ETV Bharat / bharat

ଜୁଲାଇ ପହିଲାରୁ ହେବ ବଡ ପରିବର୍ତ୍ତନ, ଜାଣନ୍ତୁ କ'ଣ - ଶ୍ରମ ନିୟମରେ ପରିବର୍ତ୍ତନ

ଜୁଲାଇ ଆରମ୍ଭରୁ ଲୋକଙ୍କୁ ଲାଗିବ ବଡ ଝଟକା । ଗ୍ୟାସ ଠାରୁ ଆଧାର ଓ ପାନକାର୍ଡ କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ । ଅଧିକ ପଢନ୍ତୁ

ଜୁଲାଇ ପହିଲାରୁ ହେବ ବଡ ପରିବର୍ତ୍ତନ, ଜାଣନ୍ତୁ କ'ଣ

author img

By

Published : Jun 29, 2022, 3:58 PM IST

ନୂଆଦିଲ୍ଲୀ: ଦିନକ ପରେ ସରୁଛି ଜୁନ ମାସ । ପ୍ରତି ମାସର ଆରମ୍ଭରୁ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆସନ୍ତା ଜୁଲାଇରୁ ମଧ୍ୟ ଅନେକ ନିୟମ ବଦଳିଯିବ । ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ ଉପରେ ପଡିବ । ତେବେ ନଜର ପକାନ୍ତୁ କ'ଣ ଏହି ପରିବର୍ତ୍ତନ ।

ଲାଗୁ ହେବ ଶ୍ରମ କୋଡ୍:

ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହୋଇପାରେ ନୂଆ ଶ୍ରମ କୋଡ୍ । ସରକାର ୨୯ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ପରିବର୍ତ୍ତନ କରି ୪ଟି କୋଡ୍‌ରେ ପରିଣତ କରିଛନ୍ତି । ଏହି ନୂଆ ଶ୍ରମ କୋଡ୍ ଲାଗୁ ହେବା ସହ ବେତନ, କର୍ମଚାରୀଙ୍କ କାର୍ଯ୍ୟ ସମୟ, ପିଏଫରେ ଯୋଗଦାନ ଇତ୍ୟାଦି ପ୍ରଭାବିତ ହେବ । ନୂଆ ଶ୍ରମ କୋଡ୍ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ବେସିକ୍ ସାଲାରୀ(basic salary) ମୋଟ ମାସିକ ଦରମାର ଅତିକମରେ ୫୦ ପ୍ରତିଶତ ହେବ । ଭବିଷ୍ୟନିଧି ପାଣ୍ଠିକୁ କର୍ମଚାରୀଙ୍କ ଯୋଗଦାନ ରାଶି ବୃଦ୍ଧି ପାଇବ । ଏହାଦ୍ବାରା କର୍ମଚାରୀଙ୍କୁ ପକେଟକୁ କମ୍ ଦରମା ଆସିବ । ଏଥିସହିତ କର୍ମଚାରୀଙ୍କୁ ସପ୍ତାହକୁ ୩ ଦିନ ଛୁଟି ମିଳିବ । କିନ୍ତୁ ଦିନକୁ ୮ ଘଣ୍ଟା ବଦଳରେ କର୍ମଚାରୀଙ୍କୁ ୧୨ଘଣ୍ଟା କାମ କରିବାକୁ ପଡିବ ।

ଜୁଲାଇ ପହିଲାରୁ ହେବ ବଡ ପରିବର୍ତ୍ତନ, ଜାଣନ୍ତୁ କ'ଣ
ଜୁଲାଇ ପହିଲାରୁ ହେବ ବଡ ପରିବର୍ତ୍ତନ, ଜାଣନ୍ତୁ କ'ଣ

କ୍ରିପ୍ଟୋକରେନ୍ସିଂ ଟ୍ରାଞ୍ଜାକ୍ସନରେ ଲାଗିବ TDS:

