ETV Bharat / bharat

୧୭ ହଜାର ଭାରତୀୟ ଛାଡିସାରିଲେଣି ୟୁକ୍ରେନ ସୀମା: MEA

author img

By

Published : Mar 2, 2022, 8:00 PM IST

ୟୁକ୍ରେନ ସୀମା ଛାଡି ସାରିଲେଣି ୧୭ ହଜାର ଭାରତୀୟ । ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚି ଦେଲେ ସୂଚନା । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଅପରେସନ ଗଙ୍ଗା । ଅଧିକ ପଢନ୍ତୁ

୧୭ ହଜାର ଭାରତୀୟ ଛାଡିସାରିଲେଣି ୟୁକ୍ରେନ ସୀମା: MEA
୧୭ ହଜାର ଭାରତୀୟ ଛାଡିସାରିଲେଣି ୟୁକ୍ରେନ ସୀମା: MEA

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଜାରି ରହିଥିବା ଋଷର ଆକ୍ରମଣ ମଧ୍ୟରେ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏପରି ସ୍ଥଳେ ଜାରି ରହିଥିବା ଉଦ୍ଧାର ଅଭିଯାନ (ଅପରେସନ ଗଙ୍ଗା)ର ଅଗ୍ରଗତି ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ।

  • #WATCH | We now estimate that nearly 17,000 Indian nationals have left Ukraine borders since our advisories were issued in the last week of January: Arindam Bagchi, MEA spokesperson pic.twitter.com/6Vf0jI3X5X

    — ANI (@ANI) March 2, 2022 " class="align-text-top noRightClick twitterSection" data=" ">

ଆଜି (ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଗଚି କହିଛନ୍ତି ଏପର୍ଯ୍ୟନ୍ତ ପ୍ରାୟ 17,000 ଭାରତୀୟ ୟୁକ୍ରେନ ସୀମା ଛାଡି ପାରିଛନ୍ତି । ଉଦ୍ଧାର ହୋଇଥିବା ଭାରତୀୟଙ୍କ ମଧ୍ୟରେ ସମସ୍ତେ ପଞ୍ଜୀକୃତ ମଧ୍ୟ ହୋଇନଥିଲେ । ସେହିପରି ଏବେ ଏହି ଅପରେସନକୁ ଆହୁରି ବ୍ୟାପକ କରାଯାଉଛି । ସମସ୍ତ ଭାରତୀୟଙ୍କ ସୁରକ୍ଷା ଓ ନିରାପଦ ପ୍ରତ୍ୟାବର୍ତ୍ତନ ଭାରତର ପ୍ରମୁଖ ପ୍ରାଥମିକତା । ଏହି ଦିଗରେ ସମସ୍ତ ଯଥା ସମ୍ଭବ ଉଦ୍ୟମ ଭାରତ ଜାରି ରଖିଛି ବୋଲି ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.