ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଲି ରେଳଷ୍ଟେସନରେ 995 ଗ୍ରାମ ମିଥାମଫେଟାମାଇନ୍ (Methamphetamine) ଜବତ କରିଛି NCB । ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ NCB ବେଙ୍ଗାଲୁରୁର ଅଧିକାରୀମାନେ ଗତକାଲି (ଶୁକ୍ରବାର) ରେଳ ଷ୍ଟେସନରେ ଚଢାଉ କରି ଏହି ନିଶା ଦ୍ରବ୍ୟ ଜବତ କରିଛନ୍ତି । ତେବେ ଏହି ଘଟଣାରେ ଜଣେ ଉଗାଣ୍ଡା ମହିଳାଙ୍କୁୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ଦେଇଛି NCB ।
NCB ସୂଚନା ମୁତାବକ, ଗିରଫ ମହିଳା ଜଣଙ୍କ ଟ୍ରେନରେ ଡ୍ରଗ୍ସ ସହିତ ଯାତ୍ରା କରୁଥିଲେ । ଏହି ଔଷଧ ଦିଲ୍ଲୀରୁ ଏବଂ କର୍ଣ୍ଣାଟକ ଅଣାଯାଉଥିଲା । ତେବେ ପୂର୍ବରୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଚଢାଉ କରିଥିଲା ଏନସିବି ଟିମ । ଏଥିରେ ନିଶାଦ୍ରବ୍ୟ ସହ ମହିଳାଙ୍କୁ ଗିରଫ କରାଯାଇଛି । ଡ୍ରଗ୍ସକୁୁ ପ୍ୟାକ୍ କରାଯାଇଥିଲା ଏବଂ ଚିହ୍ନଟକୁ ଏଡାଇବା ପାଇଁ ଦୁଇଟି ସେରେଲାକ୍ ଶିଶୁ ଖାଦ୍ୟ ବାକ୍ସରେ ଲୁଚାଇ ରଖାଯାଇଥିଲା । ପ୍ରତ୍ୟେକ ବାକ୍ସରେ ପ୍ରାୟ 500 ଗ୍ରାମ ମିଥାମଫେଟାମାଇନ୍ ରହିଥିଲା । ଉଗାଣ୍ଡା ମହିଳାଙ୍କୁ ଗିରଫ କରି ବେଙ୍ଗାଲୁରୁ ଏନସିବି ତଦନ୍ତ ଜାରି ରଖିଛି ।
ମିଥାମଫେଟାମାଇନ୍ (Methamphetamine) ଏକ ଶକ୍ତିଶାଳୀ ଏବଂ ବିପଜ୍ଜନକ ଉତ୍ତେଜକ ଡ୍ରଗ୍ସ ବର୍ଗର ସାମଗ୍ରୀ ଯାହା ଭାରତରେ ନିଷେଧ । ଏହା ସାଧାରଣତଃ ପାର୍ଟି ଡ୍ରଗ୍ସ ଭାବରେ ଅପବ୍ୟବହାର ହୋଇଥାଏ । ଏହି ଡ୍ରଗ୍ସର ପାର୍ଶ୍ୱ ପ୍ରତିକ୍ରିୟା ମାନବ ଶରୀରରେ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଅଟେ ଯାହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