ETV Bharat / bharat

ପଡୋଶୀ ଆପଣାଇବା ଦରକାର କି ଓଡିଶାର ମାଓ ଦମନ ମଡେଲ ?

ନକ୍ସଲ ଦମନ ପାଇଁ ଓଡିଶା ପୋଲିସର ସ୍ବତନ୍ତ୍ର ରଣନୀତି । ଗ୍ରାଉଣ୍ଡରେ ସ୍ବତନ୍ତ୍ର ଗୁଇନ୍ଦା ବଳ (Special Intelligence Wing) ଏବଂ ସ୍ବତନ୍ତ୍ର ଅପରେସନସ୍ ଗ୍ରୁପ (Special Operations Group) କରୁଛନ୍ତି କମାଲ । ଗତ ଦଶନ୍ଧିରେ ଓଡିଶାରେ ସେପରି କୌଣସି ବଡଧରଣର ନକ୍ସଲ ଆକ୍ରମଣ ନହେବା, ମାଓ ଦମନ କ୍ଷେତ୍ରରେ ରାଜ୍ୟ ପୋଲିସର ସଫଳତାକୁ ବଖାଣୁଛି । ଗୋଲ୍ଡ ଷ୍ଟାଣ୍ଡାର୍ଡ ଅପରେସନ୍, ସଠିକ ଗୁଇନ୍ଦା ସୂଚନା ଏବଂ ଅପରେସନରେ ଛୋଟ ୟୁନିଟର ବ୍ୟବହାର ପାଇଁ ଲାଗଗଡରେ ସଫଳତା ହାତଉଛି ରାଜ୍ୟ ପୋଲିସ । ଅଧିକ ପଢନ୍ତୁ...

ପଡୋଶୀ ଆପଣାଇବା ଦରକାର କି ଓଡିଶାର ମାଓ ଦମନ ମଡେଲ?

author img

By

Published : Apr 7, 2021, 9:34 PM IST

Updated : Apr 8, 2021, 3:37 PM IST

ଭୁବନେଶ୍ବର: ଲାଲଗଡରେ ହିଂସାର ରାଜୁତି । ଲାଲ ସଲାମର ଦ୍ବାହି ଦେଇ ମାଓବାଦୀ ଖେଳୁଛନ୍ତି ରକ୍ତର ହୋଲି । ଘଞ୍ଚ ଜଙ୍ଗଲ ଭିତରେ ଆଖିବୁଜା ଗୁଳାଚାଳନା, ବୋମା ବର୍ଷଣ କରି ଗଡାଉଛନ୍ତି ଗୋଟିଏ ପରେ ଗୋଟିଏ ଯବାନଙ୍କ ମୁଣ୍ଡ । ଆଉ ସୁଯୋଗ୍ୟ ସନ୍ତାନଙ୍କୁ ହରାଇ ଦେଶ ସହୁଛି ଅପୂରଣୀୟ କ୍ଷତି । ନିକଟରେ ଘଟିଥିବା ଛତିଶଗଡ ବିଜାପୁର ନକ୍ସଲ ନାରକୀୟ କାଣ୍ଡ ଏବେ ବି ଲିଭିନି ମନରୁ...

ଶନିବାର ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ହୋଇଥିବା ଅନ୍ଧାଧୁନ ଗୁଳି ବିନିମୟରେ ଭିଜିଥିଲା ସିଲଗେର ଜଙ୍ଗଲ । ନକ୍ସଲଙ୍କ ଅଚାନକ ହମଲାରେ ଶହୀଦ ହୋଇଛନ୍ତି 22 ଯବାନ । ଆଉ ଏହି ଛାତିଥରା ଘଟଣା ପଛର କାରଣ ହେଉଛି ନକ୍ସଲଙ୍କ କୁଟୀଳତା । ଯାହା ଫଳରେ ମାଓ ସଙ୍ଗଠନ ବିଛାଥିବା ମୃତ୍ୟୁର ମାୟାଜାଲରେ ଫସୁଛନ୍ତି ସୁରକ୍ଷା ବାହିନୀ । ତେବେ ଏଭଳି ନକ୍ସଲ ଆକ୍ରମଣ ନୂଆ ନୁହେଁ .. ଛତିଶଗଡର ସୁକମା, ବିଜାପୁର ଓ ବସ୍ତର ଅଞ୍ଚଳ ମାଓ ଆକ୍ରମଣ ଇତିହାସରେ ଅଭିଶପ୍ତ ଫର୍ଦ୍ଦ ।

