ETV Bharat / bharat

ଦିଲ୍ଲୀରୁ ମୁମ୍ବାଇ ଫେରିଲେ ୱାଙ୍ଖଡେ, ଆଜି ଲାଞ୍ଚ ଅଭିଯୋଗର ଜେରା - ସମୀର ୱାଙ୍ଖଡେଙକୁ ଜେରା

ଦିଲ୍ଲୀରୁ ମୁମ୍ବାଇ ଫେରିଲେ ୱାଙ୍ଖଡେ । ଆଜି ଲାଞ୍ଚ ଅଭିଯୋଗରେ ୱାଙ୍ଖଡେଙ୍କୁ ଜେରା କରିବ ଭିଜିଲାନ୍ସ । ଅଧିକ ପଢନ୍ତୁ...

ଦିଲ୍ଲୀରୁ ମୁମ୍ବାଇ ଫେରିଲେ ୱାଙ୍ଖଡେ, ଆଜି ଲାଞ୍ଚ ଅଭିଯୋଗର ଜେରା

author img

By

Published : Oct 27, 2021, 9:54 AM IST

ମୁମ୍ବାଇ: ହଠାତ୍ ଦିଲ୍ଲୀରୁ ମୁମ୍ବାଇ ଫେରିଲେ NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ୱାଙ୍ଖଡେ ମୁମ୍ବାଇ ଫେରିଥିବା ଜଣାପଡିଛି । ଅନ୍ୟପଟେ ଆଜି(ବୁଧବାର) ଭିଜିଲାନ୍ସର ୫ ଜଣିଆ ଟିମ୍ ସମୀର ୱାଙ୍ଖଡେଙ୍କୁ ଜେରା କରିବେ ।

ତେବେ ୱାଙ୍ଖଡେଙ୍କ ଦିଲ୍ଲୀ ଗସ୍ତ ନେଇ ଚାଲିଥିବା ଚର୍ଚ୍ଚାକୁ ସେ ନିଜେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, 'ମୁଁ କୌଣସି ସମନ ପାଇଁ ଦିଲ୍ଲୀ ଆସିନାହିଁ । ମୋର ଦିଲ୍ଲୀ ଆସିବାର କାରଣ ଅଲଗା ଅଟେ । ମୋ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ତଦନ୍ତ ଚାଲିଥିବାରୁ ମୁଁ ଏ ବିଷୟରେ କିଛି କହିବାକୁ ଚାହେଁ ନାହିଁ । ଠିକ୍ ସମୟରେ ମୁଁ ସବୁକିଛି ଜବାବ ଦେବି।'

ସୂଚନା ଅନୁଯାୟୀ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ବାଦଶାହା କିଙ୍ଗ ଖାନ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଗିରଫଦାରୀ ପରେ NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢୁଛି । ବିବାଦ ତାଙ୍କ ପିଛା ଛାଡୁନଥିବାବେଳେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେହିପରି ୱାଙ୍ଖଡେ ଅନ୍ୟ ଅଧିକାରୀଙ୍କ ସହ ମିଶି ଆର୍ଯ୍ୟନଙ୍କୁ ଛାଡିବା ପାଇଁ ୨୫ କୋଟିର ଡିଲ୍ କରିଥିବା ଜଣେ NCB ସାକ୍ଷୀଙ୍କ ଅଙ୍ଗରକ୍ଷୀ ଅଭିଯୋଗ କରିଛନ୍ତି । ଏହି ମାମଲାକୁ ନେଇ ଏବେ ୱାଙ୍ଖଡେଙ୍କ ଅଡୁଆ ବଢିଯାଇଛି ।

ଆଜି ମାମଲାର ଭିଜିଲାନ୍ସ ତଦନ୍ତ କରାଯିବ । NCB ର ଉତ୍ତରାଞ୍ଚଳ ଉପ ମହାନିର୍ଦ୍ଦେଶକ ତଥା ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଜ୍ଞାନେଶ୍ବର ସିଂ ଏହି ତଦନ୍ତର ନେତୃତ୍ବ ନେଉଛନ୍ତି । ସିଂ କହିଛନ୍ତି ଯେ, ଘଟଣା ବାବଦରେ ଲୋକେ ସଚେତନ ଅଛନ୍ତି । ଆମେ ଏକ ପେଶାଦାର ସଂସ୍ଥା, ଆମ କର୍ମଚାରୀଙ୍କ ବିରୋଧରେ ଆସୁଥିବା ଯେକୌଣସି ଅଭିଯୋଗର ତଦନ୍ତ କରିବା ପାଇଁ ଆମେ ସ୍ବାଧୀନ । ତଦନ୍ତ ସ୍ବଚ୍ଛ ଏବଂ ନିରପେକ୍ଷ ହେବ । ତେବେ ଏହି ଅଭିଯୋଗ ପରେ ୱାଙ୍ଖଡେଙ୍କ ଡ୍ରଗ୍ସ ମାମଲାର ତଦନ୍ତ ଦିଆଯିବ କି, ବୋଲି ପ୍ରଶ୍ନର ଉତ୍ତରରେ ସିଂ କହିଛନ୍ତି ଯେ, ଏନେଇ ଏବେ କୌଣସି ଉତ୍ତର ଦେଇହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.