କ୍ରିପ୍ଟୋକରେନ୍ସିଂ ଉପରେ ସରକାରଙ୍କ ଦ୍ବାରା ୩୦ ପ୍ରତିଶତ ଟିକସ ଲଗାଯିବା ପରେ ଜୁଲାଇ ୧ରୁ କ୍ରିପ୍ଟୋ ନିବେଶକଙ୍କୁ ବଡ ଝଟକା ଲାଗିବ । ଆସନ୍ତା ମାସ ପହିଲାରୁ ନିବେଶକଙ୍କୁ ସବୁପ୍ରକାର କ୍ରିପ୍ଟୋ ଟ୍ରାଞ୍ଜାକ୍ସନ ଉପରେ ୧ପ୍ରତିଶତ TDS ଦେବାକୁ ହେବ । ସେ କ୍ରିପ୍ଟୋ ଆସେଟରୁ ଲାଭ ପାଆନ୍ତୁ ଅବା କ୍ଷତି, TDS ବାଧ୍ୟତାମୂଳକ ହେବ । ସରକାରଙ୍କ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି, ଏହାଦ୍ବାରା ସେ କ୍ରିପ୍ଟୋକରେନ୍ସି ନେଣଦେଣ କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିପାରିବେ ।

ମହଙ୍ଗା ହେବ AC:

ଆସନ୍ତା ମାସ ଆରମ୍ଭରୁ ଏୟାର କଣ୍ଡିସନର (Air Conditioner) ମହଙ୍ଗା ହୋଇଯିବ । କାରଣ ବ୍ୟୁରୋ ଅଫ୍ ଏନର୍ଜି ଇଫିସିଏନସି(BEE) ଏସି ପାଇଁ ଏନର୍ଜି ରେଟିଂ ନିୟମରେ ସଂଶୋଧନ କରିଛି । ଏହା ମୁତାବକ, ଜୁଲାଇ ମାସ ୧ରୁ ୫ ଷ୍ଟାର ଏସି ରେଟିଂ ସିଧାସଳଖ ୪ ଷ୍ଟାର ହୋଇଯିବ । ନୂଆ ଏନର୍ଜି ଏଫିସିଏନସି ନିର୍ଦ୍ଦେଶଗୁଡିକ ସହ ଭାରତରେ ଏସି ଦାମ ଆସନ୍ତା ଦିନକେ ୧୦ ପ୍ରତିଶତ ବୃଦ୍ଧି ପାଇବ ।

ଆଧାର-ପାନ୍‌କାର୍ଡ ଲିଙ୍କ ନ କଲେ ଦୁଇଗୁଣା ଜରିମାନା:

ପାନକାର୍ଡ ସହ ଆଧାର କାର୍ଡ ଲିଙ୍କ କରିନାହାନ୍ତି କି ? ଯଦି ନା, ତେବେ କ୍ଷଣିକ ବି ଡେରି କରନ୍ତୁ ନାହିଁ । କାରଣ ଏହି ଜରୁରୀ କାର୍ଯ୍ୟ ପାଇଁ ଆପଣଙ୍କ ହାତରେ ଜୁନ ୩୦ ଅର୍ଥାତ୍ ଆସନ୍ତାକାଲି ଯାଏଁ ସମୟ ଅଛି । ଯଦି ଜୁଲାଇ ୧ରୁ ଏହି ଲିଙ୍କ କରୁଛନ୍ତି ତେବେ ଆପଣଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡିବ । ବର୍ତ୍ତମାନ ପାନ୍ ଓ ଆଧାର ଲିଙ୍କ ପାଇଁ ୫୦୦ ଟଙ୍କା ଜରିମାନାର ନିୟମ ରହିଛି । କିନ୍ତୁ ଦିନକ ପରେ ଏହି ଗୁରୁତ୍ବପୂର୍ଣ୍ଣ କାର୍ଡ ଲିଙ୍କ୍ କରିବାକୁ ୧ ହଜାର ଟଙ୍କା ଜରିମାନା ଗଣିବାକୁ ହେବ ।