ସୁକମା ହେଉ କି ତାଡମେଟଲା, ଅନେକ ବଡ ବଡ ନକ୍ସଲ ଆକ୍ରମଣର ସାକ୍ଷୀ ରହିଛି ଛତିଶଗଡର ଉପାନ୍ତ ଅଞ୍ଚଳ । ଲାଲଗଡ ଭାବେ ବେଶ ପରିଚିତ ଏହିସବୁ ଜିଲ୍ଲା । ତେବେ ଏଭିଳିସ୍ଥିତିରେ ପ୍ରଶ୍ନ ଉଠେ ମାଓ ମୁକାବିଲା କ୍ଷେତ୍ରରେ କେଉଁଠି ରହୁଛି ତ୍ରୃଟି ? ମାଓଦମନ କ୍ଷେତ୍ରରେ ଫେଲ ମାରୁଛି କି ଛତିଶଗଡ ସରକାରଙ୍କ ରଣନୀତି ? ଏପଟେ ଯଦି ଓଡିଶା କଥା କହିବା ତେବେ ମାଓ ମୁକାବିଲା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ସଫଳତା ହାସଲ କରିଛି ଆମ ରାଜ୍ୟ ।

ବିଜାପୁରରେ ନକ୍ସଲଙ୍କ ରକ୍ତ ସଂଘର୍ଷରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ କାଉଣ୍ଟର ଆଟାକ୍ ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ । ଏପରିକି ନିଖୋଜ ଯବାନ ନକ୍ସଲଙ୍କ କବଜାରେ ଥିବା ଘଟଣା ସାମ୍ନାକୁ ଆସିବା ପରେ ଅପରେସନ୍ ଲଞ୍ଚ ନେଇ ଚାଲିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତି । ଆଉ ଛାତିଥରା ବିଜାପୁର ନକ୍ସଲ ଆକ୍ରମଣର ପରେ ବଡ ଅପରେସନ୍ ନେଇ ଚାଲିଛି ଆକ୍ସନ ପ୍ଲାନ । ତେବେ ଏହି ଘଟଣା ପରେ ଅଧିକ ସତର୍କ ହୋଇପଡିଛି ଓଡିଶା । ଛତିଶଗଡ ସୀମାବର୍ତ୍ତୀ 5ଟି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଓଡିଶା ପୋଲିସ । ଏପରିକି ଡିଜିପି ସୀମାବର୍ତ୍ତୀ ଜିଲ୍ଲାକୁ ଯାଇ ମାଓ ମୁକାବିଲା ଏବଂ ମାଓ ଗତିବିଧି ନେଇ ସମୀକ୍ଷା କରିଛନ୍ତି । ତେବେ କାହିଁକି ଲାଲଗଡରେ ବଢୁଛି ହିଂସା ?

