ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଏକ ଦୁଃଖଦ ଖବର ଶୁଣିବାକୁ ମିଲିଛି । ଗୁଳିମାଡରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଖାର୍କିଭ ସହରରେ ଏହି ଅଘଟଣ ଘଟିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସ୍ପଷ୍ଟ କରିଛନ୍ତି ।
ପ୍ରାଣ ହରାଇଥିବା ଛାତ୍ରଙ୍କ ନାମ ନବୀନ ଓ ସେ କର୍ଣ୍ଣାଟକର ହାଭେରୀ ଜିଲ୍ଲା ଚେଲାଗେରି ଗାଁ ବାସିନ୍ଦା । ନବୀନ ଉଚ୍ଚଶିକ୍ଷା ପାଇଁ ୟୁକ୍ରେନ ଯାଇଥିବାବେଳେ 4ର୍ଥ ବର୍ଷର ଛାତ୍ର ଭାବେ ସେଠାରେ ଅଧ୍ୟୟନ କରୁଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ମିଳିବା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
-
With profound sorrow we confirm that an Indian student lost his life in shelling in Kharkiv this morning. The Ministry is in touch with his family.
— Arindam Bagchi (@MEAIndia) March 1, 2022 " class="align-text-top noRightClick twitterSection" data="
We convey our deepest condolences to the family.
">With profound sorrow we confirm that an Indian student lost his life in shelling in Kharkiv this morning. The Ministry is in touch with his family.
— Arindam Bagchi (@MEAIndia) March 1, 2022
We convey our deepest condolences to the family.With profound sorrow we confirm that an Indian student lost his life in shelling in Kharkiv this morning. The Ministry is in touch with his family.
— Arindam Bagchi (@MEAIndia) March 1, 2022
We convey our deepest condolences to the family.
ସୂଚନା ଅନୁସାରେ ଏହି ଅଘଟଣଟି ଆଜି ସକାଳେ ଘଟିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୃତକଙ୍କ ପରିବାର ସହ ଯୋଗାଯୋଗରେ ରହିଛି ଏବଂ ପରିବାରକୁ ଗଭୀର ସମବେଦନା ଜଣାଉଥିବା ମଧ୍ୟ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି । ଏପରି ଘଟଣା ପରେ ସେଠାରୁ ସ୍ଥାନାନ୍ତରଣ ହେଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଅଭିଭାବକ ମହଲରେ ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ଅପରେସନ ଗଙ୍ଗାକୁ ବ୍ୟାପକ କରିବା ସହ ଗୋଟିଏ ଗୋଟିଏ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିବାରେ ଲାଗିଛି ଭାରତୀୟ ଦୂତାବାସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