ଗିଫ୍ଟ ଉପରେ ୧୦% ଟିକସ :

ଦ୍ବିତୀୟ ବଡ ପରିବର୍ତ୍ତନ ହେଉଛି, ଜୁଲାଇ ୧ରୁ ବ୍ୟବସାୟରୁ ପ୍ରାପ୍ତ ଗିଫ୍ଟ ଉପରେ ୧୦ ପ୍ରତିଶତ ଦରରେ TDS ଦେବାକୁ ପଡିବ । ଏହି ଟ୍ୟାକ୍ସ ସୋସିଆଲ ମିଡିଆ ଇନଫ୍ଲ୍ୟୁଏନ୍ସର ଏବଂ ଡାକ୍ତରଙ୍କ ଉପରେ ଲାଗୁ ହେବ । ଇନଫ୍ଲ୍ୟୁଏନ୍ସରଙ୍କ ପାଇଁ TDS ବାଧ୍ୟତାମୂଳକ । ଯେତେବେଳେ କୌଣସି କମ୍ପାନୀ ପକ୍ଷରୁ ମାର୍କେଟିଂ ଉଦ୍ଦେଶ୍ୟରେ କୌଣସି ଗିଫ୍ଟ ଦିଅନ୍ତି, ଅବା ଡାକ୍ତରଙ୍କୁ ମିଳୁଥିବା ମାଗଣା ଔଷଧର ସାମ୍ପୂଲ, ବିଦେଶୀ ବିମାନ ଟିକେଟ ଓ ଅନ୍ୟାନ୍ୟ ମହଙ୍ଗା ଗିଫ୍ଟ ଉପରେ ଏହି ନିୟମ ଲାଗୁ ହେବ ।

ଡିମାଟ୍ ଆକାଉଣ୍ଟର KYC କରାନ୍ତୁ:

ଯଦି ଆପଣ ଏ ପର୍ଯ୍ୟନ୍ତ ଡିମାଟ ଟ୍ରେଡିଂ ଆକାଉଣ୍ଟର KYC ପୁରା କରିନାହାନ୍ତି, ତେବେ ଏହି କାର୍ଯ୍ୟ କରିବା ପାଇଁ ଆପଣଙ୍କ ନିକଟରେ ମାତ୍ର ଦିନଟିଏ ବାକି ରହିଛି । ବଜାର ନିୟାମକ ସେବି(SEBI) ମୁତାବକ, ଡିମାଟ ଆକାଉଣ୍ଟରେ ସେୟାର ଏବଂ ସିକ୍ୟୁରିଟିଜ ରଖିବାର ସୁବିଧା ରହିଥାଏ ଏବଂ ଏହାର KYC ପ୍ରକ୍ରିୟା ପୁରା ନ ହେବା ଦ୍ବାରା ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ଗ୍ୟାସ୍ ସିଲିଣ୍ଡର ଦାମ ସଂଶୋଧନ:

ପ୍ରତି ମାସ ପ୍ରଥମ ତାରିଖରେ ଗ୍ୟାସ ସିଲିଣ୍ଡର ଦାମ ସଂଶୋଧନ କରାଯାଇଥାଏ । ତେଣୁ ଜୁଲାଇ ମାସ ଆରମ୍ଭରୁ ଗ୍ୟାସ ଦର ପରିବର୍ତ୍ତନ ହେବାର ଅଧିକ ସମ୍ଭାବନା ରହିଛି । ବିଗତ କିଛି ଦିନ ମଧ୍ୟରେ ଦେଶରେ ଗ୍ୟାସ୍ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରିଛି । ଏଥର ମଧ୍ୟ ଏଲପିଜି ସିଲିଣ୍ଡର ଦାମ ବଢିବ ବୋଲି ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.