ETV Bharat / bharat

ପାଷ୍ଟିକର ବିକଳ୍ପ ସାଜିବ ବାଉଁଶ ବୋତଲ, ବ୍ୟବସାୟୀଙ୍କୁ ସରକାର ଦେବେ ପ୍ରୋତ୍ସାହନ

କେନ୍ଦ୍ର ସରକାର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଉ ପ୍ଲାଷ୍ଟିକର ବିକଳ୍ପ ଭାବେ ଆରମ୍ଭ କରିଛନ୍ତି ବାଉଁଶ ଶିଳ୍ପ ।

author img

By

Published : Feb 28, 2021, 2:04 PM IST

ପାଷ୍ଟିକର ବିକଳ୍ପ ସାଜିବ ବାଉଁଶ ବୋତଲ
ପାଷ୍ଟିକର ବିକଳ୍ପ ସାଜିବ ବାଉଁଶ ବୋତଲ

ନୂଆଦିଲ୍ଲୀ: ସାଧାରଣତଃ ପାଣି ପିଇବା ପାଇଁ ପ୍ଲାଷ୍ଟିକ ବୋତଲର ବହୁଳ ମାତ୍ରାରେ ବ୍ୟବହାର କରାଯାଏ । କିନ୍ତୁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଅଧିକ ବିପଜ୍ଜନକ ଅଟେ। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଉ ପ୍ଲାଷ୍ଟିକର ବିକଳ୍ପ ଭାବେ ଆରମ୍ଭ କରିଛନ୍ତି ବାଉଁଶ ଶିଳ୍ପ ।

ଏନେଇ ପ୍ଲାଷ୍ଟିକ ବୋତଲ ଉପରେ ସରକାର ଏକ ନୂଆ ବିକଳ୍ପ ବାହାର କରିଛନ୍ତି। ଏହି ବିକଳ୍ପ ଜରିଆରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଖାଦି ଗ୍ରାମ୍ୟ ଉଦ୍ୟଗ ଆୟୋଗ ବାଉଁଶ ବୋତଲ ତିଆରି କରିଥିଲା । ଯାହାକୁ ପ୍ଲାଷ୍ଟିକ ବୋତଲ ବଦଳରେ ବ୍ୟବହୃତ କରାଯିବ। ଭାରତରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୂର କରିବା ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ନିଷେଦ୍ଧାଦେଶ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ତେବେ ସରକାରଙ୍କ ଏହି ପଦେକ୍ଷେପକୁ କିଛି ଲୋକ ସମସ୍ୟାରେ ସମ୍ମୁଖୀନ ହେଉଥିବାବେଳେ ଆଉ କେତେକଙ୍କୁ ଦେଇଛି ନୂଆ ବାଣିଜ୍ୟ କାରବାରର ଉପାୟ । ଆପଣ ଚାହିଁଲେ, ବାଉଁଶ ତିଆରି ଅନେକ ସାମଗ୍ରୀ ତିଆରି କରି ବିକ୍ରି କରିପାରିବେ ।

ଏହି ବାଉଶ ତିଆରି ବୋତଲର କ୍ଷମତା ଅତି କମରେ 750 ଏମଏଲ ଥିବାବେଳେ ଏହାର ମୂଲ୍ୟ 300 ଟଙ୍କାରୁ ଆରମ୍ଭ ହେବ । ଯାହା ପରିବେଶ ଉପକୂଳ ହେବା ସହ ସମସ୍ତଙ୍କ ପକେଟକୁ ମଧ୍ୟ ସୁହାଇବ । ଠିକ ଏହିଭଳି ପ୍ଲାଷ୍ଟିକ ଗ୍ଲାସକୁ ହଟାଇ ତା ସ୍ଥାନରେ ମାଟିର ଗ୍ଲାସର ମଧ୍ୟ ବହୁଳ ବ୍ୟବହାର କରାଯାଉଥିବା ଦେଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.