ETV Bharat / bharat

ଭାରତରେ ଚିହ୍ନଟ ହେଲା ଓମିକ୍ରନର ନୂଆ ଭାରିଆଣ୍ଟ BA.2.75 - ମିକ୍ରନର ନୂଆ ଭାରିଆଣ୍ଟ ବିଏ୨୭୫

ଗତ କିଛି ଦିନ ହେବ ଦେଶରେ ଲଗାତାର ୧୫ ହଜାର ଉପରେ ସଂକ୍ରମଣ ମାମଲା ରହିଥିବା ବେଳେ ଏବେ ପୁଣି ଚିହ୍ନଟ ହୋଇଛି ନୂଆ ପ୍ରଜାତି(Variant) । ଓମିକ୍ରନର ନୂଆ ଉପପ୍ରଜାତି BA.2.75 ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ

ଭାରତରେ ଚିହ୍ନଟ ହେଲା ଓମିକ୍ରନର ନୂଆ ଭାରିଆଣ୍ଟ BA.2.75: WHO

author img

By

Published : Jul 7, 2022, 12:18 PM IST

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଉପର ମୁହାଁ କୋରୋନା ସଂକ୍ରମଣ । ଗତ କିଛି ଦିନ ହେବ ଦେଶରେ ଲଗାତାର ୧୫ ହଜାର ଉପରେ ସଂକ୍ରମଣ ମାମଲା ରହିଥିବା ବେଳେ ଏବେ ପୁଣି ଚିହ୍ନଟ ହୋଇଛି ନୂଆ ପ୍ରଜାତି(Variant) । ଓମିକ୍ରନର ନୂଆ ଭାରିଆଣ୍ଟ BA.2.75 ଚିହ୍ନଟ ହୋଇଛି । ଏନେଇ ଗତକାଲି(ବୁଧବାର) ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର(WHO) ମହାନିର୍ଦ୍ଦେଶକ ଟେଡ୍ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ ସୂଚନା ଦେଇଛନ୍ତି । ଏହାସହ ଏହି ପ୍ରଜାତି ପ୍ରତି ସଜାଗ ରହିଥିବା କୁହାଯାଇଛି ।

ଗେବ୍ରେୟେସସ୍‌ କହିଛନ୍ତି ଯେ, ବର୍ତ୍ତମାନ ୟୁରୋପ୍‌ ଏବଂ ଆମେରିକାରେ BA.4 ଏବଂ BA.5 ପ୍ରଜାତି ଆତଙ୍କ ସୃଷ୍ଟି କରିଛି। ଏହି ସମୟରେ ଭାରତରେ ମଧ୍ୟ ଓମିକ୍ରନର ସବଭାରିଆଣ୍ଟ BA.2.75 ଦେଖାଦେଇଛି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଟ୍ବିଟରରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ‘BA.2.75’ ନାମରେ ଓମିକ୍ରନ୍‌ର ଏକ ନୂଆ ସବ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି । ପ୍ରଥମେ ଏହା ଭାରତ ଏବଂ ପରେ ପରେ ଆଉ ୧୦ଟି ଦେଶରେ ମଧ୍ୟ ଚିହ୍ନଟ ହେଲାଣି । ତେବେ ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପରୀକ୍ଷା ନିରୀକ୍ଷା ଜାରି ରହିଛି ।"

WHO ଏହାକୁ ଟ୍ରାକିଂ କରୁଛି ଏବଂ SARS-CoV-2 ଭାଇରସ୍ ଇଭୋଲ୍ୟୁସନ (TAG-VE) ଉପରେ ହୁ ନଜର ରଖିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଉଥିବା ତଥ୍ୟରୁ ଜଣାପଡୁଛି ଯେ, ଜୁନ ୬ ତାରିଖ ପରଠାରୁ ପୁଣିଥରେ ଦେଶର୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ଏହା ଅନୁମାନ କରାଯାଉଛି ଯେ, ୪ର୍ଥ ଲହର ଆସିପାରେ ।

ଜୁନ୍ 27ରୁ ଜୁଲାଇ 3 ତାରିଖ ସୁଦ୍ଧା 4.6 ମିଲିୟନରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯାହାକି ପୂର୍ବ ସପ୍ତାହ ଠାରୁ ଅଧିକ ରହିଛି । ପୂର୍ବ ସପ୍ତାହ ତୁଳନାରେ ବର୍ତ୍ତମାନ ସାପ୍ତାହିକ ମୃତ୍ୟୁ ସଂଖ୍ୟା 12% ହ୍ରାସ ପାଇଛି, ଯେଉଁଥିରେ 8100 ରୁ ଅଧିକ ମୃତ୍ୟୁ ଘଟିଛି । ଜୁଲାଇ 3, 2022 ସୁଦ୍ଧା, 546 ମିଲିୟନରୁ ଅଧିକ କୋଭିଡ -19 ମାମଲା ଚିହ୍ନଟ ହୋଇଥିବା ବେଳେ ଏବଂ ବିଶ୍ୱରେ 6.3 ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ବିଗତ ସପ୍ତାହ ତୁଳନାରେ ଦକ୍ଷିଣ ଏସୀୟ ରାଷ୍ଟ୍ରରେ କୋଭିଡ୍‌-୧୯ ଜନିତ ସାପ୍ତାହିକ ମୃତ୍ୟୁସଂଖ୍ୟା ମଧ୍ୟ ୧୬% ବୃଦ୍ଧି ପାଇଛି ବୋଲି ହୁ’ ରିପୋର୍ଟ କରିଛି । ଭାରତରେ ୨୦୦ ମୃତ୍ୟୁ (୩୯% ବୃଦ୍ଧି), ଥାଇଲାଣ୍ଡରେ ୧୦୮ (୧୪% ବୃଦ୍ଧି) ଏବଂ ଇଣ୍ଡୋନେସିଆରେ ୩୨ (୭% ବୃଦ୍ଧି) କୋରୋନା ଜନିତ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ପ୍ରକାରରେ ବିଗତ ଦିନରେ ମଧ୍ୟ ନୂଆ ପ୍ରଜାତିର ଉପ୍ତତ୍ତି ହେବ ଏବଂ ଏଥିପାଇଁ ସତର୍କ ହୋଇ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଜନସାଧାରଣଙ୍କୁ ସତର୍କ କରାଇଛି ହୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.