ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଗୁରୁବାର ବହୁମତର ପ୍ରମାଣ ଦେବ ଠାକ୍ରେ ନେତୃତ୍ବାଧୀନ ସରକାର । ଗୃହରେ ଫ୍ଲୋର୍ ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ଏହି ଫ୍ଲୋର୍ ଟେଷ୍ଟରେ ସାମିଲ ହେବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି NCP ନେତା ନୱାବ ମଲିକ ଓ ଅନିଲ ଦେଶମୁଖ ।
ଅର୍ଥହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ NCP ନେତା ନୱାବ ମଲିକ ଜେଲ୍ରେ ଅଛନ୍ତି । ଦୁଇ ଜଣଙ୍କୁ ED ଜେରା କରିବା ପରେ ଜେଲ ପଠାଇଛି । ତେବେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଚାଲି ଥିବା ବେଳେ ଉଭୟ ଫ୍ଲୋର ଟେଷ୍ଟ ସାମିଲ ହେବାକୁ ଆବେଦନ କରିଥିବା ଉଭୟଙ୍କ ଓକିଲ ସୁଧାଂଶୁ ଚୌଧୁରୀ ସୂଚନା ଦେଇଛନ୍ତି ।
ଗୁରୁବାର ଦିନ ୧୧ଟା ବେଳେ ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର୍ ଟେଷ୍ଟ ହେବ । ମହା ବିକାଶ ଅଘାଡ଼ିକୁ ବହୁମତ ପ୍ରମାଣିତ କରିବାକୁ ରାଜ୍ୟପାଳ ଚିଠି କରିବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଶିବସେନା ନେତା ସୁନୀଲ ପ୍ରଭୁ । ଅପରାହ୍ଣ ୫.୩୦ରେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ବିଚାରପତି ଜେବି ପର୍ଡିଆବାଲା ଓ ସୂର୍ଯ୍ୟକାନ୍ତ ନୱାବ ମଲିକ ଓ ଅନିଲ ଦେଶମୁଖଙ୍କ ଆବେଦନର ଶୁଣାଣି କରିବେ ।