ମୁମ୍ବାଇ: ନିଶା କାରବାରର ହବ୍ ପାଲଟିଲାଣି ମାୟାନଗରୀ ମୁମ୍ବାଇ । ବିଗତ ବର୍ଷେ ହେବ NCB ଲଗାତାର ଭାବେ ମୁମ୍ବାଇରୁ ନିଶା ସାମଗ୍ରୀ ଜବତ କରିବା ସାଙ୍ଗକୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ପରିପ୍ରେକ୍ଷୀରେ ପୁଣି ଚଢାଉ କରି 7 ଜଣଙ୍କୁ ଗିରଫ କରିଛି NCB ।
ନାକ୍ରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ନିଶା ନିବାରଣ ସଂସ୍ଥା ଗତକାଲି(ବୁଧବାର) ରାତିରେ ମୁମ୍ବାଇର 3ଟି ସ୍ଥାନରେ ଚଢାଉ କରିଥିଲା । ଜମ୍ମୁକାଶ୍ମୀରରୁ ଚରସ ଚାଲାଣ ପାଇଁ ଆସିଥିବା 5 ଜଣ ଚାଲାଣକାରୀଙ୍କ ସମେତ ମୁମ୍ବାଇର 2 ଜଣ ଡ୍ରଗ ବେପାରୀଙ୍କୁ ଗିରଫ କରିଛି NCB ।
@ANI