ETV Bharat / bharat

NETAJI STATUE AT INDIA GATE: ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ହେବ ନେତାଜୀଙ୍କ ମୂର୍ତ୍ତି

author img

By

Published : Jan 21, 2022, 2:06 PM IST

ନୂଆଦିଲ୍ଲୀରେ ଥିବା ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମା । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

NETAJI STATUE AT INDIA GATE: ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ହେବ ନେତାଜୀଙ୍କ ମୂର୍ତ୍ତି
NETAJI STATUE AT INDIA GATE: ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ହେବ ନେତାଜୀଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମା(Netaji Subhas Chandra Bose statue to be installed at India Gate) । ନେତାଜୀଙ୍କ ପ୍ରତିମା ସ୍ଥାପିତ ହେଲେ ତାଙ୍କ ପ୍ରତି ଦେଶ ଋଣି ହେବାର ପ୍ରତୀକ ହେବ । ତେବେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ।

  • At a time when the entire nation is marking the 125th birth anniversary of Netaji Subhas Chandra Bose, I am glad to share that his grand statue, made of granite, will be installed at India Gate. This would be a symbol of India’s indebtedness to him. pic.twitter.com/dafCbxFclK

    — Narendra Modi (@narendramodi) January 21, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ: ଲିଭିବନି ଅମର ଯବାନ ଜ୍ୟୋତି, ବିରୋଧୀଙ୍କ ଟାର୍ଗେଟ ପରେ ସ୍ପଷ୍ଚ କଲା କେନ୍ଦ୍ର

ଗତ 50 ବର୍ଷ ଧରି ରାଜଧାନୀର ଇଣ୍ଡିଆ ଗେଟ୍ ନିକଟରେ ଜଳି ରହିଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାର ଜାତୀୟ ଯୁଦ୍ଧ ସ୍ମାରକ ପାଇଁ ଜଳୁଥିବା ନିଆଁ ସହିତ ମିଶ୍ରିତ କରାଯିବ। 1971 ମସିହାରେ ଭାରତ-ପାକ୍ ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ସେନାଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତିର ସ୍ଥାପନା କରାଯାଇଥିଲା । ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିଲା ଓ ବାଙ୍ଗଲାଦେଶ ଏକ ଅଲଗା ଦେଶ ଭାବେ ଗଠିତ ହୋଇଥିଲା ।

ଏହା ବି ପଢନ୍ତୁ:Most Popular World Leaders: ବିଶ୍ବର ୧୩ ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ମୋଦି

1972 ଜାନୁଆରୀ ୨୬ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଉଦଘାଟନ କରିଥିଲେ । ସେନା ଅଧିକାରୀ କହିଛନ୍ତି ଯେ ଇଣ୍ଡିଆ ଗେଟ୍‌ର ଅନ୍ୟ ପାର୍ଶ୍ବରୁ ମାତ୍ର 400 ମିଟର ଦୂରରେ ରହିଥିବା ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଜଳୁଥିବା ନିଆଁରେ ଶୁକ୍ରବାର ଅପରାହ୍ନରେ ଅମର ଯବାନ ଜ୍ୟୋତିକୁ ମିଶ୍ରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2019 ଫେବୃଆରୀ 25ରେ ଜାତୀୟ ଯୁଦ୍ଧ ସ୍ମାରକୀର ଉଦଘାଟନ କରିଥିଲେ, ଯେଉଁଠାରେ 25 ହଜାର 942 ସେନାଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ଲେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.