ETV Bharat / bharat

ନେପାଳରେ ଥମୁନି ସଙ୍କଟ, ସରକାର ଗଠନ ପାଇଁ ଦାବି କରିବ ବିରୋଧୀ ମେଣ୍ଟ !

author img

By

Published : May 22, 2021, 9:12 AM IST

ନେପାଳରେ ପୁଣି ଥରେ ବିରୋଧୀ ମେଣ୍ଟ ନୂଆ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବେ । ଶୁକ୍ରବାର ମିଡିଆ ରିପୋର୍ଟରେ ଜୋର ଧରିଛି ଚର୍ଚ୍ଚା । ଅଧିକ ପଢନ୍ତୁ...

ନେପାଳରେ ଥମୁନି ସଙ୍କଟ, ସରକାର ଗଠନ ପାଇଁ ଦାବି କରିବ ବିରୋଧୀ ମେଣ୍ଟ !
ନେପାଳରେ ଥମୁନି ସଙ୍କଟ, ସରକାର ଗଠନ ପାଇଁ ଦାବି କରିବ ବିରୋଧୀ ମେଣ୍ଟ !

ନୂଆଦିଲ୍ଲୀ: ନେପାଳରେ ରାଜନୈତିକ ସଙ୍କଟ ଥମିବାକୁ ନାଁ ନେଉନାହିଁ । ପୁଣି ଥରେ ବିରୋଧୀ ମେଣ୍ଟ ନୂଆ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବେ । ଶୁକ୍ରବାର ମିଡିଆ ରିପୋର୍ଟରେ ଜୋର ଧରିଛି ଚର୍ଚ୍ଚା ।

ଏହାପୂର୍ବରୁ ନେପାଳର ବିରୋଧୀ ଦଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଏହି ପଦରୁ ହଟାଇବା ଏବଂ ବର୍ତ୍ତମାନର ରାଜନୈତିକ ସଙ୍କଟର ସମାଧାନ ପାଇଁ ଆଗାମୀ ରଣନୀତି ସ୍ଥିର କରିବାକୁ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂସଦରେ ଓଲି ନିଜ ସରକାରର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବା ଓ ଶକ୍ତିପରୀକ୍ଷଣ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଏହାର ଗୋଟିଏ ଦିନ ପୂର୍ବରୁ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଦେଶର ରାଜନୈତିକ ଦଳଗୁଡିକୁ ନୂଆ ସରକାର ଗଠନ ପାଇଁ ଦାବି କରିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ଓଲିଙ୍କ ସୁପାରିଶ କ୍ରମେ ରାଜନୈତିକ ଦଳଗୁଡିକ ନୂଆ ସରକାର ଗଠନ ପାଇଁ ଶୁକ୍ରବାର ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏକ ସମୟସୀମା ସ୍ଥିର କରିଛନ୍ତି। ଗୁରୁବାର ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ ସରକାର ଏକ ନୂତନ ସରକାର ଗଠନ ପାଇଁ ରାସ୍ତା ସଫା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ଓଲିଙ୍କୁ 30 ଦିନ ମଧ୍ୟରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.