ETV Bharat / bharat

ଅଜିତ ପାୱାର ବିରୋଧୀ ଦଳ ନେତା - ଅଜିତ ପାୱାର ବିରୋଧୀ ଦଳ ନେତା

ଅଜିତ ପାୱାର ବିରୋଧୀ ଦଳ ନେତା ନିର୍ବାଚିତ । ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ଅଜିତ ପାୱାର ବିରୋଧୀ ଦଳ ନେତା
ଅଜିତ ପାୱାର ବିରୋଧୀ ଦଳ ନେତା
author img

By

Published : Jul 5, 2022, 11:43 AM IST

ମୁମ୍ବାଇ: ଅଜିତ ପାୱାର ବିରୋଧୀ ଦଳ ନେତା ନିର୍ବାଚିତ । ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଶିବେସେନା-ଭାଜପା ମେଣ୍ଟ ପରେ ଏନସିପି ସର୍ବାଧିକ ସଦସ୍ୟ ରହିଥିବାରୁ ଏଦି ଦଳ ଏବେ ବିରୋଧୀ ଭୂମିକା ତୁଲାଇବ ।

ବିରୋଧୀ ଦଳ ନେତା ଭାବେ ବାଚସ୍ପତି ରାହୁଲ ନରୱେକର ଏନସିପିର ଅଜିତ ପାୱାରଙ୍କ ନାମ ଘୋଷଣା କରିଛନ୍ତି । ବିଜେପିର ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସ୍ଥାନରେ ବିରୋଧୀ ଦଳ ନେତା ହୋଇଛନ୍ତି ଅଜିତ ପାୱାର । 288 ଆସନ ବିଶିଷ୍ଟ ବିଧାନସଭାରେ ଏନସିପି ଏକକ ସର୍ବବୃହତ ବିରୋଧୀ ଦଳ ହୋଇଛି । ଏନସିପି ଆସନ ସଂଖ୍ୟା 54 ରହିଛି ।

ପ୍ରକାଶ ଥାଉ କି, ବିଗତ ଦୁଇ ସପ୍ତାହର ଛକାପଞ୍ଝା ପରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ପୂର୍ଣ୍ଣଚ୍ଛେଦ ପଡିଛି । ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ଏକନାଥ ସିନ୍ଦେ । ଆସ୍ଥା ଭୋଟରେ ସିନ୍ଦେ ସରକାରଙ୍କୁ 164 ବିଧାୟକଙ୍କ ସମର୍ଥନ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.