ETV Bharat / bharat

NDA Meeting: ‘NDA ଏକ ଭରସାଯୋଗ୍ୟ ମେଣ୍ଟ, ବିରୋଧୀ ମହାମେଣ୍ଟ ଦୁର୍ନୀତିଗ୍ରସ୍ତ-ପରିବାରବାଦୀ’ - ସାଧାରଣ ନିର୍ବାଚନ 2024

ବେଙ୍ଗାଲୁରୁରେ ବିରୋଧୀ ମେଣ୍ଟ ବୈଠକ ସାଙ୍ଗକୁ ଦିଲ୍ଲୀରେ ଶାସକ ଏନଡିଏ ମେଣ୍ଟ । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଲେ ଏନଡିଏ ଏକ ସମୟ ପରିକ୍ଷିତ ମେଣ୍ଟ । ନିଜର କ୍ଷେତ୍ରୀୟ ସହଯୋଗୀଙ୍କ ଦଳଙ୍କ ଆକାଂକ୍ଷା ପୂରଣ କରିବା ଦିଗରେ ଗୁରୁତ୍ବ ଦିଏ । ଅଧିକ ପଢନ୍ତୁ

NDA meet: ପ୍ରଧାନମନ୍ତ୍ରୀ କହିଲେ NDA ଏକ ଭରସାଯୋଗ୍ଯ ମେଣ୍ଟ

author img

By

Published : Jul 18, 2023, 9:18 PM IST

ନୂଆଦିଲ୍ଲୀ: ଆଜି ଜାତୀୟ ରାଜନୀତିରେ ଗୋଟିଏ ଦିନରେ ଦୁଇଟି ବୈଠକ କରିଛନ୍ତି ଶାସକ ଓ ବିରୋଧୀ ଦଳ । ଦକ୍ଷିଣରେ ବେଙ୍ଗାଲୁରୁରେ 26ଟି ବିରୋଧୀ ଦଳ ଏକାଠି ହେବା ସହ 2024 ସାଧାରଣ ନିର୍ବାଚନ ପାଇଁ ମେଣ୍ଟ ଗଠନ କରି ବିଜେପି ବିରୋଧରେ ରଣହୁଙ୍କାର ଦେଇଛନ୍ତି । ସେହିପରି ଦିଲ୍ଲୀରେ ଗ୍ରାଣ୍ଡ ଅଶୋକା ହୋଟେଲରେ ଅନୁଷ୍ଠିତ ହୋଇଛି ଶାସକ ବିଜେପି ନେତୃତ୍ବାଧୀନ ଏନଡିଏ ବୈଠକ । ଏଥିରେ ଏକାଧିକ ନୂଆ ଦଳ ସହ 38 ଦଳ ଏନଡିଏ ବୈଠକରେ ସାମିଲ ହୋଇଛନ୍ତି । ଏନଡିଏ ମେଣ୍ଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଏନଡିଏ ଏକ ସମୟ ପରିକ୍ଷିତ ମେଣ୍ଟ । 2024ରେ କ୍ଷମତା ବଜାୟ ରଖିବାକୁ ଯାଉଛି । ତେବେ ବିରୋଧୀ ମହାମେଣ୍ଟ ଏକ ଦୁର୍ନୀତିଗ୍ରସ୍ତ ଏବଂ ପରିବାରବାଦୀ ଦଳ ।

  • It is a matter of immense joy that our valued NDA partners from across India will be attending the meeting in Delhi today. Ours is a time tested alliance which seeks to further national progress and fulfil regional aspirations.

    — Narendra Modi (@narendramodi) July 18, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହଛନ୍ତି, ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏନଡିଏ ମେଣ୍ଟ ନିଜର ଆଞ୍ଚଳିକ ବା କ୍ଷେତ୍ରୀୟ ସହଯୋଗୀ ଦଳଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ ପ୍ରାଧାନ୍ୟ ଦେଇଆସିଛି । ଜାତୀୟ ପ୍ରଗତି ସହ କ୍ଷେତ୍ରୀୟ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ମେଣ୍ଟ ପ୍ରତିଶୃତିବଦ୍ଧ ମଧ୍ୟ । ତେଣୁ ସେମାନଙ୍କର ଚିନ୍ତା କରିବାର କୌଣସି କାରଣ ନାହିଁ ।

ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ, ଭାରତୀୟ ଜନତା ପାର୍ଟି କେବଳ ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ଆଦର୍ଶ । ଦଳ ଅସ୍ଥିତ୍ବକୁ ଆସିବା ଦିନରୁ ଆଦର୍ଶଗତ ଭାବେ ଦେଶକୁ ଯୋଡିଆସିଛି । ସେ ରାମ ମନ୍ଦିର ପ୍ରସଙ୍ଗ ହେଉ କିମ୍ବା ଧାରା-370 ପ୍ରସଙ୍ଗରେ ସବୁବେଳେ ଦେଶକୁ ସୁଦୃଢ କରିବାର କାର୍ଯ୍ୟ କରିଛି ଭାରତୀୟ ଜନତା ପାର୍ଟି ।

ଏହା ମଧ୍ୟ ପଢନ୍ତୁ:-Bengaluru Opposition meet: ‘କଂଗ୍ରେସ ଚାହୁଁନି ପ୍ରଧାନମନ୍ତ୍ରୀ ପଦବୀ’

ଆଜି ବେଙ୍ଗାଲୁରୁରେ କଂଗ୍ରେସ ନେତୃତ୍ବରେ 26 ଟି ବିରୋଧୀ ଦଳ ଏକାଠି ହୋଇ ମେଣ୍ଟ ଘୋଷଣା କରିଥିବା ବେଳେ ଆଜି ଏନଡିଏ ବୈଠକରେ ସାମିଲ ହୋଇଛନ୍ତି 38 ଦଳ । ଏମାନଙ୍କ ମଧ୍ୟରେ କିଛି ନୂତନ ଗୋଷ୍ଠୀ ମଧ୍ୟ ପ୍ରଥମ ଥର ପାଇଁ ମେଣ୍ଟରେ ସାମିଲ ହୋଇଛନ୍ତି । NDA ରେ ଏଆଇଏଡିଏମକେ, ଶିବସେନା (ସିନ୍ଦେ ଗୋଷ୍ଠୀ ), ଏନପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି, ମେଘାଳୟ), ଏନଡିପିପି (ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରଗତିଶୀଳ ପାର୍ଟି) ପ୍ରମୁଖ ସାମିଲ ହୋଇଥିଲେ । ସେହିପରି IPFT (ଇଣ୍ଡିଜିନିଅସ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା), ବିପିପି (ବୋଡୋ ପିପୁଲ୍ସ ପାର୍ଟି), ପିଏମକେ (ପଟ୍ଟାଲି ମକ୍କାଲ କାଚି), ଏମଜିପି (ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟି), ଅପନା ଦଳ, ଏଜିପି (ଆସାମ ଗଣ ପରିଷଦ), ରାଷ୍ଟ୍ରିୟ ଲୋକ ଜନଶକ୍ତି ପାର୍ଟି, ୟୁପିପିଏଲ୍ (ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବେରାଲ୍, ଆସାମ) ପ୍ରମୁଖ ମଧ୍ୟ ଯୋଗଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.