ଡେରାଡୁନ: ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଉତ୍ତରାଖଣ୍ଡରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପାଇଲଟ ପ୍ରୋଜେକ୍ଟ ଡ୍ରାଫ୍ଟିଂ । ସଫଳତାପୂର୍ବକ ୯୦ ପ୍ରତିଶତ ୟୁନିଫର୍ମ ସିଭିଲ କୋର୍ଡ ଡ୍ରାଫ୍ଟିଂ ଶେଷ ହୋଇଛି। ୟୁସିସି ଲାଗୁ ଉପରେ ପ୍ରାଧାନ୍ୟ ଦିଆଯାଉଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଦେଶରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁକୁ ଗ୍ରୀନ ସିଗନାଲ ପରେ ହିଲ୍ ଷ୍ଟେସନ ଅଞ୍ଚଳରେ ଏହାର ଶୁଭାରମ୍ଭ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନଜରରେ ରଖି ଉତ୍ତରାଖଣ୍ଡରେ ଏହି ପାଇଲଟ୍ ପ୍ରୋଜେକ୍ଟର ଶୁଭାରମ୍ଭ କରାଯାଇଥିଲା । ଯଥାଶୀଘ୍ର ଡ୍ରାଫ୍ଟିଂ କାର୍ଯ୍ୟ ଶେଷ କରିବା ଲକ୍ଷ୍ୟରେ ୫ଜଣିଆ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଡ୍ରାଫ୍ଟିଂ କାର୍ଯ୍ୟକୁ ଆଗେଇ ନେବାରେ ସଫଳ ହୋଇଛନ୍ତି। ଜୁନ ୩୦ ସୁଦ୍ଧା ୟୁସିସିର ଷ୍ଟାସସ୍ ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ମୁଖ୍ୟମନ୍ତ୍ରୀ ଧାମି ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆଶା କରୁଛୁ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଖୁବଶୀଘ୍ର ୧୦୦ ପ୍ରତିଶତ ଭାବେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବାର ଆବଶ୍ୟକତା ରହିଛି । ଯଥାଶୀଘ୍ର ୟୁସିସି ଲାଗୁ ହେଲେ ଉତ୍ତରାଖଣ୍ଡ ଭଳି ଅନ୍ୟ ରାଜ୍ୟବାସୀମାନେ ମଧ୍ୟ ଏହାର ସୁବିଧା ପାଇପାରିବେ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।
ଅପରପକ୍ଷେ, ଧାମିଙ୍କ ଏଭଳି ବୟାନ ପରେ ରାଜନୀତି ସରଗରମ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଭୋଟ୍ ବ୍ୟାଙ୍କ ରାଜନୀତି କରୁଛି ବୋଲି କହିଛନ୍ତି ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟର ସାଧାରଣ ସମ୍ପାଦକ ରାଫିକ୍ ଇସଲାମ । ଗୋଆ, ମେଘାଳୟ, ମିଜୋରାମ, ଅରୁଣାଚଳ ପ୍ରଦେଶ, କେରଳ, ଚେନ୍ନାଇ, ବେଙ୍ଗାଲୁରୁ ଭଳି ରାଜ୍ୟ ମାନଙ୍କରେ ୟୁସିସି ଲାଗୁ କରିବାରେ ବିଜେପି ସମର୍ଥ ହୋଇପାରିବ ନାହିଁ କହି ଚାଲେଞ୍ଜ କରିଛନ୍ତି ରାଫିକ୍ ।
ବର୍ତ୍ତମାନ ଆସନ୍ତୁ ଜାଣିବା, ଏହି ୟୁନିଫର୍ମ ସିଭିଲ କୋଡର ଅର୍ଥ କ'ଣ ? ଆପଣମାନେ ଜାଣିଛନ୍ତି ଯେ, ବିଭିନ୍ନ ଦେଶ ମାନଙ୍କରେ ଜାତି, ଧର୍ମ ଏବଂ ସମ୍ପ୍ରଦାୟ ଭିତ୍ତିରେ ଭିନ୍ନ ଭିନ୍ନ ଆଇନ ରହିଛି । ଉଦାହରଣ ସ୍ବରୂପ, ଭାରତରେ ଥିବା ମୁସଲିମ ପର୍ସନାଲ ଲ' ଅନୁସାରେ ଚାଲିଆସୁଥିଲା ଟ୍ରିପଲ ତଲାକ୍ ପ୍ରଥା । ଯାହାକି ୨୦୧୯ରେ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏଭଳି ଆଇନଗୁଡ଼ିକୁ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ୟୁନିଫର୍ମ ସିଭିଲ କୋଡ୍ ପ୍ରଣୟନ କରିବାକୁ ଯୋଜନା କରୁଛନ୍ତି ସରକାର। ସଂକ୍ଷେପରେ କହିବାକୁ ଗଲେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଇନ ପ୍ରଚଳନ କରାଯିବାର ଅର୍ଥ ହେଉଛନ୍ତି ୟୁନିଫର୍ମ ସିଭିଲ କୋଡ ।
ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ କିଭଳି ସମାନ ଆଇନ ପ୍ରଚଳନ ହେବ, ବିବାହ ବିଚ୍ଛେଦରୁ ଆରମ୍ଭ କରି ଜମିଜମା ମୋକଦ୍ଦମାରେ ମଧ୍ୟ ସମସ୍ତେ ନିରପେକ୍ଷ ଭାବେ ନ୍ୟାୟ ପାଇପାରିବେ ତାହା ହିଁ ୟୁସିସିର ଉଦ୍ଦେଶ୍ୟ । ୟୁନିଫର୍ମ ସିଭିଲ କୋଡ୍ ଲାଗୁ ନେଇ ଗ୍ରୀନ ସିଗ୍ନାଲ୍ ପରେ ପ୍ରଥମ କରି ଉତ୍ତରାଖଣ୍ଡରେ ପାଇଲଟ ପ୍ରୋଜେକ୍ଟର ଶୁଭାରମ୍ଭ କରାଯାଇଥିଲା । ଯାହାକି ବର୍ତ୍ତମାନ ୯୦ ପ୍ରତିଶତ ଶେଷ ହୋଇସାରିଛି । ଅନେକ ଏହାକୁ ସମର୍ଥନ କରୁଥିବା ବେଳେ କେତେକ ସ୍ଥାନରେ ବିରୋଧାଭାଷ ମଧ୍ୟ ଦେଖିବାକୁ ମିଳୁଛି ।
ଦେବଭୂମିରେ UCC ପାଇଲଟ ପ୍ରୋଜେକ୍ଟ ଡ୍ରାଫ୍ଟିଂ ୯୦% ଶେଷ - Uttarakhand CM reaction on UCC
ଉତ୍ତରାଖଣ୍ଡରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପାଇଲଟ ପ୍ରୋଜେକ୍ଟ ଡ୍ରାଫ୍ଟିଂ । ସଫଳତାପୂର୍ବକ ୯୦ ପ୍ରତିଶତ ୟୁନିଫର୍ମ ସିଭିଲ କୋର୍ଡ ଡ୍ରାଫ୍ଟିଂ ଶେଷ ହୋଇଛି । ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ
![ଦେବଭୂମିରେ UCC ପାଇଲଟ ପ୍ରୋଜେକ୍ଟ ଡ୍ରାଫ୍ଟିଂ ୯୦% ଶେଷ Uniform Civil code draft completed says Uttarakhand CM](https://etvbharatimages.akamaized.net/etvbharat/prod-images/1200-675-18516191-thumbnail-16x9-puskar.jpg?imwidth=3840)