ETV Bharat / bharat

RJD କୁ JDUର ଉତ୍ତର, ବିହାରରେ 5 ବର୍ଷ ପୂରଣ କରିବ NDA ସରକାର

author img

By

Published : Jun 27, 2021, 10:42 PM IST

ବିହାରରେ 5 ବର୍ଷ ପୂର୍ଣ୍ଣ କରିବ NDA ସରକାର । ନିତିଶ କୁମାରଙ୍କୁ ନାହିଁ କୌଣସି ପ୍ରକାର ସମସ୍ୟା । ଆରଜେଡିକୁ କଟାକ୍ଷ କରିବା ମତ ରଖିଲେ ଜେଡିୟୁ ପ୍ରବକ୍ତା ମାଧବ ଆନନ୍ଦ । ଅଧିକ ପଢନ୍ତୁ...

ବିହାରରେ 5 ବର୍ଷ ପୂର୍ଣ୍ଣ  କରିବ NDA ସରକାର
ବିହାରରେ 5 ବର୍ଷ ପୂର୍ଣ୍ଣ କରିବ NDA ସରକାର

ପାଟନା: ବିହାରରେ ନିତିଶ ସରକାର ଖୁବଶୀଘ୍ର ସତ୍ତା ହରାଇବାକୁ ଯାଉଥିବା ନେଇ ଆରଜେଡିର ମନ୍ତବ୍ୟ ପରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କଲା ଜେଡିୟୁ । ଯେତେବେଳେ କୋଭିଡ ମହାମାରୀ, ବାତ୍ୟା ବନ୍ୟା ପରି ପ୍ରକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳେ ବିରୋଧୀ ଦଳର ଦେଖା ମିଳେନି । ବିରୋଧୀ ନେତା ତେଜସ୍ବୀ ଯାଦବ କେଉଁ ଆଡେ ଅନ୍ତର୍ଧାନ ହୋଇଯାଆନ୍ତି । ଯେତେବେଳେ ବିହାରର ଲୋକଙ୍କୁ ସେମାନଙ୍କ ଆବଶ୍ୟକତା ଥାଏ ସେତେବେଳେ ତାଙ୍କୁ ଦେଖିବାକୁ ମିଳେନି । କିନ୍ତୁ ଯେତେବେଳେ ସଙ୍କଟ ଟଳିଯାଏ ସେତେବେଳେ ହଠାତ ସେମାନେ ଆବିର୍ଭାବ ଦୁଅନ୍ତି ଓ ରାଜନୈତିକ ଡ୍ରାମା ଆରମ୍ଭ କରିଦିଅନ୍ତି । ଏପରି ଢଙ୍ଗରେ ବିରୋଧି ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବଙ୍କୁ ସମାଲୋଚନା କରିଛନ୍ତି ଯେ଼ଡିୟୁ ପ୍ରବକ୍ତା ମାଧବ ଆନନ୍ଦ ।

ବିହାରରେ 5 ବର୍ଷ ପୂର୍ଣ୍ଣ କରିବ NDA ସରକାର

ମାଧବ ଆହୁରି ମଧ୍ୟ କହିଛନ୍ତି ନିଜ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ତେଜସ୍ବୀ ଯାଦବ ଏପରି କରନ୍ତି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେଣୁ ବିହାରର ଜନତା ସେମାନଙ୍କ ବାସ୍ତବିକତାକୁ ଜାଣନ୍ତି । ଉଦାହରଣ ଦେଇ ସେ କହିଛନ୍ତି ଗତ କିଛି ମାସ ହେବ ରାଜ୍ୟରୁ କେଉଁ ଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ତେଜସ୍ବୀ । ତେବେ ହଠାତ ଆସି ରାଜ୍ୟରେ ପହଞ୍ଚିବା ସହ ମାତ୍ର 2 ରୁ 3 ମାସ ମଧ୍ୟରେ ନତିଶ ସରକାର ଭାଙ୍ଗିବାକୁ ଯାଉଥିବା ନେଇ ମିଥ୍ୟା ଚର୍ଚ୍ଚା ସୃଷ୍ଟି କରିଚାଲିଥିବା ଅଭିଯୋଗ କରିଛନ୍ତି ମାଧବ ।

ଆହୁରି ମଧ୍ୟ ସେ କହିଛନ୍ତି ନିତିଶ କୁମାରଙ୍କ ସରକାର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନମତ ପାଇ ନିର୍ବାଚିତ ହୋଇଛନ୍ତି । ତେଣୁ ନିତିଶଙ୍କ ନେତୃତ୍ବାଧୀନ ଏନଡିଏ ସରକାର ଆସନ୍ତା 5 ବର୍ଷ ଅବଶ୍ୟ ପୂରଣ କରିବାକୁ ଯାଉଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେଣୁ ନିତିଶ ସରକାରଙ୍କ ପ୍ରତି ବିହାରରେ କୈଣସି ଆଶଙ୍କା ନଥିବା ସେ ସ୍ପଷ୍ଟ କରିଛନ୍ତି । ଗତ କିଛି ଦିନ ତଳେ ବିରୋଧୀ ଦଳ ନେତା ତଥା ଆରଜେଡି ନେତା ତେଜସ୍ବୀ ଯାଦବ ବିହାରରେ ଏନଡିଏ ସହଯୋଗରେ ସରକାର କରିଥିବା ନିତିଶ କୁମାର ଖୁବ ଶିଘ୍ର ସତ୍ତା ହରାଇବାକୁ ଯାଉଥିବା କହିଥିଲେ । ପରେ ଏହି ଘଟଣାକୁ ନେଇ ବିହାର ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା । ତେବେ ଆଜି ଏହାର ଉତ୍ତର ରଖିଛି କ୍ଷମତାରେ ଥିବା ଜେଡିୟୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.