ETV Bharat / bharat

ଉପ ରାଷ୍ଟ୍ରପତିଙ୍କୁ ଭେଟିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

author img

By

Published : Jun 23, 2022, 4:58 PM IST

ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁୁ ସାକ୍ଷାତ କଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶୁଭେଚ୍ଛା ଜଣାଇଲେ ଉପ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଉପ ରାଷ୍ଟ୍ରପତିଙ୍କୁ ଭେଟିଲେ NDA ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପହଞ୍ଚିଥିବା NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁୁ ସାକ୍ଷାତ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ମୁର୍ମୁ । ପରେ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ।

ଗତକାଲି ସଂଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ ମୁର୍ମୁ । ଆଜି ଦିଲ୍ଲୀରେ ପହଞ୍ଚିବା ପରେ ଜଣେ ପରେ ଜଣେ ବଡ ନେତାଙ୍କୁ ଭେଟିବାରେ ଲାଗିଛନ୍ତି । ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଆସନ୍ତାକାଲି ସେ ନାମାଙ୍କନ ପତ୍ର ଦାଖଲ କରିବେ । ତାଙ୍କୁ ପ୍ରାର୍ଥୀ କରିଥିବାରୁ ମୁର୍ମୁ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମୁର୍ମୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.