ETV Bharat / bharat

Presidential poll: 24ରେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ, ପ୍ରଥମ ପ୍ରସ୍ତାବକ ପ୍ରଧାନମନ୍ତ୍ରୀ !

24 ତାରିଖରେ ନାମାଙ୍କନ ଭରିବେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଗତକାଲି ବିଳମ୍ବିତ ସଂଧ୍ୟାରେ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଶାସକ ମେଣ୍ଟ । ପ୍ରସ୍ତାବକ ନିଜେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

author img

By

Published : Jun 22, 2022, 3:53 PM IST

Updated : Jun 22, 2022, 4:03 PM IST

Presidential poll: 24 ରେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: 24 ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ନେତୃତ୍ବାଧୀନ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନୁସାରେ ପ୍ରଥମ ପ୍ରସ୍ତାବକ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ବଳମ୍ବିତ ସଂଧ୍ୟାରେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲା ମେଣ୍ଟ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଗତକାଲିର ସଂସଦୀୟ ଦଳ ବୈଠକ ପରେ ଦ୍ରୌପଦୀଙ୍କ ନାମ ଘୋଷଣା କରିଥିଲେ । ପ୍ରଥମେ 25 ତାରିଖରେ ଦ୍ରୌପଦୀ ନାମାଙ୍କନ ଭରିବା ନେଇ ଅନୁମାନ କରାଯାଉଥିଲା। ଜାତୀୟ ଖବର ସରବରାହ ସଂସ୍ଥା ANI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24ରେ ଦ୍ରୌପଦୀ ନାମାଙ୍କନ ଭରିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଦ୍ରୌପଦୀ ବର୍ତ୍ତମାନ ନିଜ ଗୃହ ଜିଲ୍ଲା ମୟୂରଭଞ୍ଜରେ ଅଛନ୍ତି । ନାମାଙ୍କନ ପ୍ରକ୍ରିୟା ପାଇଁ ସେ ଖୁବ ଶୀଘ୍ର ଦିଲ୍ଲୀ ଗସ୍ତ କରିବେ । ପ୍ରାର୍ଥୀ ଘୋଷଣା ପରେ ଦ୍ରୌପଦୀଙ୍କ ସୁରକ୍ଷା ମଧ୍ୟ ବଢାଯାଇଛି । ତାଙ୍କୁ ବର୍ତ୍ତମାନ Z+ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଜଣେ ଆଦିବାସୀ ଚେହେରା ଭାବେ ରାଜ୍ୟ ରାଜନୀତିରେ ଆଗଧାଡିରେ ସ୍ଥାନ ପକ୍କା କରିଥିବା ଦ୍ରୌପଦୀ ବିଧାୟିକା ଓ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳି ସାରିଛନ୍ତି । ସକ୍ରିୟ ରାଜନୀତିରୁ ବାଦ ନେବା ପରେ ତାଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ NDA ପକ୍ଷରୁ ନିଯୁକ୍ତ କରାଯାଇଥିଲା ।

ଏହାରି ମଧ୍ୟରେ ସାରା ଦେଶର ନିଜର ଶାସକ ମେଣ୍ଟ NDAର ପ୍ରାର୍ଥୀ ଉପରେ ରହିଥିବାବେଳେ ଗତକାଲି ବିଳମ୍ବିତ ସଂଧ୍ୟାରେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ସ୍ପଷ୍ଟ କରିଥିଲା ମେଣ୍ଟ । ଆବଶ୍ୟକୀୟ ସଂଖ୍ୟା ଠାରୁ ସାମାନ୍ୟ ପଛରେ ଥିବା ଏନଡିଏ ମେଣ୍ଟର ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେବା ଏକ ପ୍ରକାର ସ୍ପଷ୍ଟ ମଧ୍ୟ ଦୃଶ୍ୟମାନ ହେଉଛି । ଏହାରି ମଧ୍ୟରେ ମୁର୍ମୁ ସର୍ବବୃହତ ଗଣତନ୍ତ୍ରର ଦ୍ବିତୀୟ ମହିଳା ଓ ପ୍ରଥମ ଆଦିବାସୀ ମହିଳା ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅବସ୍ଥାପିତ ହେବା ପ୍ରାୟତଃ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 22, 2022, 4:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.