ବର୍ଷ... 2020ର କେନ୍ଦ୍ର ଗୃହମନ୍ତ୍ରଣାଳୟ ରିପୋର୍ଟ ଉପରେ ପକାନ୍ତୁ ନଜର । ଦେଶର 11ଟି ରାଜ୍ୟରେ ରହିଛି 90ଟି ମାଓପ୍ରବଣ ଜିଲ୍ଲା । ଏଥିରେ ଝାଡଖଣ୍ଡର 19, ବିହାରର, ଓଡିଶାର 15, ଛତିଶଗଡର 14, ତେଲେଙ୍ଗାନାର 8, ଆନ୍ଧ୍ରପ୍ରଦେଶର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ କେରଳର ତିନୋଟି ଜିଲ୍ଲା ଏବଂ ପଶ୍ଚିମବଙ୍ଗର ଗୋଟିଏ ଜିଲ୍ଲା ଅନ୍ତର୍ଭୁକ୍ତ । ଛତିଶଗଡର ବାଲୋଦ, ବଳରାମପୁର, ବସ୍ତର, ବିଜାପୁର, ଦାନ୍ତେୱ୍ବାଡା ଧାମତାରି, ଗରିୟାବନ୍ଦ, କାଙ୍କେର, କୋନ୍ଦାଗାଁ, ମହାସମୁନ୍ଦ, ନାରାୟଣପୁର, ରାଜନନ୍ଦଗାଁ, ସୁକମା ଓ କବିରଧାମ ଆଦି ମାଓପ୍ରବଣ ଅଞ୍ଚଳ ଲାଲଗଡ ଅଧିନରେ ଆସୁଛି ।

ମାଓ ସମସ୍ୟାକୁ ନେଇ ଦେଶର ଅନେକ ରାଜ୍ୟ ପ୍ରଭାବିତ । ଆଉ ଏହି ସବୁ ରାଜ୍ୟଗୁଡିକ ନିଜନିଜ ସ୍ତରରେ ମାଓ ମୁକାବିଲା ପାଇଁ ଚଳାଇଛନ୍ତି ପ୍ରୟାସ । ଆମ ରାଜ୍ୟ ଓଡିଶାର ଏକ ବୃହତ ଭୂଭାଗ ମାଓ ପ୍ରଭାବିତ ଅଞ୍ଚଳ ଅଧିନରେ ଆସୁଛି । ରାଜ୍ୟର ଅନୁଗୋଳ, ବରଗଡ, ବୌଦ୍ଧ, ଦେବଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ମାଓପ୍ରବଣ ଭାବରେ ଜଣାଶୁଣା । ସଠିକ ରଣନୀତି ଯୋଗୁଁ ଓଡିଶାରେ ମାଓବାଦୀମାନେ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଯେପରୀ କୋରାପୁଟ, ମାଲକାନଗିରି, ନବଙ୍ଗପୁରରେ ଆଦିରେ ସୀମିତ ରହିଯାଇଛନ୍ତି । ଆଉ ପଶ୍ଚିମ ଓଡିଶା ମାଓବାଦୀଙ୍କର କୌଣସି ଚିହ୍ନବର୍ଣ୍ଣ ନଥିବା କହିଲେ ଚଳେ ।

ବିଜାପୁର ନକ୍ସଲ ଆକ୍ରମଣ ପରେ ଛତିଶଗଡ ନିଜ ଛାତିରୁ ଭୟକୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ଓଡିଶା ନିଜ ସୀମାରେ ବଢାଇ ଦେଇଛି ସୁରକ୍ଷା । ପଡୋଶୀ ରାଜ୍ୟରୁ ଲାଲ ଆତଙ୍କ ଆଶଙ୍କା କରି ଓଡିଶା ପୋଲିସ ପାଞ୍ଚଟି ଜିଲ୍ଲାର ସୀମା ଉପରେ ସତର୍କତାର ସହ ରଖିଛି କଡା ନଜର ।

ତେବେ ଯଦି ମାଓବାଦୀ ଓଡିଶା ମଧ୍ୟକୁ ପ୍ରବେଶ ନେଇ ଚେଷ୍ଟା କରନ୍ତି, ଅବଶ୍ୟ ଓଡିଶା ନିଶ୍ଚିତଭାବରେ ଗୋଲ୍ଡ ଷ୍ଟାଣ୍ଡାର୍ଡ ରଣନୈତିକ କୌଶଳକୁ ଅବଲମ୍ବନ କରିବ ଯାହା ଗତ ଏକ ଦଶନ୍ଧି ମଧ୍ୟରେ ରାଜ୍ୟ ଦେଇଛି ବଡ ସଫଳତା । ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସର ସଫଳତା ପଛରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହାର ସ୍ପଷ୍ଟ ରଣନୀତି, ସୁଦୃଢ ଗୁଇନ୍ଦା ବ୍ୟବସ୍ଥା ଏବଂ ଗ୍ରାଉଣ୍ଡ ଅପରେସନ ।

