ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ଦେବାକୁ ଇଚ୍ଛୁକ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ଏଥର ମେଡିକାଲ ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା NEET ଦେବାକୁ ମିଳିବ ମାତ୍ର ଗୋଟିଏ ସୁଯୋଗ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।
ଅଗଷ୍ଟ 1ରେ ହେବ ଚଳିତ ବର୍ଷ ନିଟ୍ ପ୍ରବେଶିକା ପରୀକ୍ଷା। ଜାତୀୟ ପରୀକ୍ଷା ଏଜେନ୍ସି ଏନଟିଏ ନିଜର ଅଫିସିଆଲ ୱେବସାଇଟରେ ଏମବିବିଏସ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କରିସାରିଛି । ପରୀକ୍ଷା ପାଇଁ ଆବେଦନ ଖୁବ ଶୀଘ୍ର ଆରମ୍ଭ ହେବ। ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଁଥିବା ବିଦ୍ୟାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ ।
ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଁଥିବା ବିଦ୍ୟାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ntaneet.nic.inରେ ଲଗ୍ ଇନ କରି ବିଦ୍ୟାର୍ଥୀ ପଞ୍ଜିକରଣ କରିବେ । ବିଦ୍ୟାର୍ଥୀ ପେନ ଏବଂ ପେପର ମୋଡରେ ଏହି ପରୀକ୍ଷା ଦେବେ ।