ETV Bharat / bharat

Umesh Pal Murder Case: ପଡ଼ୋଶୀ ସାଜିଥିଲେ ସୂଚନଦାତା, ଅତିକ ଗ୍ୟାଙ୍ଗକୁ ଦେଉଥିଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ - ଇନଫର୍ମର

ଉତ୍ତରପ୍ରଦେଶ ଉମେଶ ପାଲ ହତ୍ୟା ଘଟଣା । ଉମେଶଙ୍କ ଗତିବିଧି ସମ୍ପର୍କରେ ଖବର ଦେବା ଲାଗି ହତ୍ୟାକାରୀ ଅତିକ ଗ୍ୟାଙ୍ଗ ପାଇଁ ସୂଚନଦାତା ପାଲଟିଥିଲା ଉମେଶଙ୍କ ପଡୋଶୀ । ଅଧିକ ପଢନ୍ତୁ

Umesh Pal Murder Case
Umesh Pal Murder Case
author img

By

Published : Mar 26, 2023, 3:41 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜର ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟା ଘଟଣା । ସାମ୍ନାକୁ ଆସିଲା ଏକ ଚାଞ୍ଚଲ୍ୟକର ତଥ୍ୟ । ଉମେଶଙ୍କ ଡ୍ରାଇଭର ତଥା ପଡୋଶୀ ସାଜିଥିଲେ ସୂଚନଦାତା । ହତ୍ୟାକାରୀ ଅତିକ ଗ୍ୟାଙ୍ଗକୁ ଦେଉଥିଲେ ଟାଇମ-ଟୁ-ଟାଇମ ଅପଡେଟ । ଯାହା ଫଳରେ ଯୋଜନା ମୁତାବକ ଅତିକ ଗ୍ୟାଙ୍ଗ ଉମେଶଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ । ଈର୍ଷାର ବଶବର୍ତ୍ତୀ ହୋଇ ପଡୋଶୀ ଜଣକ ଏପରି କରିଥିବା ଜଣାପଡ଼ିଛି ।

ଉମେଶଙ୍କ ଏହି ଖଳ ପ୍ରକୃତିର ପଡୋଶୀଙ୍କ ନାମ ମହମ୍ମଦ ସଜର ବୋଲି ଜଣାପଡ଼ିଛି । ଗତ ୧୮ ବର୍ଷ ପୂର୍ବେ ସେ ଉମେଶଙ୍କ ଡ୍ରାଇଭର ଭାବେ କାମ କରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ ଏହି କାର୍ଯ୍ୟରୁ ହଟାଇଥିଲେ ଉମେଶ । ଯେଉଁଥିରେ ସେ କ୍ରୋଧାନ୍ବିତ ହୋଇଥିଲେ ଏବଂ ଉମେଶଙ୍କୁ ସମସ୍ୟା ପକାଇବା ଲାଗି ସୁଯୋଗ ଖୋଜୁଥିଲେ । ଏହାପରେ ସେ ଅତିକ ଗ୍ୟାଙ୍ଗ ସହିତ ସାମିଲ ହୋଇଥିଲେ । ଉମେଶଙ୍କ ପଡ଼ୋଶୀ ହୋଇଥିବାରୁ ସେ ତାଙ୍କ ଗତିବିଧି ଉପରେ ନଜର ରଖୁଥିଲେ ଏବଂ ଅତି ସହଜରେ ଅତିକ ଗ୍ୟାଙ୍ଗକୁ ସମସ୍ତ ଖବର ଦେଇପାରୁଥିଲେ ।

ଏହା ବି ପଢନ୍ତୁ-Umesh Pal Murder case: ଉମେଶ ପାଲ ହତ୍ୟାକାରୀକୁ ପୋଲିସର ଏନକାଉଣ୍ଟର

ଯେଉଁ ଦିନ ଉମେଶଙ୍କୁ ହତ୍ୟା କରାଯାଇଥିଲା, ସେହି ଦିନ ଉମେଶ ଯେଉଁ ରାସ୍ତାରେ ଯାଇଥିଲେ ହତ୍ୟାକାରୀଙ୍କୁ ଭିଡିଓ କଲ୍‌ରେ ଉକ୍ତ ରାସ୍ତା ଦେଖାଇଥିଲେ ମହମ୍ମଦ । ଉମେଶଙ୍କ ହତ୍ୟା ପରେ ତଦନ୍ତ ବେଳେ ପୋଲିସ ଏହା ଜାଣିବାକୁ ପାଇଛି । ପ୍ରୟାଗରାଜ ପୋଲିସ ମହମ୍ମଦ ସଜରଙ୍କୁ ଗିରଫ କରିବା ସହିତ ଜେଲ ପଠାଇଛି ବୋଲି ଜଣାପଡ଼ିଛି । ଗତ ଫେବୃଆରୀ ୨୧ ତାରିଖରେ ପ୍ରୟାଗରାଜ ପୋଲିସ ଏହି ଘଟଣାରେ ଅତିକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲା । ପୋଲିସର କହିବାନୁସାରେ ଉମେଶ ପାଲ ଘରୁ କୋର୍ଟକୁ ଯିବା ଓ ଆସିବା ମଧ୍ୟରେ କେଉଁ କେଉଁ ସ୍ଥାନକୁ ଯାଉଥିଲେ ସେ ସମସ୍ତ ଖବର ମହମ୍ମଦ ଅତିକ ଗ୍ୟାଙ୍ଗକୁ ଦେଉଥିଲେ ।

ଉମେଶଙ୍କୁ ହତ୍ୟା କରିବା ଦିନ ମଧ୍ୟ ମହମ୍ମଦ ଉମେଶଙ୍କ ଗତିବିଧି ସମ୍ପର୍କରେ ଅତିକ ଗ୍ୟାଙ୍ଗ ଓ ଜେଲରେ ଥିବା ମୁଖ୍ୟ ଅପରାଧୀ ଅତିକକୁ ମଧ୍ୟ ଖବର ଦେଇଥିବା ଜଣାପଡ଼ିଛି । ମହମ୍ମଦଙ୍କୁ ଡ୍ରାଇଭର ଚାକିରିରୁ ବିଦା କରିବା ପରେ ଉମେଶ ତାଙ୍କ ଜୀବନରେ ଆଗକୁ ବଢିଥିଲେ, ମାତ୍ର ମହମ୍ମଦ ରାଗରେ ଜର୍ଜରିତ ହୋଇ ଈର୍ଷା ପରାୟଣ ହୋଇପଡ଼ିଥିଲା । ଧୀରେ ଧୀରେ ଏହି ଈର୍ଷା ଘୃଣାରେ ପରିବର୍ତ୍ତନ ହୋଇଥିଲା ଏବଂ ସେ ଉମେଶଙ୍କୁ ହତ୍ୟା କରିବା ଲାଗି ଅତିକ ଗ୍ୟାଙ୍ଗ ସହିତ ମିଶି ଯୋଜନା କରିବା ସହିତ ସୂଚନଦାତା ପାଲଟିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.