ETV Bharat / bharat

ସିନ୍ଦେଙ୍କୁ ଭେଟିଲେ ପାୱାର: ବିଜେପି କହିଲା ବ୍ୟକ୍ତିଗତ ବୈଠକ

author img

By

Published : Jun 2, 2023, 7:39 AM IST

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର । ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଅଧିକ ପଢନ୍ତୁ

ସିନ୍ଦେଙ୍କୁ ଭେଟିଲେ ପାୱାର
ସିନ୍ଦେଙ୍କୁ ଭେଟିଲେ ପାୱାର

ମୁମ୍ବାଇ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକଜୁଟ ହେଉଛନ୍ତି ବିରୋଧି । ଆସନ୍ତା ୧୨ରେ ପାଟନା ଠାରେ ବିରୋଧିଦଳଙ୍କ ଏକ ବଡ ବୈଠକ ବସିବାକୁ ଯାଉଛି । ଏହାରି ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଅଚାନକ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଛନ୍ତି । ଗତକାଲି(ଗୁରୁବାର) ସିନ୍ଦେଙ୍କ ସରକାରୀ ବାସଭବନ ବର୍ଷାରେ ଉଭୟ ନେତାଙ୍କ ଭେଟଘାଟ ହୋଇଛି । ବର୍ତ୍ତମାନ ଉଦ୍ଧବ ଠାକରେ ବିଦେଶ ଗସ୍ତରେ ଥିବାବେଳେ ମହାଅଘାଡି ସରକାରର ଅନ୍ୟତମ ସହଯୋଗୀ ଦଳ ଏନସିପିର ସୁପ୍ରିମୋ ସିନ୍ଦେଙ୍କୁ ଭେଟିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ କେଉଁ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଏନେଇ ବିଜେପି କହିଛି, ସିନ୍ଦେଙ୍କ ସହ ଶରଦ ପାୱାରଙ୍କ ସାକ୍ଷାତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟକ୍ରମ । ଏହା ରାଜନୈତିକ ଭେଟଘାଟ ନୁହେଁ । ଅନ୍ୟପଟେ ସାକ୍ଷାତକାର ସମ୍ପର୍କରେ ପାୱାର ଟ୍ବିଟ୍ କରିଛନ୍ତି, ମରାଠା ମନ୍ଦିରର ୭୫ ବର୍ଷ ପୂର୍ତ୍ତି ସମାରୋହ ପାଇଁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଆମନ୍ତ୍ରଣ କରିବା ପାଇଁ ସେ ଭେଟିଥିଲେ ।

ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧି ନେତାଙ୍କୁ ଗୋଟିଏ ମଞ୍ଚକୁ ଆଣିବାକୁ ଅଣ୍ଟା ଭିଡିଛନ୍ତି । ଏହି ପରିପ୍ରେକ୍ଷୀରେ ନୀତିଶଙ୍କ ଅଧ୍ୟକ୍ଷତାରେ ଜୁନ ୧୨ରେ ପାଟନାରେ ବିରୋଧି ଦଳଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ବିରୋଧି ଦଳଗୁଡିକୁ ନେଇ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକତ୍ର ଲଢିବା ଉପରେ ଗୁରୁତ୍ବ ଦିଆଯିବ । ବିରୋଧି ଦଳ ହେତୁ ନୀତିଶ ଏହି ବୈଠକକୁ ଶରଦ ପାୱାର, ଶିବସେନା(UBT) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରିତ କରିଛନ୍ତି । ୨୦୨୪ରେ ପରିବର୍ତ୍ତନ ଚାହୁଁଥିବା ସବୁ ଦଳର ନେତାମାନଙ୍କୁ ଡକାଇଛନ୍ତି । ଆମେ ପାଟନା ଯିବାକୁ ଚିନ୍ତା କରୁଛୁ ବୋଲି ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ପୂର୍ବରୁ କହିସାରିଛନ୍ତି । ହେଲେ ବିରୋଧି ବୈଠକ ପୂର୍ବରୁ ଠାକରେଙ୍କ ଅନୁପସ୍ଥିତିରେ ପାୱାର ସିନ୍ଦେଙ୍କୁ ଭେଟିବା ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛନ୍ତି ।

କିଛି ଦିନ ତଳେ ସଞ୍ଜୟ ରାଉତ ଦାବି କରିଥିଲେ, ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାର ଅନେକ ନେତା ଉଦ୍ଧବ ଠାକରେଙ୍କ ଯୋଗାଯୋଗରେ ଅଛନ୍ତି । ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୁଷ୍ଟ ହୋଇ ପ୍ରାୟ ୨୨ ଜଣ ବିଧାୟକ ଓ ୯ ଜଣ ସାଂସଦ ସିନ୍ଦେ ଗୋଷ୍ଠୀ ଛାଡିବାକୁ ଚାହୁଁଛନ୍ତି । ତାଙ୍କର ଏହି ମନ୍ତବ୍ୟ ଶିବସେନା(UBT) ଦଳର ମୁଖପତ୍ର 'ସାମନା'ର ସମ୍ପାଦକୀୟରେ ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.