1990ରୁ 2000 ମଧ୍ୟରେ ମାଓ ଆକ୍ରମଣରେ ବଡ କ୍ଷତି ସହିବା ପରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାରେ ଆରମ୍ଭ ହୋଇଥିଲା ଆଣ୍ଟି-ନକ୍ସଲ ଫୋର୍ସ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) । ବାସ୍ତବରେ ମାଓବାଦୀଙ୍କ ବିରୋଧରେ ଓଡିଶାର ଲଢେଇ 2008ରେ ସର୍ବନିମ୍ନ ଥିଲା । ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଥିବା 36 ଯବାନଙ୍କୁ ଆକ୍ରମଣ, ପରେ ନୟାଗଡ଼ରେ 13 ଜଣ ପୋଲିସକର୍ମୀଙ୍କ ହତ୍ୟାକାଣ୍ଡ ଆଉ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ମାଓବାଦୀଙ୍କ ସମ୍ପୃକ୍ତି ରାଜ୍ୟକୁ ସେତେବେଳେ ଦୋହଲାଇ ଦେଇଥିଲା ।

ମାଓ ଆକ୍ରମଣରେ ବିରାଟ କ୍ଷତି ସହିବା ପରେ ଚେତିଥିଲା ଓଡିଶା । ଏହାପରେ ଲାଲଗଡରେ ଲଗାମ ଲଗାଇବାକୁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ରଣନୀତି । ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଚ । ରାଜ୍ୟ ପୋଲିସ ମାଓବାଦୀଙ୍କ ବିରୋଧରେ ମାଓବାଦୀଙ୍କ ରଣନୀତି ହିଁ ଆପଣାଉଛି । ଗ୍ରାଉଣ୍ଡ ଇଣ୍ଟେଲିଜେନ୍ସ ସହାୟତାରେ ଅପରେସନ ୟୁନିଟ ବ୍ୟବହାର କରିଛି ରାଜ୍ୟ ପୋଲିସ । ଅଧିକାଂଶ ଅପରେସନ ୟୁନିଟଗୁଡିକରେ ଅଛନ୍ତି କେବଳ 30 ଜଣିଆ ସୁରକ୍ଷାବାହୀନିଙ୍କ ଟିମ୍‌ ।

ନକ୍ସଲଙ୍କ ଗରିଲା ଯୁଦ୍ଧ ବିରୋଧରେ ଛୋଟ ଛୋଟ ୟୁନିଟ ବ୍ୟବହାର କରୁଛି ଓଡିଶା । ଯାହାକି ଆବଶ୍ୟକ ସମୟରେ ଯବାନଙ୍କୁ ଖାପଖୁଆଇବା ସହିତ ପ୍ରତିଆକ୍ରମଣ, ସୁରକ୍ଷା ଆଦିରେ ସହାୟକ ହୋଇଥାଏ । ଅନ୍ୟପକ୍ଷେ ଛତିଶଗଡରେ ମାଓ ମୁକାବିଲା ପାଇଁ ବ୍ୟବହାର କରୁଛି ବଡ ୟୁନିଟ । ବିଜାପୁର ଅପରେସନ ଏହାର ସଦ୍ୟତମ ଉଦାହରଣ । ବିଜାପୁର ଅପରେସନରେ ସାମିଲ ଥିଲେ 1500ରୁ ଊର୍ଦ୍ଧ୍ବ ଯବାନ । ଏହାକୁ ଅଲଗା ଅଲଗା ୟୁନିଟରେ ଭାଗ କରାଯାଇଥିଲା । ଆଉ ପ୍ରତି ୟୁନିଟରେ ଥିଲେ 100 ସୁରକ୍ଷାବାହିନୀ ।

