ETV Bharat / bharat

NCR pollution: ଯୁଗ୍ମ-ଅଯୁଗ୍ମ ଫର୍ମୁଲାରେ ଗଡିବ ଗାଡି, 10 ପର୍ଯ୍ୟନ୍ତ ସ୍କୁଲ ବନ୍ଦ

author img

By ETV Bharat Odisha Team

Published : Nov 6, 2023, 6:22 PM IST

ଦିଲ୍ଲୀରେ 13 ତାରିଖରୁ ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଆଧାରରେ ଗଡିବ ଗାଡି । 10 ତାରିଖ ଯାଏ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ । ସବୁ ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ ଘୋଷଣା କଲେ ସରକାର । ଅଧିକ ପଢନ୍ତୁ

NCR pollution: ଫେରିଲା ଯୁଗ୍ମ ଅଯୁଗ୍ମ ଫର୍ମୁଲା, 13 ତାରିଖରୁ 20 ପର୍ଯ୍ୟନ୍ତ ହେବ ଲାଗୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ଅସ୍ତବ୍ୟସ୍ତ କରିସାରିଲାଣି ପ୍ରଦୂଷଣ । ଧୂଆଁଳିଆ ଅନ୍ଧାର ବଳୟ ମଧ୍ୟରେ ରାଜଧାନୀ । ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା 421 ରେକର୍ଡ କରାଯାଇଛି । ଯାହାକି ଗମ୍ଭୀର ଶ୍ରେଣୀଭୁକ୍ତ । ପ୍ରଥମେ ଡିଜେଲ ବସ ବନ୍ଦ କରିଥିବା ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଏବେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା କାର୍ଯ୍ୟକାରୀ କରିଛନ୍ତି । ଏହା ଚଳିତ 13 ତାରିଖରୁ 20 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିରେ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ବିଶିଷ୍ଟ ଗାଡି ଗୋଟିଏ ପରେ ଗୋଟିଏ ଦିନରେ ଚାଲିବାକୁ ଅନୁମତି ପାଇବେ । ଆଜି ପ୍ରଦୂଷଣ ସମ୍ପର୍କିତ ସ୍ଥିତି ସମୀକ୍ଷା ବୈଠକ ପରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି ।

  • #WATCH | Delhi Environment Minister Gopal Rai says "As per the forecast, the wind speed will be 12km/hour tomorrow, 7th November and if the speed reaches 10 to 12 km/hour, then there is a possibility that the level of pollution accumulated here might disperse. Similarly, the wind… pic.twitter.com/8N74LqfYcy

    — ANI (@ANI) November 6, 2023 " class="align-text-top noRightClick twitterSection" data=" ">

ବୈଠକ ପରେ ଗ୍ରହଣ କରାଯାଇଥିବା ପ୍ରତିଷେଧକ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇ ମନ୍ତ୍ରୀ ରାୟ କହିଛନ୍ତି, ଦିଲ୍ଲୀ-ଏନସିଆରରେ ବିଏସ-3 ପେଟ୍ରୋଲ ଓ ବିଏସ-4 ଡିଜେଲ ବର୍ଗର କାର ଚଳାଚଳକୁ ବନ୍ଦ କରାଯାଇଛି । ସେହିପରି ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଇଛି । ଷଷ୍ଠରୁ ଏକାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଚଳିତ 10 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ଥିତି ସମ୍ପର୍କରେ ନିମୟିତ ସମୀକ୍ଷା କରାଯାଉଛି । ସେହି ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମନ୍ତ୍ରୀ ରାୟ ଆହୁରି ମଧ୍ୟ କହିଛନ୍ତି, ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ଓ ଶୀତ ଋତୁରେ ସୃଷ୍ଟି ହେଉଥିବା ଜଳବାୟୁ ଓ ପ୍ରଦୂଷଣ ସଙ୍କଟକୁ ଦୂର କରିବା ପାଇଁ ବର୍ଷଓ୍ବାରୀ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି । ତାହା କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି । ବର୍ଷରେ 365 ଦିନରୁ 206 ଦିନ ରାଜଧାନୀରେ ଜଳବାୟୁ ଭଲ ଥିଲା ଓ ବାୟୁମୁଣ୍ଡଳର ମାନକ ମଧ୍ୟ ଉଚ୍ଚସ୍ତରରେ ଥିଲା । ମାତ୍ର ଅକ୍ଟୋବର 30 ପରଠାରୁ ଏହି ସ୍ଥିତି କ୍ରମାଗତ ବଦଳିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ କେଜ୍ରିଓ୍ବାଲ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏକାଧିକ ନିୟମ ଲାଗୁ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- Delhi Air Pollution: ବିଷ ବଳୟରେ ରାଜଧାନୀ, ଦେଖନ୍ତୁ ଆକାଶ ମାର୍ଗରୁ ଦୃଶ୍ୟ

ଦୀପାବଳି ପୂର୍ବରୁ ଦିଲ୍ଲୀରେ ଏପରି ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ ପାଇବାରେ ଲାଗିଛି । ବାୟୁମଣ୍ଡଳରେ ପ୍ରଦୂଷିତ କଣିକାର ମାତ୍ରା ବୃଦ୍ଧି ପାଇବା ସହ ଦୃଶ୍ୟମାନ୍ୟତା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ଦୁର୍ଘଟଣା ଘଟିବା ସହ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ଶିଶୁ ଓ ବୟସାଧିକ ବର୍ଗ ପାଇଁ ଏହି ସମସ୍ୟା ଅତି ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.