ETV Bharat / bharat

Ukraine war: ସ୍ଥାନାନ୍ତରଣ ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଇଲା ୟୁକ୍ରେନ, ପଶ୍ଚିମ ସୀମାନ୍ତଙ୍କୁ ଯିବାକୁ ଭାରତୀୟଙ୍କୁ ପରାମର୍ଶ

ସ୍ଥାନାନ୍ତରଣ ପାଇଁ ପଶ୍ଚିମ ସୀମାନ୍ତକୁ ସ୍ବତନ୍ତ୍ର ଟ୍ରେନ ଚଳାଇଲା ୟୁକ୍ରେନ ରେଳବାଇ। ପଶ୍ଚିମ ସୀମାନ୍ତକୁ ଯାତ୍ରା କରିବା ପାଇଁ ଭାରତୀୟଙ୍କୁ ପରାମର୍ଶ ଦେଲା ଦୂତାବାସ । ଅଧିକ ପଢନ୍ତୁ

author img

By

Published : Feb 28, 2022, 5:39 PM IST

Ukraine war: ସ୍ଥାନାନ୍ତରଣ ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଇଲା ୟୁକ୍ରେନ, ପଶ୍ଚିମ ସୀମାନ୍ତଙ୍କୁ ଯାତ୍ରା କରିବା ପାଇଁ ଭାରତୀୟଙ୍କୁ ପରାମର୍ଶ

କିବ: ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା ଜାରି ରହିଥିବା ବେଳେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଏକ ସଦ୍ୟତମ ନିର୍ଦ୍ଦେଶାବଳୀ ଜାରି କରିଛି କିଭରେ ଅବସ୍ଥାପିତ ଭାରତୀୟ ଦୂତାବାସ । ନିର୍ଦ୍ଦେଶାବଳୀରେ କୁହାଯାଇଛି, ବର୍ତ୍ତମାନ କିଭ ସହରରେ ସପ୍ତାହନ୍ତ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି ।

  • Embassy of India in Ukraine issues a new advisory to Indian nationals

    "Weekend curfew lifted in Kyiv. All students are advised to make their way to the railway station for onward journey to western parts. Ukraine Railways is putting special trains for evacuations." it reads pic.twitter.com/OM1GlzR768

    — ANI (@ANI) February 28, 2022 " class="align-text-top noRightClick twitterSection" data=" ">

ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ୟୁକ୍ରେନ ରେଳବାଇ ପଶ୍ଚିମ ୟୁକ୍ରେନର ବିଭିନ୍ନ ସ୍ଥାନ ଅଭିମୁଖେ କିଛି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବାର ବ୍ୟବସ୍ଥା କରିଛି । ବର୍ତ୍ତମାନ ଭାରତୀୟ ନାଗରିକମାନେ ୟୁକ୍ରେନର ପଶ୍ଚିମ ସୀମାନ୍ତ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତୁ । ଭାରତୀୟମାନେ ନିକଟସ୍ଥ ରେଳ ଷ୍ଟେସନକୁ ଯାଇ ପଶ୍ଚିମ ୟୁକ୍ରେନକୁ ଯାଉଥିବା ଟ୍ରେନରେ ଯାତ୍ରା କରିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ପଶ୍ଚିମ ସୀମାନ୍ତରେ ଥିବା ପଡୋଶୀ ଦେଶ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଓ ହଙ୍ଗେରୀ ଦେଇ ଭାରତୀୟଙ୍କୁ ସୁରକ୍ଷିତ ଏୟାରଲିଫ୍ଟ କରିବା ପାଇଁ ‘ଅପରେସନ ଗଙ୍ଗା’ ଜାରି ରହିଛି । ତେବେ ପୂର୍ବ ୟୁକ୍ରେନରେ ସ୍ଥିତି ସାଙ୍ଘାତିକ ଥିବାବେଳେ ପଶ୍ଚିମ ପ୍ରାନ୍ତକୁ ଯାତ୍ରା କରିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି ଦୂତାବାସ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.