ETV Bharat / bharat

ସାମିଲ ହେବାର ଘଣ୍ଟାଏ ପରେ ବିଜେପିରୁ ବିଦା ହେଲେ କପିଲ ଗୁଜ୍ଜର - କପିଲ ଗୁଜ୍ଜର ବିଜେପିରେ ଯୋଗଦେଲେ

ସିଏଏକୁ ବିରୋଧ କରି ଶାହିନବାଗର ଆନ୍ଦୋଳନ ସ୍ଥଳରେ ଗୁଳି କରି ଚର୍ଚ୍ଚାରେ ଥିବା କପିଲ ଗୁଜ୍ଜର ବିଜେପିରେ ସାମିଲ ହେବାର କିଛି ସମୟ ପରେ ଦଳରୁ ବିଦା ହୋଇଛନ୍ତି । ଅଧିକ ପଢନ୍ତୁ....

caa-movement-joins-bjp
ସାହିନବାଗରେ ଫାୟାରିଂ କରି ଚର୍ଚ୍ଚାରେ ଥିବା କପିଲ ଗୁଜ୍ଜର ବିଜେପିରେ ଯୋଗଦେଲେ
author img

By

Published : Dec 30, 2020, 6:26 PM IST

Updated : Dec 30, 2020, 7:29 PM IST

ନୂଆଦିଲ୍ଲୀ: ବିଜେପିରେ ଯୋଗଦେବାର କିଛି ସମୟ ପରେ ଦଳରୁ ବିଦା ହେଲେ କପିଲ ଗୁଜ୍ଜରସେ ଶାହିନବାଗ ଆନ୍ଦୋଳନରେ ଫାୟାରିଂ କରି ବେଶ ଚର୍ଚ୍ଚାରେ ଥିଲେ । ସେପଟେ ବିଜେପିରେ ସାମିଲ ହେବାର ଏକ ଘଣ୍ଟା ନ ପୂରୁଣୁ ବିଜେପିରୁ ସଦସ୍ୟତାକୁ ରଦ୍ଦ କରାଯାଇଛି ।

ବିଜେପିରେ ମିଶିଲେ କପିଲ ଗୁଜ୍ଜର, ଶାହିନବାଗ ଆନ୍ଦୋଳନ ସ୍ଥଳରେ କରିଥିଲେ ଫାୟାରିଂ

ସୂତ୍ର ଅନୁସାରେ ବିଜେପିର ବରିଷ୍ଠ ନେତାମାନେ କପିଲ ଗୁଜ୍ଜରଙ୍କ କାର୍ଯ୍ୟ ପ୍ରତି ଅସନ୍ତୁଷ୍ଟ ଥିବା ଜଣାପଡିଛି । ଏହାକୁ ନେଇ ଗାଜିଆବାଦ ବିଜେପି ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ବିଜେପିରେ ଯୋଗ ଦେଇଥିବା କପିଲ ଗୁଜ୍ଜରଙ୍କ ସଦସ୍ୟତାକୁ ରଦ୍ଦି କରିଛି ବିଜେପି ।

ଏକ ଘଣ୍ଟା ପୂର୍ବରୁ ଗାଜିଆବାଦ ମହାନଗର ନିଗମ କାର୍ଯ୍ୟାଳୟରେ କପିଲ ଗୁଜ୍ଜର ମହାନଗର ଅଧ୍ୟକ୍ଷ ସଞ୍ଜୀବ ଶର୍ମାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି ଯେ ବିଜେପି ହିନ୍ଦୁତ୍ବ ଚିନ୍ତାଧାରାକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଛି । ମୁଁ ପୂର୍ବରୁ ଭାଜପା ସମର୍ଥକ ଥିଲି । ଦେଶ ପାଇଁ କିଛି କରିବା ପାଇଁ ଚାହୁଁଛି । ଏହା କେବଳ ବିଜେପି ଦ୍ବାରା ହିଁ ଏହା ସମ୍ଭବ ବୋଲି ଗୁଜ୍ଜର କହିଥିଲେ ।

ସୂଚନାଥାଉକି ଦିଲ୍ଲୀର ଶାହିନବାଗରେ ସିଏଏ ଓ ଏନଆରସିକୁ ବିରୋଧକରି ଆନ୍ଦୋଳନ ଚାଲିଥିଲା । ଏହାକୁ ବିରୋଧ କରି କପିଲ ଗୁଜ୍ଜର ଶାହିନବାଗ ଆନ୍ଦୋଳନ ସ୍ଥଳକୁ ଯାଇ ଗୁଳି କରିଥିଲେ । ଏଥିରେ କେହି ଆହତ କିମ୍ବା କୌଣସି ବଡ ଧରଣର ଅଘଟଣ ଘଟିନଥିଲା । ଏହା ପୂର୍ବରୁ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇଥିଲେ ।

Last Updated : Dec 30, 2020, 7:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.