ 5 ବର୍ଷ ଭିତରେ ଦକ୍ଷତା କ୍ଷେତ୍ରରେ ଯେଉଁ ବ୍ୟବଧାନ ରହିଛି ତାହା ଦୂର ହୋଇଯିବ । ନଚେତ୍ ଏହା ଉଦ୍ଭାବନ କ୍ଷମତା, ଗ୍ରାହକ ସନ୍ତୁଷ୍ଟି, ପ୍ରଡକ୍ଟ ଡେଭଲପମେଣ୍ଟ ଆଦି ପ୍ରଭାବିତ ହେବ । ଲିଙ୍କଡିନ୍ ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ବିଶ୍ବର 57 ପ୍ରତିଶତ ସଂସ୍ଥା ନେତୃତ୍ବ ଓ ପରିଚାଳନା ଦକ୍ଷତା ଉପରେ ଗୁରୁତ୍ବ ଦେଉଥିବା ବେଳେ 42 ପ୍ରତିଶତ ସଂସ୍ଥା ସମସ୍ୟାର ସମାଧାନ ଦିଗରେ ସୃଜନଶୀଳତା ଏବଂ କୌଶଳ ସମ୍ପର୍କରେ ଚିନ୍ତା କରିବାର ଦକ୍ଷତା ଏବଂ 40 ପ୍ରତିଶତ ସଂସ୍ଥା କମ୍ୟୁନିକେସନ ଦକ୍ଷତା ଉପରେ ଗୁରୁତ୍ବ ଦେଉଛନ୍ତି ।

କୋଭିଡ-19 ମହାମାରୀ କାରଣରୁ ସାଢେ 19 କୋଟି ଲୋକ ଚାକିରି ହରାଇବାର ଆଶଙ୍କା ଥିବାରୁ କୋଭିଡ ପରବର୍ତ୍ତୀ ସମୟରେ ଯୁବକ ଯୁବତୀଙ୍କୁ ଆବଶ୍ୟକ ଶିକ୍ଷା ଦେଇ ଉପାର୍ଜନ କରିବାକୁ ପ୍ରସ୍ତୁତ କରିବା ଦିଗରେ ତୁରନ୍ତ ଧ୍ୟାନ ଦେବାକୁ ହେବ। ଟେକନୋଲୋଜିରେ ବ୍ୟାପକ ପରିବର୍ତ୍ତନ ଏବଂ ଦ୍ରୁତ ଅଟୋମେସନ କାରଣରୁ ଅଧିକାଂଶ ଉଦ୍ୟୋଗ ପାଇଁ ଆବଶ୍ୟକ ବୈଷୟିକ ଦକ୍ଷତା ବି ସମୟ ଅନୁପଯୋଗୀ ହୋଇପଡୁଛି ।

ବିଶ୍ବ ଅର୍ଥନୈତିକ ଫୋରମ ଆକଳନ କରିଛି ଯେ, 2022 ସୁଦ୍ଧା ମୋଟ କର୍ମଚାରଙ୍କ ଅନ୍ୟୁନ 54 ପ୍ରତିଶତ ପରିବର୍ତ୍ତିତ କାର୍ଯ୍ୟ ଆବଶ୍ୟକତା ଅନୁଯାୟୀ ଦକ୍ଷତା ପରିବର୍ତ୍ତନ ଏବଂ ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି । ଏସବୁ ବିଷୟ ବିଶ୍ବ କମ୍ପାନି ଏବଂ ଅର୍ଥନୀତି ସାଙ୍ଗକୁ ବିଶ୍ବ ନିଯୁକ୍ତି ବଜାର ଉପରେ ଚାପ ପକାଇବ । ସୁତରାଂ ସାମ୍ପ୍ରତିକ ପରିପ୍ରେକ୍ଷୀରେ ଏବଂ ବାସ୍ତବରେ ଯୁବ ସମାଜକୁ ବହୁତ ଶୀଘ୍ର ନୂଆ ଦକ୍ଷତା ହାସଲ କରିବାକୁ ପଡିବ ଏବଂ ଏହି ମହାମାରୀର ଫାଇଦା ଉଠାଇବାକୁ ହେବ ।

ସାରା ବିଶ୍ବରେ ଏବେ “ମେସିନ”ର ଉପସ୍ଥିତି ଏବଂ “ନୂଆ ଟେକନୋଲୋଜି”ର ପ୍ରୟୋଗ ବାଧ୍ୟତାମୂଳକ ହେବାକୁ ଯାଉଛି ଏବଂ ଏସବୁର ବ୍ୟବହାର ମଧ୍ୟ ବହୁଳ ଭାବେ ବଢିବାରେ ଲାଗିଛି । ସାରା ବିଶ୍ବରେ କାମ କରୁଥିବା ଛୋଟ ବଡ଼ ରୋବଟ୍ ସଂଖ୍ୟା 2015ରେ 4.9 ବିଲିଅନ ଥିବା ବେଳେ ଏହା 2025 ସୁଦ୍ଧା 30 ବିଲିଅନରୁ ଅଧିକ ହୋଇଯିବ ବୋଲି ଗାର୍ଟନେର ଆକଳନ କରିଛି । ସୁତରାଂ ସରକାର ଏବଂ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ବିଜାର ପାଇଁ ଭବିଷ୍ୟତର ଚ୍ୟାଲେଞ୍ଜକୁ ସାମନା କରିବା ଦିଗରେ ଆଗୁଆ ପ୍ରସ୍ତୁତ କରିବା ଉଚିତ୍ ଏବଂ ଫଳରେ ସେମାନେ ଭବିଷ୍ୟତରେ ମେସିନ୍ ସହ ପ୍ରତିଦ୍ବନ୍ଦ୍ବିତା କରି ପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.