ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି-କମ-ଏଣ୍ଟ୍ରାନ୍ସ ଟେଷ୍ଟ ଆସନ୍ତା ଜୁଲାଇ ୧୭ରେ ଅନୁଷ୍ଠିତ ହେବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସଂ ପକ୍ଷରୁ ଘୋଷଣା କରାଯାଇଛି । NEET (UG)-2022 ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମେ ୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଓଡ଼ିଆ ସମେତ ୧୩ଟି ଭାଷାରେ ହେବ ଚଳିତ ବର୍ଷର NEET ପରୀକ୍ଷା । ୨୦୨୨ ଜୁଲାଇ ୧୭ ତାରିଖରେ ପରୀକ୍ଷା ନେଇ NTAର ସୂଚନା ଦେଇଛି । ଦେଶ ବାହାରେ ୧୪ଟି କେନ୍ଦ୍ର ସହ ମୋଟ ୫୪୩ଟି ସହରରେ NEET ପରୀକ୍ଷା ହେବ । ଗତବର୍ଷ ଏନଇଇଟି ଅଣ୍ଡରଗ୍ରାଜୁଏଟ ପରୀକ୍ଷା ସେପ୍ଟମ୍ବର ୧୨ରେ ହୋଇଥିଲା ।
ପୁଣି ଥରେ ବଦଳିଛି JEE (ମେନ୍) ସେସନ-୧ ଓ ୨ ସୂଚୀ । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖା ପାଇଁ ମେ' ରେ ହେବାକୁ ଥିବା ଜେଇଇ ମେନ୍ସ ପ୍ରବେଶିକା ପରୀକ୍ଷାକୁ ଜୁନ ଓ ଜୁଲାଇ ମାସକୁ ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ଦିଗକୁ ବିଚାର କରି ପରୀକ୍ଷା ତାରିଖରେ ପରିବର୍ତ୍ତନ କରିଛି NTA । ସେସନ-୧ ପରୀକ୍ଷା ଜୁନ୍ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବ ।
ସେସନ-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ । ସେସନ-୧ ପାଇଁ ପଞ୍ଜୀକରଣ ସରିଛି । ସେସନ-୨ ପାଇଁ ଶୀଘ୍ର ଆରମ୍ଭ ହେବ ବୋଲି ଏନଟିଏ ପକ୍ଷରୁ ସୂଚନା ମିଳିଛି । ଏପ୍ରିଲ ୨୧, ୨୪, ୨୫ ,୨୯ରେ ପ୍ରଥମ ପର୍ଯ୍ୟାୟ ଏବଂ ମେ ୧ ଓ ୪ରେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ହେବା ନିମନ୍ତେ ପୂର୍ବରୁ ସ୍ଥିର କରାଯାଇଥିଲା ।