ETV Bharat / bharat

Nepal air crash: ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ - ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନେପାଳ ଏୟାର କ୍ରାସରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 5 ଭାରତୀୟଙ୍କ ସମତେ ପ୍ରାଣ ହରାଇଛନ୍ତି 68 । ଏବେ ବି ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ
author img

By

Published : Jan 15, 2023, 11:01 PM IST

ହାଇଦ୍ରାବାଦ: ନେପାଳ କାଠମାଣ୍ଡୁରେ ଘଟିଥିବା ବିମାନ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏନେଇ ଟ୍ବିଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି,‘‘ନେପାଳରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଏପରି ସମୟରେ ପୀଡିତ ପରିବାର ପ୍ରତି ମୋର ସମବେଦନା ଓ ଶୋକ ସନ୍ତପ୍ତ ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି ।

  • Pained by the tragic air crash in Nepal in which precious lives have been lost, including Indian nationals. In this hour of grief, my thoughts and prayers are with the bereaved families. @cmprachanda @PM_nepal_

    — Narendra Modi (@narendramodi) January 15, 2023 " class="align-text-top noRightClick twitterSection" data=" ">

ଆଜି(ରବିବାର) ହୋଇଥିବା ଦୁର୍ଘଟଣାରେ ମୋଟ 68ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ 5 ଜଣ ଭାରତୀୟ ନାଗରିକ । ସେମାନଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ପ୍ରୟାସ ଜାରି ରହିଛି । ବର୍ତ୍ତମାନର ମୃତ୍ୟୁସଂଖ୍ୟା ନେଇ ନେପାଳ ବେସାମରିକ ଉଡାଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଅନ୍ୟପଟେ ଭାରତୀୟ ନାଗରିକଙ୍କ ମୃତ୍ୟୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୋକ ପ୍ରକାଶ କରିଛି । ନେପାଳରେ ଅବସ୍ଥାପିତ ଭାରତୀୟ ଦୂତାବାସ ମଧ୍ୟ ଏକ ହେଲ୍ପଲାଇନ ନମ୍ବର ଜାରି କରିଥିଲା ।

ଆଜି ସଂଧ୍ୟା ସୁଦ୍ଧା ଉଦ୍ଧାର ଅପରେସନ ଜାରି ରହିଥିଲେ ସୁଦ୍ଧା, ସମସ୍ତ ମୃତଦେହ ଉଦ୍ଧାର କରାଯାଇପାରିନାହିଁ । ଅନ୍ଧାର ହୋଇଯିବା କାରଣରୁ ଉଦ୍ଧାର ଅପରେସନକୁ ସ୍ଥିଗତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ ହେବ । ନେପାଳ ସେନା ଏହି ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଜାରି ରଖିଛି । ବିମାନରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ 72 ଯାତ୍ରୀ ଥିବା ବେଳେ ପ୍ରାୟ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିଲେ ସୁଦ୍ଧା ସମସ୍ତ ମୃତଦେହ ଠାବ ହୋଇନଥିବାରୁ ଔପଚାରିକ ଭାବେ ନେପାଳ ସରକାର କିଛି ଘୋଷଣା କରିନାହାନ୍ତି । କାଲି ଅପରେସନ ଶେଷ ହେବା ପରେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ନେଇ ଚୂଡାନ୍ତ ଘୋଷଣା କରାଯାଇପାରେ । ଅନ୍ୟପଟେ ବିମାନର ଦୁର୍ଘଟଣା ନେଇ ମଧ୍ୟ କୌଣସି କାରଣ ସାମ୍ନାକୁ ଆସିନଥିବା ବେଳେ ତଦନ୍ତ ଜାରି ରହିଛି ।

68ଜଣ ଯାତ୍ରୀ ଓ 4ଜଣ କ୍ରୁ ସଦସ୍ୟଙ୍କୁ ନେଇ ରାଜଧାନୀ କାଠମାଣ୍ଡୁ ବିମାନ ବନ୍ଦରରୁ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଉଡାଣ ଭରିଥିବା ୟେତି ଏୟାରଲାଇନ୍ସ 9 ଏନଏନସି-72 ବିମାନଟି ପୂର୍ବାହ୍ନ 10ଟା 33ରେ ଦୁର୍ଘଟଣାର ଶିକାର ହୋଇଥିଲା । ପୋଖରା ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ବେଳେ ବିମାନଟି ଖସି ପଡି ଜଳି ଯାଇଥିଲା । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । ପ୍ରାୟ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.