ETV Bharat / bharat

ଭାରତରେ ଲୁଚିଥିବା ବାଂଲାଦେଶୀ ଅପରାଧୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ

author img

By

Published : Dec 26, 2020, 6:40 PM IST

Updated : Dec 26, 2020, 6:55 PM IST

ଫାଶୀ ଦଣ୍ଡରେ ଦଣ୍ଡିତ ହୋଇ ଭାରତରେ ଦଶ ବର୍ଷ ଧରି ଲୁଚି ରହିଥିବା ଜଣେ ବାଂଲାଦେଶୀ ଅପରାଧୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ଭାରତରେ ଲୁଚିଥିବା ବାଂଲାଦେଶୀ ଅପରାଧୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଭାରତରେ ଲୁଚିଥିବା ବାଂଲାଦେଶୀ ଅପରାଧୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ଦୀର୍ଘ ଦଶ ବର୍ଷ ଧରି ଭାରତରେ ଲୁଚିଥିବା ଜଣେ ବାଂଲାଦେଶୀ ଅପରାଧୀକୁ ଗିରଫ କଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ । ସମ୍ପୃକ୍ତ ଅପରାଧୀ ଜଣକ ବାଂଲାଦେଶରେ ଏକ ହତ୍ୟା ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇ ଦଶ ବର୍ଷ ଧରି ଭାରତରେ ଲୁଚି ରହିଥିଲା । ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଖାନପୁର ଅଞ୍ଚଳରୁ ଅପରାଧୀକୁ ଧରିବାରେ ସକ୍ଷମ ହୋଇଛି । ସମ୍ପୃକ ଅପରାଧୀର ନାମ ମାସୁମ ଏବଂ ତାକୁ ଧରିବା ପାଇଁ ବାଂଲାଦେଶୀ ପୋଲିସ ପକ୍ଷରୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣୀ ହୋଇଥିଲା ।

ସୂଚନା ଅନୁଯାୟୀ, 2005 ମସିହାରେ ମାସୁମ ଓ ତା'ର ଚାରିଜଣ ସହଯୋଗୀ ମିଶି ବାଂଲାଦେଶର ଏକ ବଜାରରୁ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଅପହରଣ କରି ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟାକାଣ୍ଡରେ ସମସ୍ତ ଅଭିଯୁକ୍ତଙ୍କୁ ବାଂଲାଦେଶ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । 2013 ମସିହାରେ କୋର୍ଟ ଏହି ମାମଲାର ଶୁଣାଣି କରି ମାସୁମକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିବାବେଳେ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

ମାତ୍ର ଦଣ୍ଡ ଭୋଗିବା ପୂର୍ବରୁ ମାସୁମ ଜାମିନ ପାଇ ଅବୈଧ ଭାବେ ଭାରତରେ ଅନୁପ୍ରବେଶ କରିଥିଲା । ତେବେ ବାଂଲାଦେଶର ଜଣେ ଅପରାଧୀ ଭାରତରେ ଲୁଚିଥିବା ନେଇ କ୍ରାଇମବ୍ରାଞ୍ଚ ଖବର ପାଇଥିଲା । ଏହାପରେ ଅପରାଧୀଟିକୁ ଖାନପୁର ଅଞ୍ଚଳରୁ ଗିରଫ କରାଯାଇଛି । ତେବେ ତା ନିକଟରୁ ତିନୋଟି କାର୍ଟ୍ରିଜ ଜବତ ହୋଇଛି ଏବଂ ତା' ଗିରଫଦାରୀ ସମ୍ପର୍କରେ ବାଲାଂଦେଶ ପୋଲିସକୁ ସୂଚନା ଦିଆଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 26, 2020, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.