ଛତିଶଗଡର ଅପରେସନ ପ୍ଲାନକୁ ଦେଖିଲେ ଏହା ସ୍ପଷ୍ଟ ହୁଏ କି ଓଡ଼ିଶା ପୋଲିସ ଏହାର ବିପରୀତ କାର୍ଯ୍ୟ କରିଛି । ମାଓବାଦୀଙ୍କ ଚରାଭୂମି ମାଲକାନଗିରିର ବିଛିନ୍ନାଞ୍ଚଳ ଭାବରେ ପରିଚିତ ସ୍ବାଭିମାନ ଅଞ୍ଚଳରେ ତିନୋଟି କମ୍ପାନୀ ଅପରେସନ ବେସ (COB) ସ୍ଥାପନ କରାଯାଇଥିଲା । ଯବାନମାନଙ୍କୁ ଏହି ଅଞ୍ଚଳରେ ମୁତୟନ ପରେ ମୁଳପୋଛ ହୋଇଛନ୍ତି ମାଓବାଦୀ । ଏହି ଅଞ୍ଚଳରେ ବର୍ତ୍ତମାନ ପାଞ୍ଚଟି ସିଓବି ରହିଛି ।

କେବଳ ଏତିକି ନୁହେଁ ବିଚ୍ଛିନାଞ୍ଚଳରେ ବିକାଶକୁ ଗୁରୁତ୍ବ ଦେଇଛନ୍ତି ଓଡିଶା ସରକାର । ରାଜ୍ୟର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳ ଭାବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାକୁ ଅଧିକ ଫୋକସ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ଆଉ ଏହାର ଫଳ ସ୍ବରୂପ ବିକାଶର ପଥରେ ଅଗ୍ରସର ହେଉଛି ସ୍ବାଭିମାନ ଅଞ୍ଚଳ । ସେପଟେ ଦିନେ ଯେଉଁମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚିବା କଷ୍ଟକର ବ୍ୟପାର ଥିଲା, ସେହି ସ୍ବାଭିମାନ ଅଞ୍ଚଳବାସୀଙ୍କ ସମ୍ପର୍କର ସେତୁ ସାଜିଛି ଗୁରୁପ୍ରିୟା । ଏବେ ଗୁରୁପ୍ରିୟା ସେତୁକୁ ସ୍ବାଭିମାନ ଅଞ୍ଚଳର ଲାଇଫ ଲାଇନ କହିଲେ ଅତ୍ୟୁକ୍ତି ହେବନାହିଁ । ଯଦି ଓଡିଶା ଭଳି ଛତିଶଗଡ ମଧ୍ଯ ରାଜ୍ୟର ବିଚ୍ଛିନ୍ନାଞ୍ଚଳ ସୁକମା ବସ୍ତର ଆଉ ବିଜାପୁରର ବିକାଶକୁ ଅଧିକ ଫୋକସ ଦେବ ତାହେଲେ ନିଶ୍ଚିତଭାବରେ ମାଓ ମୁକାବିଲାରେ ଏହା ସହାୟକ ହୋଇପାରିବ ଏଥିରେ ଦ୍ବିମତ ନାହିଁ ।

2010ରୁ 2019 ଭିତରେ ଛତିଶଗଡ ଅନେକ ବଡ ବଡ ନକ୍ସଲ ଆକ୍ରମଣର ସାକ୍ଷୀ ରହିଛି । 9 ଏପ୍ରିଲ 2019ରେ ଶ୍ୟାମଗିରିରେ ଦାନ୍ତେୱାଡା ଲୋକସଭା ନିର୍ବାଚନରେ ମତଦାନର ଗୋଟିଏ ଦିନ ପୂର୍ବରୁ ନିର୍ବାଚନୀ ପ୍ରଚାର ପାଇଁ ଯାଉଥିବା ବିଜେପି ବିଧାୟକ ଭୀମା ମଣ୍ଡାୱୀଙ୍କ କାରକୁ ଆକ୍ରମଣ କରିଥିଲେ ନକ୍ସଲ । ଏହି ଆକ୍ରମଣରେ ଭୀମା ମଣ୍ଡାୱୀଙ୍କ ସମେତ ପ୍ରାଣ ହରାଇଥିଲେ 5 ସୁରକ୍ଷାକର୍ମୀ ।

