ETV Bharat / bharat

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘୋଷଣା, ଯେଉଁଠି ଭୋଟ ସେଇଠି ଭ୍ୟାକ୍ସିନେସନ

author img

By

Published : Jun 7, 2021, 1:21 PM IST

'ଯେଉଁଠି ଭୋଟ ସେଇଠି ଭ୍ୟାକ୍ସିନେସନ' ଅଭିଯାନ ଆରମ୍ଭ କରିବା ନେଇ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହି ଅଭିଯାନ 7 ଜୁନରୁ ଦିଲ୍ଲୀର 70 ୱାର୍ଡରେ ଆରମ୍ଭ କରିଦିଆଯାଇଛି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘୋଷଣା, ଯେଉଁଠି ଭୋଟ ସେଇଠି ଭ୍ୟାକ୍ସିନେସନ
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘୋଷଣା, ଯେଉଁଠି ଭୋଟ ସେଇଠି ଭ୍ୟାକ୍ସିନେସନ

ନୂଆଦିଲ୍ଲୀ: କୋରୋନା ଟୀକାକରଣକୁ ନେଇ ନୂଆ ଅଭିଯାନ ଚଳାଇବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । 'ଯେଉଁଠି ଭୋଟ ସେଇଠି ଭ୍ୟାକ୍ସିନେସନ' ଅଭିଯାନ ଆରମ୍ଭ କରିବା ନେଇ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି, 4 ସପ୍ତାହ ମଧ୍ୟରେ 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ଶେଷ ହୋଇଯିବ । ଘର ଘର ବୁଲି ଟୀକାକରଣର କଥା କହିଛନ୍ତି କେଜ୍ରିୱାଲ । ଏହି ଅଭିଯାନ 7 ଜୁନରୁ ଦିଲ୍ଲୀର 70 ୱାର୍ଡରେ ଆରମ୍ଭ କରିଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମିଡିଆ ସହ ଆଲୋଚନା ସମୟରେ କହିଛନ୍ତି, ଆଜିଠୁ ଆମେ ଦିଲ୍ଲୀରେ ନୂଆ ଅଭିଯାନ ଚଳାଇବୁ । ଯେଉଁଠି ଭୋଟ ସେଇଠି ଭ୍ୟାକ୍ସିନେସନ । 4 ସପ୍ତାହ ମଧ୍ୟରେ 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟୀକାକରଣ କେନ୍ଦ୍ର କେନ୍ଦ୍ର ସରକାର ଉପଲବ୍ଧ କରାଉଛନ୍ତି ।

27 ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ ଲାଗିସାରିଛି ଆଉ ଏହି ଆୟୁ ବର୍ଗର 30 ଲକ୍ଷ ଲୋକଙ୍କୁ ଟିକା ଲଗାଇବାର ଅଛି । ଲୋକଙ୍କୁ ବିନା ଅପେକ୍ଷାରେ ଘରଘର ଯାଇ ଭ୍ୟାକ୍ସିନ ଲଗାଇବାର ବ୍ୟବସ୍ଥା କରାଯାଉଛି । ଯେଉଁଠି ଭୋଟ ଦେବାକୁ ଯାଆନ୍ତି, ସେଇଠି ଭ୍ୟାକ୍ସିନ ନେବାକୁ ଲୋକଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.