ETV Bharat / bharat

NEET 2021: ତାମିଲନାଡୁରେ ଟପ୍ପର ଛାତ୍ରୀଙ୍କ ଆତ୍ମହତ୍ୟା

author img

By

Published : Sep 14, 2021, 5:14 PM IST

Updated : Sep 14, 2021, 5:31 PM IST

ଡାକ୍ତର ପ୍ରବେଶିକା ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଶ୍ବାସ କରି ପ୍ରାଣ ହାରିଲେ ତାମିଲନାଡ଼ୁର ଦ୍ବାଦଶ ଶ୍ରେଣୀ ଟପ୍ପର ଛାତ୍ରୀ । ଅଧିକ ପଢନ୍ତୁ...

NEET 2021: ତାମିଲନାଡୁରେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ଚେନ୍ନାଇ: ତାମିଲନାଡୁରେ ଦ୍ବାଦଶ ଶ୍ରେଣୀରେ ଟପ୍ପର ଆସିଥିବା ଛାତ୍ରୀଙ୍କ ଆତ୍ମହତ୍ୟା । ଭଙ୍ଗା ସ୍ବପ୍ନଠାରୁ ତାଙ୍କୁ ମୃତ୍ୟୁ ଲାଗିଛି ସରଳ । ଚଳିତ ଡାକ୍ତରୀ ପ୍ରବେଶ ପରୀକ୍ଷା NEETରେ ଆଶା ମୁତାବକ ଭଲ ପ୍ରଦର୍ଶନ ନ କରିବାରୁ ସେ ଏପରି କରିଛନ୍ତି । ପରୀକ୍ଷା ଖରାପ ହୋଇଥିବାରୁ କାଳେ ଡାକ୍ତର ହୋଇପାରିବେ ନାହିଁ ଭାବି ଶେଷରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ତାମିଲନାଡୁର ଏହି ଛାତ୍ରୀ ଜଣକ ସୋମବାର ଦଉଡି଼ ଲଗାଇ ଆତ୍ମହତ୍ୟା କରିଛନ୍ତି । ରବିବାର ପରୀକ୍ଷା ଦେଇ ଆସିବା ପରେ ସେ ଭଲ ପ୍ରଦର୍ଶନ କରିନଥିବା ନିଜ ପିତାମାତାଙ୍କୁ କହିଥିଲେ । ଏହା ତାଙ୍କୁ ଏତେ ବିଚଳିତ କରିଥିଲା ଯେ ଡାକ୍ତର ନ ହୋଇପାରିବା ଭୟରେ ଶେଷରେ ସେ ବାଛିଥିଲେ ମୃତ୍ୟୁର ରାସ୍ତା । ଦ୍ବାଦଶ ପରୀକ୍ଷାରେ ୯୩.୬ ପ୍ରତିଶତ ରଖି ଛାତ୍ରୀଙ୍କ ହସ ହସ ମୁହଁ ଆଜି ଅବାକ ହୋଇଯାଇଛି । ଛାତ୍ରୀ ଜଣକ ରାଜ୍ୟର ସାଲେମ ଅଞ୍ଚଳର ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ: ତାମିଲନାଡୁରେ NEET ରଦ୍ଦ ବିଲ୍‌ ପାରିତ, ଦ୍ବାଦଶ ରେଜଲ୍ଟ ଆଧାରରେ ଡାକ୍ତର ହେବେ ଛାତ୍ରଛାତ୍ରୀ

ଘଟଣାଟି ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ DMK ନେତୃତ୍ବାଧୀନ ତାମିଲନାଡୁ ସରକାର ସୋମବାର ରାଜ୍ୟସଭାରେ ଏକ ବିଲ୍ ଆଗତ କରିଛନ୍ତି । ଯେଉଁଥିରେ ମେଡିକାଲ କଲେଜରେ ଆଡମିଶନ ପାଇଁ ଜାତୀୟ ପ୍ରବେଶ ତଥା ମେଡିକାଲ ଯୋଗ୍ୟତା ପରୀକ୍ଷା (NEET)କୁ ଛାଡ କରିବାକୁ ଚାହୁଁଥିବା କହିଛନ୍ତି । ଦ୍ବାଦଶ ଶ୍ରେଣୀର ମାର୍କ ଅନୁଯାୟୀ ଛାତ୍ରଛାତ୍ରୀ ଡାକ୍ତର ହୋଇପାରିବେ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2021, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.