ETV Bharat / bharat

ୱାଶିଂ ମେସିନର ମଇଳା ପାଣିକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା, ଚାଲିଗଲା ମହିଳାଙ୍କ ଜୀବନ - ଆନ୍ଧ୍ରପ୍ରଦେଶ ଶ୍ରୀ ସତ୍ୟସାଇ ଜିଲ୍ଲାର କାଦିରୀ

ଆନ୍ଧ୍ରପ୍ରଦେଶ ଶ୍ରୀ ସତ୍ୟସାଇ ଜିଲ୍ଲାର କାଦିରୀରେ ୱାଶିଂ ମେସିନର ମଇଳା ପାଣିକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

Etv Bharat
Etv Bh୍arat
author img

By

Published : Dec 7, 2022, 11:53 AM IST

ଅମରାବତୀ: ୱାଶିଂ ମେସିନର ମଇଳା ପାଣିକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା । ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀ ସତ୍ୟସାଇ ଜିଲ୍ଲାର କାଦିରୀରେ । ୱାଶିଂ ମେସିନର ମଇଳା ପାଣି ଜଣଙ୍କ ଘରକୁ ଚାଲିଯିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ ହେଲେ ସତ୍ୟସାଇ ଜିଲ୍ଲାର ପଦ୍ମାବତୀ ।

ସୂଚନା ଅନୁସାରେ, ପଦ୍ମାବତୀ କାଦିରୀ ସହରର ମଶାନମ୍ପେଟରେ ରହୁଥିଲେ । ତାଙ୍କ ଘରର ୱାଶିଂ ମେସିନରୁ ମଇଳା ପାଣି ପଡୋଶୀରେ ରହୁଥିବା ଭେମାନା ନାୟକଙ୍କ ଘରକୁ ଚାଲିଯାଇଥିଲା । ଏହି ପ୍ରସଙ୍ଗରେ ଦୁଇ ପରିବାର ମଧ୍ୟରେ ଝଗଡା ଲାଗିଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ଭେମାନନା ନାୟକଙ୍କ ପରିବାର ସଦସ୍ୟ ପଦ୍ମାବତୀଙ୍କୁ ପଥରରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ପଦ୍ମାବତୀଙ୍କର ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ସ୍ଥାନୀୟ ଲୋକ ଏହି ଘଟଣା ବିଷୟରେ ଜାଣି ମହିଳାଙ୍କୁ କାଦିରୀ ଆଞ୍ଚଳିକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବେଙ୍ଗାଲୁରୁକୁ ପଠାଇଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ପଦ୍ମାବତୀଙ୍କ ମୃତ୍ୟୁ ହୋଇଛି । ଏନେଇ କାଦିରୀ ନାଗର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.