ETV Bharat / bharat

ନୀତୀଶଙ୍କ ଘରେ ଏନଡିଏ ନେତା; ଆଉଟ ହେବ ଏଲଜେପି !

ନିର୍ବାଚନ ସରିଛି କିନ୍ତୁ ଉଷ୍ମତା ଏବେ ମଧ ଜାରି ରହିଛି । ରାଜନୀତିର ତାତି କମିଯାଇଛି ସତ, କିନ୍ତୁ ଧୂଆଁ ଏବେ ବି କୁହୁଳିବାରେ ଲାଗିଛି । ହଁ, ଆମେ କହୁଛୁ ବିହାର ପଲିଟିକ୍ସର କଥା । ଯେଉଁଥିପାଇଁ ଆଜି ନୀତୀଶଙ୍କ ଘରେ ଡେରା ପକାଇଥିଲେ ଏନଡିଏ ନେତା । ଅଧିକ ପଢନ୍ତୁ..

ନୀତୀଶଙ୍କ ଘରେ ଏନଡିଏ ନେତା; ଆଉଟ ହେବ ଏଲଜେପି
ନୀତୀଶଙ୍କ ଘରେ ଏନଡିଏ ନେତା; ଆଉଟ ହେବ ଏଲଜେପି
author img

By

Published : Nov 13, 2020, 7:18 PM IST

ହାଇଦ୍ରାବାଦ: ବିହାରରେ ନିର୍ବାଚନରେ ବହୁମତରେ ଏନଡିଏ ବିଜୟ ହାସଲ କରିଛି । କିନ୍ତୁ ପାଟନାରେ ମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ, ସେ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ଏନଡିଏ ମେଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାର ହେବା ଥୟ ଥିବା ବେଳେ, ଏବେ କିନ୍ତୁ ପାଗରେ ଦେଖାଯାଇଛି ପରିବର୍ତ୍ତନ । ନୀତୀଶ ଏବେ ଆଉ ଆଗ୍ରହୀ ନଥିବା ବିଜେପି ହାଇକମାଣ୍ଡକୁ ଜଣାଇ ଦେଇଛନ୍ତି। ଫଳରେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘରେ ପହଞ୍ଚିଥିଲେ ଏନଡିଏ ନେତା ।

ନୀତୀଶଙ୍କୁ ରାଜି କରାଇବା ପାଇଁ ଏନଡିଏ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପି, ହମ୍ ଏବଂ ଭିଭିଆଇପି ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ ଙ୍କ ଘରେ ପହଞ୍ଚିବା ସହ ଏକ ବୈଠକ ମଧ୍ୟ କରିଥିଲେ । ବୈଠକ ଶେଷ ହେବା ପରେ ନୀତୀଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନଭେମ୍ବର ୧୫ରେ ବସିବ ଆଉ ଥରେ ବୈଠକ। ଏବଂ ଆସନ୍ତା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି ।

ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ଏଲଜେପି ଉପରେ ଖପ୍ପା ମୁଖ୍ୟମନ୍ତ୍ରୀ ନୀତୀଶ । ଏନଡିଏରୁ ଦଳର ନେତା ଚିରାଗ ପାଶ୍ବାନଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି ନୀତୀଶ । ପାଶ୍ବାନଙ୍କୁ ଯୋଗୁଁ ଜେଡିୟୁ ଫେଲ ମାରିଥିବାବେଳେ, ସେପଟେ ରାଗରେ ପଞ୍ଚମ ଅଛନ୍ତି ସୁପ୍ରିମୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.