24 ଏପ୍ରିଲ 2017 ସୁକମା ଜିଲ୍ଲାର ଦୁର୍ଗପାଲରେ ହୋଇଥିଲା ବଡ ଧରଣର ନକ୍ସଲ ଆକ୍ରମଣ । ଏଥିରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ତଥା ସିଆରପିଏଫର 25 ଯବାନ ହୋଇଥିଲେ ଶହୀଦ । 25 ମେ 2013 ବସ୍ତରର ଦରଭାରେ ମଧ୍ୟ ହୋଇଥିଲା ମାଓବାଦୀ ଆକ୍ରମଣ ଘଟଣା । ଏହି ଆକ୍ରମଣରେ ଆଦିବାସୀ ନେତା ମହେନ୍ଦ୍ର କର୍ମା, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନନ୍ଦକୁମାର ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳାଙ୍କ ସମେତ 30 ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଟେଡେମେଟେଲ ଘଟଣା କଥା କଥା ଯଦି କହିବା ତାହେଲେ ଏହା ଥିଲା ଛତିଶଗଡର ସବୁଠୁ ବଡ ମାଓ ଆକ୍ରମଣ । ଏଥିରେ ପ୍ରାଣ ହରାଇଥିଲେ ମୋଟ 76 ଯବାନ । ଏହାକୁ ଦୃଷ୍ଟିରେ ରଖିଲେ ଓଡିଶାରେ ଏହି ଅବଧି ମଧ୍ୟରେ କୌଣସି ବଡ ମାଓ ଆକ୍ରମଣ ହୋଇନାହିଁ ।

ମାଓ ମୁକାବିଲାରେ ଓଡିଶାର ସଫଳତା ପାଇଁ ଆଉ ଏକ ବଡ କଥା ହେଉଛି ଯେ ସମସ୍ତ ଅପରେସନକୁ ଖୋଦ ରାଜ୍ୟର ଡିଜିପି କରୁଛନ୍ତି ନିରୀକ୍ଷଣ । ବିଚ୍ଛିନ୍ନାଞ୍ଚଳକୁ ଡିଜିପିଙ୍କ ବାରମ୍ବାର ଗସ୍ତ ଏଥିରୁ ସ୍ପଷ୍ଟ ଅନୁମେୟ । ବିଜାପୁର ଘଟଣା ଦିନ ମଧ୍ୟ ରାଜ୍ୟ ଡିଜିପି ଅଭୟ କୋରାପୁଟ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ ।

ସଠିକ ରଣକୌଶଳ ଯୋଗୁଁ ଆନ୍ଧ୍ର-ଓଡିଶା ସୀମାରେ ଭୁଶୁଡିବାରେ ଲାଗିଛି ମାଓ ଗଡ । ହେଲେ ଛତିଶଗଡରେ ନକ୍ସଲ ଆକ୍ରମଣ ଆଉ କିଛି ଦିଗ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଦକ୍ଷିଣ ଓଡିଶାରେ ଅପରେସନ ଜୋରଦାର ଯୋଗୁଁ ବ୍ୟାକଫୁଟରେ ଅଛନ୍ତି ମାଓବାଦୀ । ଏନେଇ ମାଓବାଦୀମାନେ ଖୋଜୁଛନ୍ତି ସେଫ ଜୋନ । ସେପଟେ ଛତିଶଗଡରେ ମଧ୍ୟ ଅପରେସନ ‘ପ୍ରହାର’କୁ ଜୋରଦାର କରାଯାଇ ଥିବାରୁ ନୂଆ ଠିକଣା ସନ୍ଧାନରେ ମାଓବାଦୀ । ଏଭଳିସ୍ଥିତିରେ ପଶ୍ଚିମ ଓଡିଶାକୁ ମାଓବାଦୀମାନଙ୍କ ଅନୁପ୍ରବେଶର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2021, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.